ସୁଶାନ୍ତଙ୍କୁ ହତ୍ୟା କରାଯାଇଥିବାର ସିଧାସଳଖ ପ୍ରମାଣ ନାହିଁ: ରିପୋର୍ଟ

ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତ ମାମଲାରେ ସିଏଫଏସଏଲ (Central Forensic Science Laboratory) ରିପୋର୍ଟ ଦାଖଲ କରିଛି। ଏହି ରିପୋର୍ଟରେ ସୁଶାନ୍ତଙ୍କୁ ହତ୍ୟା କରାଯାଇଥିବାର କୌଣସି ସିଧାସଳଖ ପ୍ରମାଣ ମିଳିନାହିଁ। ସୁଶାନ୍ତଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ସିଏଫଏଲଏଲ ଆତ୍ମହତ୍ୟା ଘଟଣାର ରିକ୍ରିଏସନ କରିଥିଲେ। ଏଥିପାଇଁ ସୁଶାନ୍ତଙ୍କ ଘରକୁ ଫରେନସିକ୍ ଟିମ୍ ଯାଇଥିଲେ। ତଦନ୍ତକାରୀଙ୍କ ରିପୋର୍ଟ ଅନୁଯାୟୀ ସୁଶାନ୍ତଙ୍କ ମୃତ୍ୟୁକୁ ଆଂଶିକ ଫାଶୀ ବୋଲି ବିବେଚନା କରିଛନ୍ତି। ଟେକ୍ନିକାଲ ଭାଷାରେ ଆଂଶିକ ଫାଶୀ ଅର୍ଥ […]

sushant1

sushant1

Subhransu Sekhar
  • Published: Wednesday, 23 September 2020
  • Updated: 23 September 2020, 06:33 PM IST

Sports

Latest News

ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତ ମାମଲାରେ ସିଏଫଏସଏଲ (Central Forensic Science Laboratory) ରିପୋର୍ଟ ଦାଖଲ କରିଛି। ଏହି ରିପୋର୍ଟରେ ସୁଶାନ୍ତଙ୍କୁ ହତ୍ୟା କରାଯାଇଥିବାର କୌଣସି ସିଧାସଳଖ ପ୍ରମାଣ ମିଳିନାହିଁ। ସୁଶାନ୍ତଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ସିଏଫଏଲଏଲ ଆତ୍ମହତ୍ୟା ଘଟଣାର ରିକ୍ରିଏସନ କରିଥିଲେ। ଏଥିପାଇଁ ସୁଶାନ୍ତଙ୍କ ଘରକୁ ଫରେନସିକ୍ ଟିମ୍ ଯାଇଥିଲେ। ତଦନ୍ତକାରୀଙ୍କ ରିପୋର୍ଟ ଅନୁଯାୟୀ ସୁଶାନ୍ତଙ୍କ ମୃତ୍ୟୁକୁ ଆଂଶିକ ଫାଶୀ ବୋଲି ବିବେଚନା କରିଛନ୍ତି। ଟେକ୍ନିକାଲ ଭାଷାରେ ଆଂଶିକ ଫାଶୀ ଅର୍ଥ ହେଉଛି ଏହା ସମ୍ପୂର୍ଣ୍ଣ ଫାଶୀ ନୁହେଁ ବରଂ ଏକ ଅର୍ଦ୍ଧ ଫାଶୀ। ସୂଚନାଯୋଗ୍ୟ ଆତ୍ମହତ୍ୟାର ଅଧିକାଂଶ କ୍ଷେତ୍ରରେ ଆଂଶିକ ଫାଶୀ ଦେଖିବାକୁ ମିଳେ।

ତଦନ୍ତ ବେଳେ ଜଣାପଡ଼ିଛି ସୁଶାନ୍ତ ସିଂ ରାଜପୁତ ଉଭୟ ହାତରେ କାମ କରନ୍ତି। ହେଲେ ତାଙ୍କ ଘରେ ରହୁଥିବା ଲୋକଙ୍କ ବୟାନ ଅନୁଯାୟୀ ସେ ଡାହାଣ ହାତ ଅଧିକାଂଶ ସମୟ ବ୍ୟବହାର କରୁଥିବାର ଜଣାପଡ଼ିଛି। ସିଏଫଏସଏଲର ରିପୋର୍ଟ ଅନୁଯାୟୀ ଡାହାଣ ହାତର ଗଣ୍ଠିର ଅବସ୍ଥା ଏବଂ ବେକରେ ରଶି ଲାଗିଥିବାର  ଚିହ୍ନ ମଧ୍ୟ ସମୀକ୍ଷା କରାଯାଇଛି। ସୁଶାନ୍ତଙ୍କ ବେକରେ ଯେଇଉଁଠି ଦାଗ ରହିଛି ସେଥିରେ ଡାହାଣ ହାତ ଦ୍ୱାରା ବନ୍ଧା ହୋଇଥାଇପାରି ବୋଲି କୁହାଯାଉଛି। ଏ ନେଇ ଏକ ଜାତୀୟ ଗଣାମଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ଏବେ ସିଏଫଏସଆଇଏଲର ରିପୋର୍ଟକୁ ଆଧାର କରି ସିବିଆଇ ତଦନ୍ତ କରିବ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଖବର ସରବରାହ ସଂସ୍ଥା ଆଇଏଏନଏସର ରିପୋର୍ଟ ଅନୁଯାୟୀ ସୁଶାନ୍ତଙ୍କ ଭିସେରାକୁ ମୁମ୍ୱାଇ ପୁଲିସ ଭଲ ଭାବରେ ସଂରକ୍ଷିତ କରିନଥିବା ଜଣାପଡ଼ିଛି। ଯାହାକି ଟାମ୍ପରିଂ ପାଇଁ ଏଭଳି କରାଯାଇଥିବା ଜଣାପଡ଼ିଛି।

ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS) ରେ ଫରେନସିକ୍ ମେଡିସିନ୍ ଏବଂ ଟେକ୍ନୋଲଜି ବିଭାଗ ଦ୍ୱାରା ଗ୍ରହଣ କରାଯାଇଥିବା ଭିସେରା “ବହୁତ କମ୍ ପରିମାଣ” ରହିଛି ବୋଲି ଆଇଏନଏସ ଏକ ସୂତ୍ର ଅନୁଯାୟୀ ପ୍ରକାଶ କରିଥିଲା।

ଗତ ଶୁକ୍ରବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁର କାରଣ ଜାଣିବା ପାଇଁ ଭିସେରାକୁ ନୂଆଦିଲ୍ଲୀର ଏଆଇଏମଏସର ଫୋରେନସିକ୍ ବିଭାଗରେ ପରୀକ୍ଷା କରାଯାଇଥିଲା। ଭିସେରା ଭଲ ଭାବରେ ସଂରକ୍ଷିତ ରଖାଯାଇନଥିବାରୁ ଏହା ଖରାପ ହୋଇଯାଇଥିବା ସୂଚନା ରହିଛି। ତେଣୁ ସୁଶାନ୍ତଙ୍କ ଶରୀରରେ ରସାୟନିକ ସାମଗ୍ରୀ ବ୍ୟବହୃତ ହୋଇଥିଲା କି ନାହିଁ ଜାଣିବା କଷ୍ଟକର ବୋଲି ସୂଚନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos