ଚନ୍ଦ୍ରବାବୁ ନାଇଡୁଙ୍କ ଅମରାବତୀ ଘର ଭାଙ୍ଗିବାକୁ ନେଇ ପୁଣି ନୋଟିସ୍

ଅମରାବତୀ: ତିନି ମାସର ନିରବତା ପରେ ପୁଣି ଥରେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଅମରାବତୀ ବାସଭବନକୁ ଭାଙ୍ଗିବା ପାଇଁ ନୋଟିସ୍ ପଠାଇଛନ୍ତି ଆନ୍ଧ୍ର ପ୍ରଦେଶ ସରକାର। ଯାହାକୁ ନେଇ ପୁଣିଥରେ ରାଜ୍ୟରେ ଶାସକ ଦଳ ଓ୍ୱାଇଏସଆର କଂଗ୍ରେସ ଏବଂ ବିରୋଧୀ ତେଲଗୁ ଦେଶମ ପାର୍ଟି ମଧ୍ୟରେ ବିବାଦ ତେଜିଛି। ଆଜି ଆନ୍ଧ୍ର ପ୍ରଦେଶ କ୍ୟାପିଟାଲ୍ ରିଜିଅନ୍ ଡେଭଲପମେଣ୍ଟ ଅଥରଟୀ (ଏପିସିଆରଡିଏ) ସଂପୃକ୍ତ ଜମିର ମୂଳ ମାଲିକ ଲିଙ୍ଗମନେନୀ ରମେଶଙ୍କୁ ବେଆଇନ ଭାବରେ ହୋଇଥିବା ନିର୍ମାଣକୁ […]

NAIDU RESIDENCE AMARAVATI

NAIDU RESIDENCE AMARAVATI

Subhransu Sekhar
  • Published: Saturday, 21 September 2019
  • Updated: 21 September 2019, 05:02 PM IST

ଅମରାବତୀ: ତିନି ମାସର ନିରବତା ପରେ ପୁଣି ଥରେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଅମରାବତୀ ବାସଭବନକୁ ଭାଙ୍ଗିବା ପାଇଁ ନୋଟିସ୍ ପଠାଇଛନ୍ତି ଆନ୍ଧ୍ର ପ୍ରଦେଶ ସରକାର। ଯାହାକୁ ନେଇ ପୁଣିଥରେ ରାଜ୍ୟରେ ଶାସକ ଦଳ ଓ୍ୱାଇଏସଆର କଂଗ୍ରେସ ଏବଂ ବିରୋଧୀ ତେଲଗୁ ଦେଶମ ପାର୍ଟି ମଧ୍ୟରେ ବିବାଦ ତେଜିଛି।

ଆଜି ଆନ୍ଧ୍ର ପ୍ରଦେଶ କ୍ୟାପିଟାଲ୍ ରିଜିଅନ୍ ଡେଭଲପମେଣ୍ଟ ଅଥରଟୀ (ଏପିସିଆରଡିଏ) ସଂପୃକ୍ତ ଜମିର ମୂଳ ମାଲିକ ଲିଙ୍ଗମନେନୀ ରମେଶଙ୍କୁ ବେଆଇନ ଭାବରେ ହୋଇଥିବା ନିର୍ମାଣକୁ ୭ ଦିନ ମଧ୍ୟରେ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇଛି। ନହେଲେ ଏପିସିଆରଡିଏ ଭାଙ୍ଗିବ ବୋଲି କହିଛି। ସୂଚନାଯୋଗ୍ୟ ଲିଙ୍ଗମନେନୀ ରମେଶଙ୍କ ଠାରୁ ଜମି ଲିଜରେ ନେଇ ଚନ୍ଦ୍ରବାବୁ ନାଇଡୁ ଘର ନିର୍ମାଣ କରିଛନ୍ତି।

ପୂର୍ବରୁ ଜୁନ ୨୭ରେ ସମାନ୍ ନୋଟିସ ଜାରି କରିଥିଲା ଏପିସିଆରଡିଏ। ଯେଉଁଥିରେ କାହିଁକି ବେଆଇନ କୋଠା ଭଙ୍ଗା ନଯିବ ସେଥିପାଇଁ ଜବାବ ଦେବାକୁ କହିଥିଲା ଏପିସିଆରଡିଏ। ଏହାପରେ ଚନ୍ଦ୍ରବାବୁ ନାଇଡୁଙ୍କ ଦ୍ୱାରା ଏପିସିଆରଡିଏକୁ ଉତ୍ତର ଦିଆଯାଇଥିଲା। ହେଲେ ଏଥିରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଏପିସିଆରଡିଏ। ଏମିତିକି ୩ ମାସ ମଧ୍ୟରେ ବେଆଇନ ନିର୍ମାଣକାମ ହୋଇଥିବା ନେଇ ଏପିସିଆରଡିଏ ଅଧିକାରୀ ତଦନ୍ତ କରି ଜାଣିବାକୁ ପାଇଛନ୍ତି।

ଏପିସିଆରଡିଏ ପକ୍ଷରୁ ଯେଉଁ ସଦ୍ୟ ନୋଟିସ୍ ଲଗାଯାଇଛି ସେଥିରେ ସୁଇମିଂ ପୁଲ୍, ଅନେକ ଆବସିକ ଘର, ଅଣ୍ଡର ଗ୍ରାଉଣ୍ଡରେ ଥିବା ଡ୍ରେସିଂ ରୁମ୍ ଇତ୍ୟାଦି ୧.୩୧୮ ଏକର ଜମିରେ ରହିଛି। ବେଆଇନ ଭାବରେ ତିଆରି ହୋଇଥିବା ଏହି ସବୁ ନିର୍ମାଣ ଅଧିକାଂଶ ପାଖରେ ଥିବା କୃଷ୍ଣା ନଦୀର ବନ୍ୟାଞ୍ଚଳ ଅଧିନରେ ଆସୁଛି ବୋଲି ସେ ପ୍ରଶାସନ କହିଛି।

ପୂର୍ବରୁ ଚନ୍ଦ୍ରବାବୁ ନାଇଡୁ ସରକାରରେ ଥିବା ବେଳେ ସରକାରୀ ପଇସାରେ ଜନ ଶୁଣାଣୀ ପାଇଁ ପ୍ରଜା ବେଦିକା ନାମରେ ଏକ କୋଠା ନିର୍ମାଣ କରିଥିଲେ। ହେଲେ କ୍ଷମତା ପରିବର୍ତ୍ତନ ପରେ ଏହି ଘର ବେଆଇନ୍ ବୋଲି କହି ଆନ୍ଧ୍ର ସରକାର ପ୍ରଜା ବେଦିକା ଉପରେ ବୁଲଡୋଜର ଚଢାଇଥିଲେ।

୨୦୧୬ରେ ଚନ୍ଦ୍ରବାବୁ ହାଇଦ୍ରାବାଦରୁ ଆସି ଏହି କୋଠାରେ ରହୁଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ହାଇକୋର୍ଟରେ ବିଚାରାଧୀନ ଥିବା ବେଳେ ପ୍ରଶାସନ ପୁଣିଥରେ ନୋଟିସ୍ ପଠାଇବା ବେଆଇନ୍ ବୋଲି ଟିଡିପି କହିଛି। ଜଗନ ସରକାର ରାଜନୀତିକ ଉଦ୍ଦେଶ୍ୟ ରଖି ଏପରି ନୋଟିସ୍ ପଠାଉଛନ୍ତି ବୋଲି ବିରୋଧୀ ଦଳ ତେଲଗୁ ଦେଶମ ପାର୍ଟି କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos