ସୀମାରେ ଶାନ୍ତି ପ୍ରତିଷ୍ଠା ପାଇଁ ଭାରତ-ଚାଇନା ରାଜି!

ନୂଆଦିଲ୍ଲୀ: ସୀମାରେ ଭାରତ ଓ ଚାଇନା ମଧ୍ୟରେ ଚାଲିଥିବା ବିବାଦର ସମାଧାନ ହେବାର ଆଶା ଦେଖାଦେଇଛି। ଦୁଇ ଦେଶ ପରସ୍ପର ସହ ବୁଝାମଣା କରି ପୂର୍ବ ଲଦାଖରେ ଡିସଏନଗେଜମେଣ୍ଟ କରିବାକୁ ରାଜି ହୋଇଛନ୍ତି। ଆଜି ଦୁଇ ଦେଶ ମଧ୍ୟରେ କର୍ପସ କମାଣ୍ଡର ସ୍ତରୀୟ ବୈଠକ ବସିଥିଲା। ଏହି ବୈଠକରେ ହିଁ ଦୁଇ ଦେଶ ପରସ୍ପର କଥାକୁ ଗୁରୁତ୍ୱ ଦେଇ ବୁଝାମଣା କରିବେ ବୋଲି ସହମତି ପ୍ରକାଶ କରିଛନ୍ତି। ବୈଠକରେ ଭାରତ ତା’ ଜିଦ୍‌ରେ ଅଟଳ ରହିଥିଲା। ସୀମାରେ […]

a

a

Puspanjali Panda
  • Published: Tuesday, 13 October 2020
  • Updated: 13 October 2020, 09:00 PM IST

Sports

Latest News

ନୂଆଦିଲ୍ଲୀ: ସୀମାରେ ଭାରତ ଓ ଚାଇନା ମଧ୍ୟରେ ଚାଲିଥିବା ବିବାଦର ସମାଧାନ ହେବାର ଆଶା ଦେଖାଦେଇଛି। ଦୁଇ ଦେଶ ପରସ୍ପର ସହ ବୁଝାମଣା କରି ପୂର୍ବ ଲଦାଖରେ ଡିସଏନଗେଜମେଣ୍ଟ କରିବାକୁ ରାଜି ହୋଇଛନ୍ତି। ଆଜି ଦୁଇ ଦେଶ ମଧ୍ୟରେ କର୍ପସ କମାଣ୍ଡର ସ୍ତରୀୟ ବୈଠକ ବସିଥିଲା। ଏହି ବୈଠକରେ ହିଁ ଦୁଇ ଦେଶ ପରସ୍ପର କଥାକୁ ଗୁରୁତ୍ୱ ଦେଇ ବୁଝାମଣା କରିବେ ବୋଲି ସହମତି ପ୍ରକାଶ କରିଛନ୍ତି।

ବୈଠକରେ ଭାରତ ତା’ ଜିଦ୍‌ରେ ଅଟଳ ରହିଥିଲା। ସୀମାରେ ୨୦୨୦ ଏପ୍ରିଲ ସୁଦ୍ଧା ଯେଉଁ ସ୍ଥିତାବସ୍ଥା ବଜାୟୀ ରହିଥିଲା, ତା’ହା ବର୍ତ୍ତମାନ ମଧ୍ୟ ରହିବା ଦରକାର ବୋଲି ଭାରତ ଦାବି କରିଥିଲା। ଏଥିସହ ଚାଇନା ଜୋରଜବରଦସ୍ତି ଯେଉଁ ସବୁ ଅଞ୍ଚଳ ଅକ୍ତିଆର କରିଛି, ତା’କୁ ପ୍ରଥମେ ଖାଲି କରିବା ଉଚିତ ବୋଲି ନୂଆଦିଲ୍ଲୀ କହିଥିଲା। ବୈଠକ ପରେ ମିଳିତ ପ୍ରେସ ବିବୃତିରେ କୁହାଯାଇଛି ଯେ ଉଭୟ ଦେଶ ପ୍ରତିରକ୍ଷା ଓ କୂଟନୀତିକ ସ୍ତରରେ ଆଲୋଚନା ଜାରି ରଖିବେ। ଏଥିସହ ପରସ୍ପର ସହ ବୁଝାମଣା ଭିତ୍ତିରେ ଯଥାଶୀଘ୍ର ସୀମାରୁ ଡିସଏନଗେଜମେଣ୍ଟ କରିବାକୁ ପଦକ୍ଷେପ ଗ୍ରହଣ କରିବେ।

ଏହାପୂର୍ବରୁ ଚାଇନା ସୀମାରେ ତିକ୍ତତା ପାଇଁ ଭାରତକୁ ଦାୟୀ କରିଥିଲା। ଭାରତ ଅଗଷ୍ଟ ମାସରୁ ପାଙ୍ଗୋଙ୍ଗ ହ୍ରଦର ଯେଉଁ ଉଚ୍ଚସ୍ଥାନକୁ ଦଖଲ କରିଛି, ଏଗୁଡ଼ିକ ଖାଲି କରିବାକୁ ଦାବି କରିଥିଲା। ହେଲେ ଭାରତ ତା’ ଜିଦ୍‌ରେ ଅଟଳ ରହିଥିଲା। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଉଭୟ ଦେଶ ପରସ୍ପର ସହ ବୁଝାମଣା ଭିତ୍ତିରେ ଡିସଏନଗେଜମେଣ୍ଟ କରିବାକୁ ରାଜି ହେଇଛନ୍ତି।

ହେଲେ ଆଗକୁ କେଉଁ ଭଳି ଏହାକୁ କାର୍ଯ୍ୟକାରୀ କରାଯିବ, ତା’ ଉପରେ କାମ କରାଯାଉଛି। ପାଙ୍ଗୋଙ୍ଗ ହ୍ରଦର ଉତ୍ତର ଭାଗ ଚାଇନା ଦଖଲ କରି ରଖିଛି। ଯେଉଁ ଯାଏ ଚାଇନା ଏହାକୁ ଖାଲି କରିନାହିଁ, ଭାରତ ମଧ୍ୟ ଦକ୍ଷିଣ ଭାଗ ଅଞ୍ଚଳ ଛାଡ଼ିବ ନାହିଁ।

ସେପ୍ଟେମ୍ବର ୨୧ରେ ବି ଭାରତ-ଚାଇନା ବୈଠକ ହୋଇଥିଲା। ଏହି ବୈଠକରେ ସେନା ବାହିନୀକୁ ପଛକୁ ନେବାକୁ ଉଭୟ ଦେଶ ରାଜି ହୋଇଥିଲେ। ହେଲେ ଏହା ସମ୍ଭବ ପର ହୋଇ ନଥିଲା। ଆଜିର ବୈଠକରେ ପ୍ରଥମଥର ପାଇଁ ଚାଇନା ବୈଦେଶିକ ମନ୍ତ୍ରଣାଳୟର ଅଧିକାରୀ ସାମିଲ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos