ନୂଆଦିଲ୍ଲୀ: ବିଜେପି ନେତା ତଥା ପୂର୍ବତନ ଗୃହରାଜ୍ୟ ମନ୍ତ୍ରୀ ସ୍ୱାମୀ ଚିନ୍ମୟାନନ୍ଦଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଥିବା ଏଲଏଲବି ଛାତ୍ରୀଙ୍କୁ ଭେଟିବା ପାଇଁ ଦିଲ୍ଲୀ ଯାଉଛନ୍ତି ପୀଡ଼ିତାଙ୍କ ପରିବାର ଲୋକେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଦିଲ୍ଲୀ ପୁଲିସ୍ ଟିମ୍ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ନେଇ ଯାଉଛି।
ସ୍ୱାମୀ ଚିନ୍ମୟାନନ୍ଦଙ୍କ ନାଁରେ ନିର୍ଯାତନା ଅଭିଯୋଗ ଆଣିବା ପରେ ପୀଡ଼ିତା ଛାତ୍ରୀ ନିଖୋଜ ଥିଲେ। ଏହାପରେ ୟୁପି ପୁଲିସ୍ ୬ ଦିନ ପରେ ଶୁକ୍ରବାର ରାଜସ୍ଥାନର ଫତେପୁରରୁ ନିଖୋଜ ଛାତ୍ରୀଙ୍କୁ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଉଦ୍ଧାର କରିଛି। ସୁପ୍ରିମକୋର୍ଟରେ କିଛି ଆଇନଜୀବୀ ଏହି ଘଟଣାକୁ ‘ଉନ୍ନାଓ ଦୁଷ୍କର୍ମ’ ମାମଲା ସହିତ ସମାନ ବୋଲି କହିବା ପରେ ସୁପ୍ରିମକୋର୍ଟ ସଙ୍ଗେ ସଙ୍ଗେ ୟୁପି ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ପୀଡ଼ିତାଙ୍କୁ ସୁପ୍ରିମକୋର୍ଟରେ ହାଜର କରିବା ପାଇଁ।
ଏହାପରେ ରାଜସ୍ଥାନରୁ ୟୁପି ପୁଲିସ ପୀଡ଼ିତାଙ୍କୁ ନେଇ ସୁପ୍ରିମକୋର୍ଟରେ ହାଜର କରିଥିଲେ। ଏହାପରେ ପୀଡ଼ିତାଙ୍କ ସହ ପରିବାର ଲୋକ କଥା ହେବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ବୋଲି ପୀଡ଼ିତାଙ୍କ ବାପା କହିଛନ୍ତି। ହେଲେ ୟୁପି ପୁଲିସ ତାଙ୍କ ଝିଅଙ୍କ କଥା ହେବା ପାଇଁ ଯୋଗାଯୋଗ କରାଉନଥିବା ସେ ଅଭିଯୋଗ କରିଛନ୍ତି।
ଏଲଏଲବି ଛାତ୍ରୀ ଜଣଙ୍କ ପ୍ରଥମେ ସ୍ୱାମୀ ଚିନ୍ମୟାନନ୍ଦଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ଏହାପରେ ଛାତ୍ରୀଙ୍କୁ ଚିନ୍ମୟାନନ୍ଦ ଅପହରଣ କରିଥିଲେ ବୋଲି ଛାତ୍ରୀଙ୍କ ପରିବାର ଲୋକେ ଅଭିଯୋଗ ଆଣିଥିଲେ। ହେଲେ ସେ ତାଙ୍କୁ ପୁରୁଷ ବନ୍ଧୁଙ୍କ ସହ ରାଜସ୍ଥାନରୁ ୯୫ କିଲୋମିଟର ଫତେପୁର ଶିକ୍ରୀରୁ ଉଦ୍ଧାର ହୋଇଥିଲେ।
ଏହାପରେ ୟୁପି ଡିଜିପି ଓପି ସିଂହ କହିଥିଲେ ଅପହରଣ ଅଭିଯୋଗର କୌଣସି ସତ୍ୟତା ନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।