ଟିକସ ଫାଙ୍କି ପରି ଅତ୍ୟଧିକ ଟିକସ ମଧ୍ୟ ସାମାଜିକ ଅନ୍ୟାୟ: ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ଶୁକ୍ରବାର ସୁପ୍ରିମ୍‌କୋର୍ଟର ପ୍ରଧାନବିଚାରପତି ଜଷ୍ଟିସ୍‌ ଏସ୍‌ଏ ବୋବ୍‌ଡେ ଟିକସ ବିବାଦ ଯେତେ ଶୀଘ୍ର ସମ୍ଭବ ତୁଟାଇବାକୁ ପରାମର୍ଶ ଦେଇଛନ୍ତି। ଟିକସ ନ୍ୟାୟପାଳିକାର ଗୁରୁତ୍ୱପୂର୍ଣ୍ଣ ଭୂମିକା ବାବଦରେ ସେ ଆଲୋକପାତ କରିବା ସହ ଏଥି ସହିତ ଜଡ଼ିତ ବିଭିନ୍ନ ମାମଲା ପଡ଼ିରହିବା ନେଇ ସେ ଚିନ୍ତା ପ୍ରକଟ କରିଛନ୍ତି। ଟିକସ ଆଦାୟର ପରିମାଣ ନାଗରିକଙ୍କ ଉପରେ ଯେପରି ଚାପ ସୃଷ୍ଟି ନ କରେ ସେଥିପ୍ରତି ଦୃଷ୍ଟିଦେବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି। ଇନ୍‌କମ୍‌ ଟ୍ୟାକ୍ସ ଆପେଲେଟ୍‌ ଟ୍ରିବ୍ୟୁନାଲର […]

Justice-Bobde

Justice-Bobde

Subrat Kumar Nayak
  • Published: Friday, 24 January 2020
  • Updated: 24 January 2020, 08:39 PM IST

Sports

Latest News

ନୂଆଦିଲ୍ଲୀ: ଶୁକ୍ରବାର ସୁପ୍ରିମ୍‌କୋର୍ଟର ପ୍ରଧାନବିଚାରପତି ଜଷ୍ଟିସ୍‌ ଏସ୍‌ଏ ବୋବ୍‌ଡେ ଟିକସ ବିବାଦ ଯେତେ ଶୀଘ୍ର ସମ୍ଭବ ତୁଟାଇବାକୁ ପରାମର୍ଶ ଦେଇଛନ୍ତି। ଟିକସ ନ୍ୟାୟପାଳିକାର ଗୁରୁତ୍ୱପୂର୍ଣ୍ଣ ଭୂମିକା ବାବଦରେ ସେ ଆଲୋକପାତ କରିବା ସହ ଏଥି ସହିତ ଜଡ଼ିତ ବିଭିନ୍ନ ମାମଲା ପଡ଼ିରହିବା ନେଇ ସେ ଚିନ୍ତା ପ୍ରକଟ କରିଛନ୍ତି। ଟିକସ ଆଦାୟର ପରିମାଣ ନାଗରିକଙ୍କ ଉପରେ ଯେପରି ଚାପ ସୃଷ୍ଟି ନ କରେ ସେଥିପ୍ରତି ଦୃଷ୍ଟିଦେବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି। ଇନ୍‌କମ୍‌ ଟ୍ୟାକ୍ସ ଆପେଲେଟ୍‌ ଟ୍ରିବ୍ୟୁନାଲର ୭୯ତମ ପ୍ରତିଷ୍ଠା ଦିବସରେ ସେ ଏଭଳି କହିଛନ୍ତି।

ସେ ଆହୁରି ମଧ୍ୟକହିଛନ୍ତି ଟିକସ ଫାଙ୍କି ଯେଉଁଭଳି ଭାବେ ନାଗରିକଙ୍କ ପାଇଁ ସାମାଜିକ ଅନ୍ୟାୟ, ଠିକ ସେହିଭଳି ଅତ୍ୟଧିକ ଟିକସ ଆଦାୟ ମଧ୍ୟ ସରକାରଙ୍କ ପାଇଁ ସାମାଜିକ ଅନ୍ୟାୟ। ଟିକସ ଆଦାୟକୁ ନେଇ ଭାରତୀୟ ପରମ୍ପରାର ଉଦାହରଣ ଦେ ସେ କହିଥିଲେ ଲୋକଙ୍କଠାରୁ ଟିକସ ଆଦାୟ ମହୁମାଛି ପରି ହେବା ଦରକାର। ମହୁମାଛି ଯେପରି ଫୁଲକୁ କୌଣସି ଆଘାତ ନଦେଇ ମଧୁ ସଂଗ୍ରହ କରିଥାଏ, ଟିକସ ଠିକ ସେପରି ଆଦାୟ ହେବା ଦରକାର।

ସେ ଟିକସ ବିବାଦଗୁଡ଼ିକର ଶୀଘ୍ର ସମାଧାନକୁ ଗୁରୁତ୍ୱ ଦେବାକୁ କହିଛନ୍ତି। ଏହାର ତ୍ୱରିତ ସମାଧାନ ଟିକସଦାତାଙ୍କ ପାଇଁ ଟିକସଫାଇଦା ପରି। ସେହିଭଳି ଟିକସ ଆଦାୟକାରୀଙ୍କ ପାଇଁ ମଧ୍ୟ ଏହା ସହାୟକ। ସୂଚନାଯୋଗ୍ୟ ଯେ, ଗତ ଦୁଇ ବର୍ଷରେ ସୁପ୍ରିମ୍‌କୋର୍ଟ, ହାଇକୋର୍ଟ ଏବଂ କଷ୍ଟମ୍ସ ଏକ୍ସାଇଜ୍‌ ଆଣ୍ଡ ସର୍ଭିସ୍‌ ଟ୍ୟାକ୍ସ ଆପେଲେଟ୍‌ ଟ୍ରିବ୍ୟୁନାଲ (ସିଇଏସ୍‌ଟିଏଟି)ରେ ଟିକସ ସମ୍ପର୍କିତ ମାମଲା ୬୧% ହ୍ରାସ ଘଟି ୧.୦୫ ଲକ୍ଷକୁ ଖସିଆସିଛି। ୨୦୧୭ରେ ଏହାର ସଂଖ୍ୟା ୨,୭୩,୫୯୧ ଥିଲା ଏବଂ ଏହା ବର୍ତ୍ତମାନ ୧,୦୫,୭୫୬କୁ ଖସିଆସିଛି। ତେବେ ପଡ଼ିରହିଥିବା ମାମଲାର ସମାଧାନ ପାଇଁ କେବଳ ଟ୍ରିବ୍ୟୁନାଲ ଖୋଲିଦେଲେ ଚଳିବନାହିଁ ବୋଲି ସେ କହିଛନ୍ତି।

ସେହିଭଳି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଟେକ୍ନୋଲୋଜିର ବ୍ୟବହାର ବାବଦରେ ସେ କହିଥିଲେ, ଏହାର ଉପଯୋଗବେଳେ ଆମକୁ ସତର୍କ ହେବାକୁ ପଡ଼ିବ ଯେପରି ମାନବିକ ବିବେକକୁ ଏହା କ୍ଷତି ନ ପହାଞ୍ଚାଏ। ନିଷ୍ପତ୍ତି ନେବାରେ ଏହା କେବେ ମଧ୍ୟ ମାନିବିକ ବିବେକର ସ୍ଥାନ ନେଇପାରିବନାହିଁ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos