କୋଇଲା ଘୋଟାଲା:ନବୀନ ଜିନ୍ଦଲ ଓ ମଧୁ କୋଡା  ଆଶ୍ୱସ୍ତ

 ନୂଆଦିଲ୍ଲୀ: କୋଇଲା ବ୍ଲକ୍ ଆବଣ୍ଟନ୍ ଦୁର୍ନୀତି ମାମଲାରେ ଦିଲ୍ଲୀର ଏକ କୋର୍ଟ କଂଗ୍ରେସ ନେତା ତଥା ଶିଳ୍ପପତି ନବୀନ ଜିନ୍ଦଲ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦାସରୀ ନାରାୟଣ ରାଓ ଏବଂ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡାଙ୍କୁ ସୁରକ୍ଷା ପ୍ରଦାନ କରିଛନ୍ତି । ସେମାନଙ୍କୁ ଏବେ ଗିରଫ ନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ସେମାନେ ଦେଶ ଛାଡି ଅନ୍ୟତ୍ର ନ ଯିବାକୁ  କୁହାଯାଇଛି । ଏକଲକ୍ଷ ଟଙ୍କା ମୁଚାଲିକାରେ କୋର୍ଟ ନବୀନ ଜିନ୍ଦଲ, […]

coal

coal

Rakesh Mallick
  • Published: Friday, 22 May 2015
  • Updated: 22 May 2015, 09:23 AM IST

 ନୂଆଦିଲ୍ଲୀ: କୋଇଲା ବ୍ଲକ୍ ଆବଣ୍ଟନ୍ ଦୁର୍ନୀତି ମାମଲାରେ ଦିଲ୍ଲୀର ଏକ କୋର୍ଟ କଂଗ୍ରେସ ନେତା ତଥା ଶିଳ୍ପପତି ନବୀନ ଜିନ୍ଦଲ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦାସରୀ ନାରାୟଣ ରାଓ ଏବଂ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡାଙ୍କୁ ସୁରକ୍ଷା ପ୍ରଦାନ କରିଛନ୍ତି । ସେମାନଙ୍କୁ ଏବେ ଗିରଫ ନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ସେମାନେ ଦେଶ ଛାଡି ଅନ୍ୟତ୍ର ନ ଯିବାକୁ  କୁହାଯାଇଛି । ଏକଲକ୍ଷ ଟଙ୍କା ମୁଚାଲିକାରେ କୋର୍ଟ ନବୀନ ଜିନ୍ଦଲ, ଶ୍ରୀ ରାଓ , କୋଡାଙ୍କ ସମେତ ଅନ୍ୟ ୧୨ ଜଣଙ୍କୁ ଏହି ସୁରକ୍ଷା ଦେଇଛନ୍ତି।

ଝାରଖଣ୍ଡରେ କୋଇଲା ବ୍ଲକ୍ ଆବଣ୍ଟନରେ ଅନିୟମିତତା ଅଭିଯୋଗ ଉପରେ  ସେମାନେ ଆଜି କୋର୍ଟରେ ହାଜର ହୋଇଥିଲେ । ସିବିଆଇ ଅଧିକାରୀମାନେ କହିଛନ୍ତି ଯେ, ଦିଲ୍ଲୀର ଦୁଇଟି ଇସ୍ପାତ  ଏବଂ ଲୌହ କମ୍ପାନୀ କୋଇଲା ବ୍ଲକ୍ ଅକ୍ତିଆର କରିବା ପାଇଁ  ଭୁଲ୍ ସୂଚନା ପ୍ରଦାନ କରିଥିଲେ । କୋଇଲା ବ୍ଲକ୍ ଆବଣ୍ଟନ ଅନିୟମିତତା ସମୟରେ ୨୦୦୬ ରୁ ୨୦୦୯ ପଯ୍ୟନ୍ତ ରାଓ କୋଇଲା ବିଭାଗର ରାଜ୍ୟମନ୍ତ୍ରୀ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos