ଏମ୍‌ସର ଆଶଙ୍କା, ଦିଲ୍ଲୀ-ମୁମ୍ବାଇରେ କରୋନା ଗୋଷ୍ଠୀ ସଂକ୍ରମଣର ରୂପ ନେଇଛି

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ବିଶେଷ କରି ଦିଲ୍ଲୀ ଓ ମୁମ୍ବାଇରେ ସଂକ୍ରମିତ ହାର ଅଧିକ ରହିଛି। ଦୁଇ ସହରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ଏଠାରେ କରୋନା ଗୋଷ୍ଠୀ ସଂକ୍ରମଣର ରୂପ ନେଇଥିବା ଆଶଙ୍କା ପ୍ରକାଶ ପାଇଛି। ଏସବୁ ଭିତରେ ଏମସର ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଦିଲ୍ଲୀ ଓ ମୁମ୍ବାଇରେ କରୋନା ଗୋଷ୍ଠୀ ସଂକ୍ରମଣ ହୋଇଥିବା ଆଶଙ୍କା ରହିଛି। ଏହି କାରଣରୁ ସମ୍ଭବତଃ […]

u

u

Hemant Lenka
  • Published: Tuesday, 09 June 2020
  • Updated: 09 June 2020, 09:57 PM IST

Sports

Latest News

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ବିଶେଷ କରି ଦିଲ୍ଲୀ ଓ ମୁମ୍ବାଇରେ ସଂକ୍ରମିତ ହାର ଅଧିକ ରହିଛି। ଦୁଇ ସହରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ଏଠାରେ କରୋନା ଗୋଷ୍ଠୀ ସଂକ୍ରମଣର ରୂପ ନେଇଥିବା ଆଶଙ୍କା ପ୍ରକାଶ ପାଇଛି। ଏସବୁ ଭିତରେ ଏମସର ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ବଡ଼ ବୟାନ ଦେଇଛନ୍ତି।

ସେ କହିଛନ୍ତି, ଦିଲ୍ଲୀ ଓ ମୁମ୍ବାଇରେ କରୋନା ଗୋଷ୍ଠୀ ସଂକ୍ରମଣ ହୋଇଥିବା ଆଶଙ୍କା ରହିଛି। ଏହି କାରଣରୁ ସମ୍ଭବତଃ ଦୁଇ ସହରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ସେ କହିଛନ୍ତି, ଯଦି ଆମେ ପୂରା ଦେଶର ସ୍ଥିତିକୁ ଦେଖିବା, ତା’ହେଲେ ଏମିତି କିଛି ସହର ରହିଛି ଯେଉଁଠାରେ ସଂକ୍ରମଣ ବଢ଼ିବାରେ ଲାଗିଛି। ଦେଶର ମୋଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କିଛି ନିଦ୍ଦିଷ୍ଟ ସହରରୁ ୭୦ରୁ ୮୦% ମାମଲା ସାମ୍ନାକୁ ଆସିଛି।

ଦିଲ୍ଲୀ, ମୁମ୍ବାଇ, ଇନ୍ଦୋର ଓ ଅହମଦାବାଦରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ। କିନ୍ତୁ ଦେଶର ଅନ୍ୟ ପ୍ରାନ୍ତରେ ଆକ୍ରାନ୍ତଙ୍କ ସଂଖ୍ୟା କମ ରହିଛି। ଉପରୋକ୍ତ ୪ ସହରକୁ ଛାଡ଼ି ଦେଲେ ବାକି ଅଞ୍ଚଳରେ କରୋନା ସଂକ୍ରମଣ ଧୀରେଧୀରେ ହ୍ରାସ ପାଉଛି। ଏଯାଏ ଦେଶରେ କରୋନାର ଗୋଷ୍ଠୀ ସଂକ୍ରମଣ ହୋଇନାହିଁ।

ତେବେ ଦିଲ୍ଲୀ ଓ ମୁମ୍ବାଇରେ କରୋନାର ଗୋଷ୍ଠୀ ସଂକ୍ରମଣ ହୋଇଥିବା ଆଶଙ୍କା କରାଯାଉଛି। ଯଦି ଏହି ଦୁଇ ସହରରେ ଗୋଷ୍ଠୀ ସଂକ୍ରମଣ ହେଉଛି, ତା’ହେଲେ ଏହାକୁ ରୋକିବାକୁ ଆମକୁ ପ୍ରୟାସ କରିବାକୁ ପଡ଼ିବ। ଅଧିକାଂଶ ପଜିଟିଭ କେସ ଲକ୍ଷଣହୀନ ବା ଖୁବ କମ୍‌ ଲକ୍ଷଣ ଯୁକ୍ତ ରହୁଛି। ତେଣୁ ଯେଉଁ ଅଞ୍ଚଳରେ ସଂକ୍ରମଣ ବଢ଼ୁଛି, ସେଠାରେ ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ।

ଜୁନ୍‌ ମାସରୁ କରୋନାର ବେଗ ବଢ଼ିଛି। ସେହିପରି ଲକଡାଉନ ମଧ୍ୟ କୋହଳ କରାଯାଇଛି। ତେଣୁ ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହୁଛି। ଆମକୁ ଏଥିପ୍ରତି ସତର୍କ ରହିବାକୁ ପଡ଼ିବ। କରୋନା କେତେବେଳେ ତା’ର ସର୍ବୋଚ୍ଚ ଗତି ଦେଖାଇବ, ସେକଥା କହିବାକୁ ମୁସ୍କିଲ।

ଭିନ୍ନଭିନ୍ନ ଅଞ୍ଚଳରେ ଭିନ୍ନଭିନ୍ନ ସମୟରେ କରୋନା ସର୍ବୋଚ୍ଚ ଗତି ଦେଖାଇବ। ଉଦାହରଣ ସ୍ୱରୂପ, ମୁମ୍ବାଇରେ କେସ ବଢ଼ୁଛି, ତେଣୁ ସେଠାରେ କରୋନା ଖୁବଶୀଘ୍ର ସର୍ବୋଚ୍ଚ ଗତି ଦେଖାଇପାରେ। ଏହାପରେ ଦିଲ୍ଲୀ, ପରେ ଇନ୍ଦୋର ଓ ଅହମଦାବାଦରେ ସଂକ୍ରମଣ ଗତି ଜୋର ଧରିପାରେ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story