ମହିଳାଙ୍କୁ ସମ୍ମାନ ନାଁରେ ପ୍ରହସନ, ପୁଣି ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଟିକେଟ ଦେଲା କଂଗ୍ରେସ

ନୂଆଦିଲ୍ଲୀ: ନିଜ ଜାଲରେ ନିଜେ କଂଗ୍ରେସ ଏବେ ଫଶିଯାଇଛି। ମହିଳାଙ୍କୁ ସମ୍ମାନ ଦେବା ନାଁରେ କଂଗ୍ରେସର ପ୍ରହସନ ପଦାସୁ ଆସିଛି। ହାଥରସ ଘଟଣା ଏବଂ ଦେଶରେ ଦିନକୁ ଦିନ ବଢ଼ୁଥିବା ହିଂସାକୁ ଦେଖି ଏଣିକି ମହିଳା ବିରୋଧୀ ଅପରାଧରେ ଅଭିଯୁକ୍ତଙ୍କୁ ଟିକେଟ୍ ଦେବନି ବୋଲି କଂଗ୍ରେସର ମହିଳା ଶାଖାର ମୁଖ୍ୟ ସୁସ୍ମିତ୍ ଦେବ ସାମ୍ୱାଦିକ ସମ୍ମିଳନୀ କରି ମଙ୍ଗଳବାର କହିଥିଲେ। ଦେଶର ପୁରୁଣା ଦଳ କଂଗ୍ରେସର ଏଭଳି ନିୟମକୁ ସମସ୍ତେ ପ୍ରଶଂସା କରିଥିଲେ। ହେଲେ ଏବେ ୟୁପିରେ […]

up congress leader

Subhransu Sekhar
  • Published: Sunday, 11 October 2020
  • , Updated: 11 October 2020, 02:49 PM IST

ନୂଆଦିଲ୍ଲୀ: ନିଜ ଜାଲରେ ନିଜେ କଂଗ୍ରେସ ଏବେ ଫଶିଯାଇଛି। ମହିଳାଙ୍କୁ ସମ୍ମାନ ଦେବା ନାଁରେ କଂଗ୍ରେସର ପ୍ରହସନ ପଦାସୁ ଆସିଛି। ହାଥରସ ଘଟଣା ଏବଂ ଦେଶରେ ଦିନକୁ ଦିନ ବଢ଼ୁଥିବା ହିଂସାକୁ ଦେଖି ଏଣିକି ମହିଳା ବିରୋଧୀ ଅପରାଧରେ ଅଭିଯୁକ୍ତଙ୍କୁ ଟିକେଟ୍ ଦେବନି ବୋଲି କଂଗ୍ରେସର ମହିଳା ଶାଖାର ମୁଖ୍ୟ ସୁସ୍ମିତ୍ ଦେବ ସାମ୍ୱାଦିକ ସମ୍ମିଳନୀ କରି ମଙ୍ଗଳବାର କହିଥିଲେ। ଦେଶର ପୁରୁଣା ଦଳ କଂଗ୍ରେସର ଏଭଳି ନିୟମକୁ ସମସ୍ତେ ପ୍ରଶଂସା କରିଥିଲେ।

ହେଲେ ଏବେ ୟୁପିରେ ଉପନିର୍ବାଚନର ପ୍ରାର୍ଥୀ ଜଣେ ମହିଳା ବିରୋଧୀ ଅଭିଯୁକ୍ତଙ୍କ ନାଁ କଂଗ୍ରେସ ଘୋଷଣା କରିଛି। ଯାହାକୁ ନେଇ ଦଳର ଜଣେ ମହିଳା କର୍ମୀ ଆପତ୍ତି ଉଠାଇଛନ୍ତି। ଆଉ ଆପତ୍ତି ଉଠାଇବାରୁ ଦଳୀୟ ମହିଳା ନେତ୍ରୀଙ୍କୁ କିଛି ପୁରୁଷ କଂଗ୍ରେସ ନେତା ମାଡ଼ ମାରିବା ସହିତ ଆହତ କରିଦେଇଥିବା ଦେଖିବାକୁ ମିଳିଛି।

ମହିଳା କଂଗ୍ରେସ ନେତ୍ରୀ ତାରା ଯାଦବ କହିଥିଲେ ଯେ ଦେଓରିଆ ଆସନ ପାଇଁ ମୁକୁନ୍ଦ ଭାସ୍କର ମଣି ତ୍ରିପାଠୀଙ୍କ ନାଁ ଘୋଷଣା ହୋଇଛି। ହେଲେ ଏହି ନେତାଙ୍କ ବିରୋଧରେ ଦୁଷ୍କର୍ମ ରହିଛି। ସେ ଏ ନେଇ ଦଳର ସଚିବ ସଚିନ ନାଇକଙ୍କ ନିକଟରେ ଅଭିଯୋଗ କରିଥିଲେ। ସେ ପ୍ରାର୍ଥୀ ହେଲେ ଦଳର ଭାବମୂର୍ତ୍ତି ପ୍ରଭାବିତ ହେବ। ତେଣୁ ଜଣେ ଭଲ ଚରିତ୍ର ଥିବା ବ୍ୟକ୍ତିଙ୍କୁ କଂଗ୍ରେସ ପ୍ରାର୍ଥୀ କରିବା ଦରକାର।

ଏହି ଘଟଣାକୁ ଜାତୀୟ ମହିଳା କମିଶନ ଅଧ୍ୟକ୍ଷ ରେଖା ଶର୍ମା ଗୁରୁତର ସହ ନେଇଛନ୍ତି। ଏ ନେଇ ସେ ଉତ୍ତର ପ୍ରଦେଶ ପୁଲିସ ଡିଜିପିଙ୍କୁ ଜବାବ ତଲବ କରିବେ କହିଛନ୍ତି। ଯଦି ମହିଳାଙ୍କ ବିରୋଧରେ ଏଭଳି ଆକ୍ରୋଶ ହେବ, ତା’ହେଲେ ରାଜନୀତିରେ ମହିଳା କେମିତି ଆସିବେ ବୋଲି ରେଖା ଶର୍ମା କହିଛନ୍ତି।

ସୂଚନାଯୋଗ୍ୟ, ବିହାର ବିଧାନସଭା ନିର୍ବାଚନ ପାଇଁ ଟିକେଟ ଦେବା ବେଳେ କଂଗ୍ରେସ ଏହି ନିୟମକୁ କାର୍ଯ୍ୟକାରୀ କରିଛି। ବିହାରରେ ୩ ଜଣ ନେତା ଦଳୀୟ ଟିକେଟ ପାଇଁ ଆବେଦନ କରିଥିଲେ। ହେଲେ ସେମାନଙ୍କ ନାଁରେ ମହିଳା ବିରୋଧୀ ଅପରାଧ ପାଇଁ ମାମଲା ରହିଛି। ସେମାନେ ମହିଳା ବିରୋଧୀ ଅପରାଧର ଅଭିଯୁକ୍ତ। ଏହି କାରଣରୁ ଦଳ ଏହି ୩ ନେତାଙ୍କୁ ଏଯାଏ ଟିକେଟ ଦେଇନାହିଁ। ଏହାପରେ ମଙ୍ଗଳବାର ଦଳର ମହିଳା ୱିଙ୍ଗ ମୁଖ୍ୟ ସୁସ୍ମିତା ଦେବ ସାମ୍ବାଦିକ ସମ୍ମିଳନୀ କରି ଏହା କହିଥିଲେ।

 

Related story