ଗଣତନ୍ତ୍ରକୁ କିଏ ହତ୍ୟା କରୁଛି? କୋର୍ଟରେ ବିଜେପି-କଂଗ୍ରେସ ମଧ୍ୟରେ ବାକ୍ ଯୁଦ୍ଧ

ଭୋପାଲ: ସୁପ୍ରିମକୋର୍ଟରେ ଆଜି ମଧ୍ୟପ୍ରଦେଶ ରାଜନୀତିକ ‘ନାଟକ’ର ନ୍ୟାୟିକ ଯୁଦ୍ଧ ଦେଖିବାକୁ ମିଳିଛି। ବିଚାରପତିଙ୍କ ଆଗରେ ଦେଶର ଦୁଇ ପ୍ରମୁଖ ଦଳ ବିଜେପି ଏବଂ କଂଗ୍ରେସ ପରସ୍ପର ବିରୋଧରେ ଗଣତନ୍ତ୍ରକୁ ହତ୍ୟା କରିଥିବାର ଅଭିଯୋଗ ଆଣିଛନ୍ତି। ବିଜେପି ସର୍ବସମ୍ମୁଖରେ ଗଣତନ୍ତ୍ରକୁ ହତ୍ୟା କରୁଛି ବୋଲି କଂଗ୍ରେସ ଅଭିଯୋଗ ଆଣିଛି। କମଲନାଥ ସରକାରଙ୍କ ପାଖରେ ଆବଶ୍ୟକ ବିଧାୟକଙ୍କ ସମର୍ଥନ ନାହିଁ। ଏବେ ଉପନିର୍ବାଚନ ଯାଏ ଆସ୍ଥା ଭୋଟ ଉପରେ ରୋକ୍ ଲଗାଇବାକୁ କହି କମଲନାଥ ସରକାର ଗଣତନ୍ତ୍ରକୁ ହତ୍ୟା […]

shivraj-singh-chauhaan-and-kamalnath

shivraj-singh-chauhaan-and-kamalnath

Subhransu Sekhar
  • Published: Wednesday, 18 March 2020
  • Updated: 18 March 2020, 06:28 PM IST

Sports

Latest News

ଭୋପାଲ: ସୁପ୍ରିମକୋର୍ଟରେ ଆଜି ମଧ୍ୟପ୍ରଦେଶ ରାଜନୀତିକ ‘ନାଟକ’ର ନ୍ୟାୟିକ ଯୁଦ୍ଧ ଦେଖିବାକୁ ମିଳିଛି। ବିଚାରପତିଙ୍କ ଆଗରେ ଦେଶର ଦୁଇ ପ୍ରମୁଖ ଦଳ ବିଜେପି ଏବଂ କଂଗ୍ରେସ ପରସ୍ପର ବିରୋଧରେ ଗଣତନ୍ତ୍ରକୁ ହତ୍ୟା କରିଥିବାର ଅଭିଯୋଗ ଆଣିଛନ୍ତି। ବିଜେପି ସର୍ବସମ୍ମୁଖରେ ଗଣତନ୍ତ୍ରକୁ ହତ୍ୟା କରୁଛି ବୋଲି କଂଗ୍ରେସ ଅଭିଯୋଗ ଆଣିଛି। କମଲନାଥ ସରକାରଙ୍କ ପାଖରେ ଆବଶ୍ୟକ ବିଧାୟକଙ୍କ ସମର୍ଥନ ନାହିଁ। ଏବେ ଉପନିର୍ବାଚନ ଯାଏ ଆସ୍ଥା ଭୋଟ ଉପରେ ରୋକ୍ ଲଗାଇବାକୁ କହି କମଲନାଥ ସରକାର ଗଣତନ୍ତ୍ରକୁ ହତ୍ୟା କରୁଛି ବୋଲି ବିଜେପି ପାଲଟା ଅଭିଯୋଗ ଆଣିଛି।

ବିଜେପି ପକ୍ଷରୁ ମୁକୁଲ୍ ରୋହତଗୀ ଲଢ଼ୁଥିବା ବେଳେ କଂଗ୍ରେସ ପକ୍ଷରୁ ଦୁଷ୍ୟନ୍ତ ଡାଭେ ଏବଂ କମଲନାଥ ସରକାରଙ୍କ ତରଫରୁ ଅଭିଷେକ ମନୁ ସିଂହ ଭି ପକ୍ଷ ରଖିଥିଲେ। ସେହିପରି ଇସ୍ତଫା ଦେଇଥିବା କଂଗ୍ରେସ ବିଧାୟକଙ୍କ ପକ୍ଷରୁ ମନିନ୍ଦର ସିଂ ପକ୍ଷ ରଖିଥିଲେ। ସମସ୍ତ ପକ୍ଷଙ୍କ ମଧ୍ୟରେ ହୋଇଥିବା ଯୁକ୍ତିକୁ ଦେଖି କୋର୍ଟ ଗୁରୁବାରକୁ ଶୁଣାଣି ଘୁଞ୍ଚାଇଛନ୍ତି। ମଧ୍ୟପ୍ରଦେଶରେ ଦେଖାଦେଇଥିବା ରାଜନୀତିକ ସଙ୍କଟକୁ ନେଇ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ସମେତ ଅନ୍ୟ ୯ ଜଣ ଆବେଦନ କରିଥିଲେ।

ଶୁଣାଣି ବେଳେ ଇସ୍ତଫା ଦେଇଥିବା କଂଗ୍ରେସ ବିଧାୟକଙ୍କୁ ଆବେଦନ ପତ୍ରକୁ କାହିଁକି ଗ୍ରହଣ କରାଯାଉନି ବୋଲି ବିଚାରପତି ମଧ୍ୟପ୍ରଦେଶ ବିଧାନସଭା ବାଚସ୍ପତିଙ୍କୁ ପ୍ରଶ୍ନ କରିଥିଲେ। ହେଲେ କୋର୍ଟ କହିଥିଲେ ଯଦି ବାଚସ୍ପତି ଇସ୍ତଫାକୁ ନେଇ କିଛି ସନ୍ଦେହ ଅନୁଭବ କରୁଛନ୍ତି ତାହେଲେ ଇସ୍ତଫାକୁ ପ୍ରତ୍ୟାଖ୍ୟାନ କରିପାରିବେ। ମାମଲାର ପରବର୍ତ୍ତୀ ଶୁଣାଣି ଗୁରୁବାର ସକାଳ ୧୦.୩୦ରେ ହେବ।

କଂଗ୍ରେସ କହିଛି, ବିଜେପି ନେତାମାନେ ବିଧାନସଭା ବାଚସ୍ପତିଙ୍କୁ କଂଗ୍ରେସ ବିଧାୟକଙ୍କ ଇସ୍ତଫା ପତ୍ର ହସ୍ତାନ୍ତର କରିଛନ୍ତି। ବିଦ୍ରୋହୀ ବିଧାୟକଙ୍କ ବନ୍ଦ କରି ରଖାଯାଇଛି ବୋଲି ସେ କହିଛନ୍ତି। ଜବାବରେ ଇସ୍ତଫା ଦେଇଥିବା କଂଗ୍ରେସ ବିଧାୟକଙ୍କ ପକ୍ଷରୁ ବରିଷ୍ଠ ଓକିଲ ମନିନ୍ଦର ସିଂ କହିଥିଲେ, 'ଆମକୁ ଅପହରଣ କରାଯାଇ ନାହିଁ। ଆମେ ଏହି ପ୍ରମାଣକୁ କୋର୍ଟରେ ଏକ ସିଡି ଜରିଆରେ ଦେଉଛୁ’। କାହାକୁ ଭେଟିବାକୁ ବାଧ୍ୟ କରିବାକୁ କହିହେବନି ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି ‘ଗଣତନ୍ତ୍ରକୁ ମଜବୁତ କରିବା ଆମ ଇସ୍ତଫା ପଛର ଉଦ୍ଦେଶ୍ୟ। ବିଚାରଗତ ପାର୍ଥକ୍ୟ ହେତୁ ଆମେ ଇସ୍ତଫା ଦେଇଛୁ । ଇସ୍ତଫା ଦେବାର ଅଧିକାର ଏକ ସାମ୍ବିଧାନିକ ଅଧିକାର, କିନ୍ତୁ ଇସ୍ତଫା ଦେବା ପରେ ବାଚସ୍ପତିଙ୍କର କ’ଣ ଦାୟିତ୍ୱ ରହିଛି? ସେ (ବାଚସ୍ପତି) ଇସ୍ତଫା ଦେବା ପରେ ତାଙ୍କ ପଦବୀରେ ବସିବେ କି? ତେବେ କିଛି ବିଧାୟକଙ୍କ ଇସ୍ତଫା ଗ୍ରହଣ ପାଇଁ ବାଚସ୍ପତି ରାଜି ହୋଇଥିବା ବେଳେ ବାକି ବିଧାୟକଙ୍କ ଇସ୍ତଫା ଗ୍ରହଣ ନହେବା ପଛରେ ରାଜନୀତିକ ମତଭେଦ ରହିଛି'?

ସେହିପରି ବିଜେପି ପକ୍ଷରୁ ହାଜର ହୋଇ ମୁକୁଲ ରୋହତଗି କହିଛନ୍ତି, ବିଦ୍ରୋହୀ ବିଧାୟକମାନେ ଭୋପାଳକୁ ଫେରିବେ ନାହିଁ। ବିଧାୟକମାନେ ବାଚସ୍ପତିଙ୍କୁ ବିଶ୍ୱାସ କରୁ ନାହାନ୍ତି। ବିଧାୟକମାନେ ବେଙ୍ଗାଲୁରୁରୁ ଭୋପାଳକୁ ଆସିବାକୁ ଚାହୁଁ ନାହାନ୍ତି। କଂଗ୍ରେସ କହିଛି, ବିଦ୍ରୋହୀ ବିଧାୟକଙ୍କୁ ଡରାଇ ଧମକାଇ ଇସ୍ତଫା ଦେବାକୁ କୁହାଯାଇଛି। ସେମାନେ ସ୍ୱେଚ୍ଛାକୃତ ଭାବରେ ଇସ୍ତଫା ଦେଇ ନାହାନ୍ତି।

ରାତି ଅଧରେ ରାଜ୍ୟପାଳ ଫ୍ଲୋର ଟେଷ୍ଟ ପାଇଁ ନିର୍ଦ୍ଦେଶ ଦେବା ଅସାମ୍ୱିଧାନିକ ବୋଲି ଶ୍ରୀ ଡାଭେ କହିଛନ୍ତି। ରାଜ୍ୟପାଳ ଲାଲାଜୀ ଟଣ୍ଡନ ଏଭଳି କରି ଗଣତନ୍ତ୍ରକୁ ହତ୍ୟା କରିଛନ୍ତି ବୋଲି ସେ କହିଛନ୍ତି। ବିଧାୟକଙ୍କୁ ଅପହରଣ କରାଯାଇଛି ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ତଥା ଆବେଦନକାରୀ ଉପ-ନିର୍ବାଚନ ପର୍ଯ୍ୟନ୍ତ ଆସ୍ଥା ଭୋଟକୁ ସ୍ଥଗିତ ରଖିବାକୁ ନେଇ କଂଗ୍ରେସ ଯେଉଁ ଯୁକ୍ତି ଦର୍ଶାଇଛି ତାହାକୁ ଶିବରାଜ ବିରୋଧ କରିଛନ୍ତି। ମଧ୍ୟପ୍ରଦେଶ ବିଧାନସଭାରେ ତୁରନ୍ତ ଶକ୍ତି ପରୀକ୍ଷା ହେବା ଦରକାର ବୋଲି ସେ କହିଛନ୍ତି। ଆବଶ୍ୟକ ବିଧାୟକଙ୍କ ସମର୍ଥନ ନଥିବାରୁ ଗୋଟିଏ ଦିନ ପାଇଁ କମଲନାଥ ସରକାର କ୍ଷମତାରେ ରହିପାରିବେ ନାହିଁ ବୋଲି ସେ କହିଛନ୍ତି। ହେଲେ ଆସ୍ଥା ଭୋଟର ସାମ୍ନା ନକରି କଂଗ୍ରେସ ଗଣତନ୍ତ୍ରକୁ ହତ୍ୟା କରିଛି ବୋଲି ବିଜେପିର ପକ୍ଷ ରଖୁଥିବା ଓକିଲ ମୁକୁଲ ରୋହତଗୀ କହିଛନ୍ତି।

ମଧ୍ୟପ୍ରଦେଶର ରାଜ୍ୟପାଳ ଲାଲଜି ଟଣ୍ଡନ ଶକ୍ତି ପରୀକ୍ଷା ପାଇଁ ଦୁଇଥର ନିର୍ଦ୍ଦେଶ ଦେଇଛନ୍ତି। ହେଲେ ୧୬ ବିଦ୍ରୋହୀ ବିଧାୟକଙ୍କୁ ଆଳ କରି କମଲନାଥ ସରକାର ଆସ୍ଥା ଭୋଟରୁ ଦୂରେଇ ରହିବାକୁ ଚେଷ୍ଟା କରୁଛନ୍ତି ବୋଲି ବିଜେପି କହିଛି। ଗୁରୁବାର ସୁପ୍ରିମକୋର୍ଟର ବିଚାରପତି ଡି.ଇ ଚନ୍ଦ୍ରଚୁଡ ଏବଂ ଜଷ୍ଟିସ ହେମନ୍ତ ଗୁପ୍ତାଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ ଜଣାପଡ଼ିଛି।

ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି, ଆମେ ବିଧାନସଭା କାର୍ଯ୍ୟରେ ହସ୍ତକ୍ଷେପ କରିବାକୁ ଚାହୁଁନାହୁଁ କିନ୍ତୁ ବିଧାୟକମାନେ ବନ୍ଧକ ଅଛନ୍ତି କି ନାହିଁ ତାହା ଜାଣିବାକୁ ଚାହୁଁ। କାହା ପାଖରେ ସଂଖ୍ୟାଗରିଷ୍ଠତା ଅଛି ତାହା ଆମେ ସ୍ଥିର କରିବୁ ନାହିଁ ବୋଲି କୋର୍ଟ କହିଛନ୍ତି।

ସୂଚନାଯୋଗ୍ୟ, ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ଏହାପରେ ତାଙ୍କୁ ସମର୍ଥନ କରି ୨୨ ଜଣ ବିଧାୟକ ଇସ୍ତଫା ଦେଇଛନ୍ତି। ସେମାନେ ସମସ୍ତେ ଏବେ ବାଙ୍ଗାଲୋରରେ ଏକ ରିସୋଟରେ ରହିଛନ୍ତି। ଏହାପରେ କମଲନାଥ ସରକାର ସଙ୍କଟରେ ପଡ଼ିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos