ଟ୍ରମ୍ପଙ୍କ ‘ମୋଦି ଫାଦର ଅଫ୍‌ ଇଣ୍ଡିଆ’ ମନ୍ତବ୍ୟକୁ ବିରୋଧ

ନୂଆଦିଲ୍ଲୀ: ଭାରତର ଜାତିର ଜନକ ମହାତ୍ମା ଗାନ୍ଧି। ହେଲେ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘ଫାଦର ଅଫ୍‌ ଇଣ୍ଡିଆ’ (ଭାରତର ପିତା) କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଯାହାକୁ ସମାଲୋଚନା କରିଛି ବିରୋଧୀ କଂଗ୍ରେସ। କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାର୍ଗେଙ୍କ ପୁଅ ପ୍ରିୟାଙ୍କ ଖାର୍ଗେ ଟ୍ୱିଟ କରି ଟ୍ରମ୍ପଙ୍କ ମନ୍ତବ୍ୟକୁ ବିରୋଧ କରିଛନ୍ତି। ସେ ଟୁଇଟ କରି କହିଛନ୍ତି ଯେ, ଆମର ରାଷ୍ଟ୍ରର ପିତା କିଏ ହେବ ତାହା କ’ଣ ଆମେରିକା ନିଷ୍ପତ୍ତି ନେବ? ଟ୍ରମ୍ପଙ୍କ […]

modi trump

modi trump

Subhransu Sekhar
  • Published: Wednesday, 25 September 2019
  • Updated: 25 September 2019, 02:03 PM IST

Sports

Latest News

ନୂଆଦିଲ୍ଲୀ: ଭାରତର ଜାତିର ଜନକ ମହାତ୍ମା ଗାନ୍ଧି। ହେଲେ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘ଫାଦର ଅଫ୍‌ ଇଣ୍ଡିଆ’ (ଭାରତର ପିତା) କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଯାହାକୁ ସମାଲୋଚନା କରିଛି ବିରୋଧୀ କଂଗ୍ରେସ।

କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାର୍ଗେଙ୍କ ପୁଅ ପ୍ରିୟାଙ୍କ ଖାର୍ଗେ ଟ୍ୱିଟ କରି ଟ୍ରମ୍ପଙ୍କ ମନ୍ତବ୍ୟକୁ ବିରୋଧ କରିଛନ୍ତି। ସେ ଟୁଇଟ କରି କହିଛନ୍ତି ଯେ, ଆମର ରାଷ୍ଟ୍ରର ପିତା କିଏ ହେବ ତାହା କ’ଣ ଆମେରିକା ନିଷ୍ପତ୍ତି ନେବ? ଟ୍ରମ୍ପଙ୍କ ‘ଫାଦର ଅଫ୍‌ ଇଣ୍ଡିଆ’ ମନ୍ତବ୍ୟକୁ କର୍ଣ୍ଣାଟକାର ବିଜେପି ସାଂସଦ ସୂର୍ଯ୍ୟା ପ୍ରଶଂସା କରିବା ପରେ ତାଙ୍କ ଟ୍ୱିଟର ରିଟୁଇଟ କରି ପ୍ରିୟାଙ୍କ ଏହି ପ୍ରଶ୍ନ କରିଛନ୍ତି। ଖାଲି ପ୍ରିୟାଙ୍କ ଖାର୍ଗେ ନୁହନ୍ତି ସୋଶାଲ ମିଡିଆରେ ଅନେକ ଲୋକ ଟ୍ରମ୍ପଙ୍କ ଏହି ମନ୍ତବ୍ୟକୁ ନାପସନ୍ଦ କରିଛନ୍ତି।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଗତକାଲି ଜାତିସଂଘ  ସାଧାରଣ ପରିଷଦ ବୈଠକ ଅବସରରେ ନ୍ୟୁୟର୍କରେ ଦ୍ୱିପାକ୍ଷିକ ଭେଟଘାଟ ହୋଇଥିଲା। ଏହାପରେ ମିଳିତ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ ମୋଦିଙ୍କୁ ‘ଫାଦର ଅଫ୍‌ ଇଣ୍ଡିଆ’ ବୋଲି କହି ପ୍ରଶଂସା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos