ନୂଆଦିଲ୍ଲୀ: ସାହୀନ୍ ବାଗ୍ଠାରେ ନାଗରିକତା ସଂଶୋଧନ ଆଇନ (ସିଏଏ) ବିରୋଧୀ ଆନ୍ଦୋଳନରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି କଂଗ୍ରେସ ନେତା ମଣିଶଙ୍କର ଆୟର। ପ୍ରାୟ ଏକ ମାସ ଧରି ଚାଲୁ ରହିଥିବା ଏହି ଆନ୍ଦୋଳନ ପାଇଁ ଟ୍ରାଫିକ୍ ସ୍ଥିତି ଉପୁଜୁଥିବାରୁ ଦିଲ୍ଲୀ ହାଇକୋର୍ଟ ଦିଲ୍ଲୀ ପୁଲିସ୍କୁ ଦୃଷ୍ଟି ଦେବାକୁ କହିବା ପରେ ପରେ ହିଁ ଆୟର ଆଜି ଏହି ବିକ୍ଷୋଭ ସ୍ଥଳ ଯାଇଥିଲେ।
ଆୟର ସେଠାରେ କହିଥିଲେ, “ଯାହାବି ବଳିଦାନ ଦେବାକୁ ପଡ଼ିବ ମୁଁ ସେଥିପାଇଁ ପ୍ରସ୍ତୁତ ଅଛି। ଏବେ ଦେଖିବା କିଏ ମଜଭୁତ। ଆମେ ନା ହତ୍ୟାକାରୀ।” ଏହି ମନ୍ତବ୍ୟ ପରେ ଏଥିରୁ ଓହରିବା ବଦଳରେ ସେ କହିଛନ୍ତି, ମୁଁ ଯାହା କହିବାର ଥିଲା କହିଛି। ତୁମ କ୍ୟାମେରା ଏସବୁକୁ ରେକର୍ଡ କରିଛି।
ଏହି ଆଇନ ମୁସଲିମ୍ ବିରୋଧୀ ନୁହେଁ ବୋଲି ସରକାରଙ୍କ ଯୁକ୍ତି ବାବଦରେ ମଧ୍ୟ ସେ ମତ ରଖିଥିଲେ। ସେ କହିଥିଲେ ସରକାର କ’ଣ କହୁଛନ୍ତି ମୋର କିଛି ଫରକ ପଡ଼ୁନି। ସୂଚନାଯୋଗ୍ୟ ଯେ, ଏହି ବିକ୍ଷୋଭସ୍ଥଳକୁ ପୂର୍ବରୁ ଅନ୍ୟତମ ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର ମଧ୍ୟ ଯାଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
କବାଟ ଲକରେ କେମିତି ଝୁଲିଲେ ମହିଳା? ହତ୍ୟା ଅଭିଯୋଗ ଆଣିଲେ ସ୍ୱାମୀ
ମହିଳାଙ୍କ ମୃତଦେହ ତାଙ୍କ ଘର କବାଟର ଲକରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରିଛି ପୁଲିସ। ମହିଳାଙ୍କୁ ଜଣେ ପୁଲିସ କନଷ୍ଟେବଲ ହତ୍ୟା କରିଥିବା ତାଙ୍କ ସ୍ୱାମୀ ଅଭିଯୋଗ ଆଣିଛନ୍ତି।
Accident
ଅଭିନେତ୍ରୀଙ୍କ କାର ଧକ୍କାରେ ଶ୍ରମିକ ମୃତ, ଏକାଧିକ ଗୁରୁତର
ଲୋକପ୍ରିୟ ମରାଠି ଅଭିନେତ୍ରୀ ଉର୍ମିଳା କୋଠାରେ ଏକ ଶୁଟିଂ ସାରି ଘରକୁ ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା।
National
ଦିଲ୍ଲୀରେ ୧୦୧ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା, ବାୟୁ ମାନରେ ଆସିଲା ଉନ୍ନତି
ଦିଲ୍ଲୀରେ ତୁହାକୁ ତୁହା ବର୍ଷା ଜାରି ରହିଛି। ଫଳରେ ଦିନର ସର୍ବାଧିକ ତାପମାତ୍ରା ୧୩ ଡିଗ୍ରୀ ସେଲସିୟସକୁ ଖସିଛି। ବର୍ଷା କାରଣରୁ ବାୟୁ ଗୁଣବତ୍ତାରେ ଉନ୍ନତି ଘଟିଛି ଏବଂ ବର୍ତ୍ତମାନ ସହରରୁ GRAP-3ର ପ୍ରତିବନ୍ଧକକୁ ହଟାଇ ଦିଆଯାଇଛି।
Politics
ଦିଲ୍ଲୀ ସରକାରଙ୍କ ଯୋଜନାର ତଦନ୍ତ ନିର୍ଦ୍ଦେଶ, ସମାଲୋଚନା କଲେ କେଜ୍ରିୱାଲ
ଦିଲ୍ଲୀ ଭୋଟରଙ୍କୁ ପ୍ରଭାବିତ କରିବାକୁ ପଞ୍ଜାବ ସରକାର ଟଙ୍କା ପଠାଉଥିବା ଅଭିଯୋଗ ଆଣିଲା କଂଗ୍ରେସ। 'ମହିଳା ସମ୍ମାନ ଯୋଜନା'ର ତଦନ୍ତ ନିର୍ଦ୍ଦେଶ ଦେଲେ ଉପରାଜ୍ୟପାଳ।
National
ଅଶ୍ଳୀଳ ଫଟୋ ଲିକ୍ କରିବାକୁ ଧମକ, ବନ୍ଧା ହେଲେ ଅଭିନେତା
ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିବା, ବ୍ୟକ୍ତିଗତ ଫଟୋ ଲିକ୍ କରିବାକୁ ଧମକ ଦେବା ଓ ଅମାନୁଷିକ ଭାବେ ମାଡ଼ ମରୁଥିବା ନେଇ ତାଙ୍କ ବିରୋଧରେ ଜଣେ ୨୯ ବର୍ଷୀୟ ଅଭିନେତ୍ରୀ ଅଭିଯୋଗ କରିଛନ୍ତି।