ଯୁକ୍ତିତର୍କ ପରେ ଜୁନ୍‌ରେ କଂଗ୍ରେସର ନୂଆ ଅଧ୍ୟକ୍ଷ ଚୟନ ପାଇଁ ନିଷ୍ପତ୍ତି

ନୂଆଦିଲ୍ଲୀ: କଂଗ୍ରେସରେ ସୃଷ୍ଟି ହୋଇଥିବା ନେତୃତ୍ୱ ସଙ୍କଟ ଆଜି ସିଡବ୍ଲ୍ୟୁସି ବୈଠକରେ ବି ଦେଖିବାକୁ ମିଳିଛି। ନୂଆ କଂଗ୍ରେସ ଅଧ୍ୟକ୍ଷ ତୁରନ୍ତ କରିବାକୁ କଂଗ୍ରେସର ଗୋଟିଏ ଗୋଷ୍ଠୀ ଦାବି କରିବାରୁ ଏହାକୁ ଆଉ ଗୋଟିଏ ଗୋଷ୍ଠୀ ବିରୋଧ କରିଛନ୍ତି। ଏହାକୁ ନେଇ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ହୋଇଛି। ତେବେ ଯୁକ୍ତିତର୍କ ପରେ ସମସ୍ତେ ଏକାଠି କାମ କରିବାକୁ ରାଜି ହୋଇଛନ୍ତି। ସେହିପରି ବୈଠକର ନିଷ୍ପତ୍ତି ଅନୁଯାୟୀ, ଆସନ୍ତା ଜୁନ୍‌ ମାସରେ ଦଳର ନୂଆ ଅଧ୍ୟକ୍ଷ […]

v

v

Hemant Lenka
  • Published: Friday, 22 January 2021
  • Updated: 22 January 2021, 05:02 PM IST

Sports

Latest News

ନୂଆଦିଲ୍ଲୀ: କଂଗ୍ରେସରେ ସୃଷ୍ଟି ହୋଇଥିବା ନେତୃତ୍ୱ ସଙ୍କଟ ଆଜି ସିଡବ୍ଲ୍ୟୁସି ବୈଠକରେ ବି ଦେଖିବାକୁ ମିଳିଛି। ନୂଆ କଂଗ୍ରେସ ଅଧ୍ୟକ୍ଷ ତୁରନ୍ତ କରିବାକୁ କଂଗ୍ରେସର ଗୋଟିଏ ଗୋଷ୍ଠୀ ଦାବି କରିବାରୁ ଏହାକୁ ଆଉ ଗୋଟିଏ ଗୋଷ୍ଠୀ ବିରୋଧ କରିଛନ୍ତି। ଏହାକୁ ନେଇ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ହୋଇଛି। ତେବେ ଯୁକ୍ତିତର୍କ ପରେ ସମସ୍ତେ ଏକାଠି କାମ କରିବାକୁ ରାଜି ହୋଇଛନ୍ତି। ସେହିପରି ବୈଠକର ନିଷ୍ପତ୍ତି ଅନୁଯାୟୀ, ଆସନ୍ତା ଜୁନ୍‌ ମାସରେ ଦଳର ନୂଆ ଅଧ୍ୟକ୍ଷ ଚୟନ କରାଯିବ। ଆଗକୁ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ ଜୁନ୍‌ ମାସରେ ଅଧ୍ୟକ୍ଷ ଚୟନ କରିବାକୁ ସମସ୍ତେ ରାଜି ହୋଇଥିବା ଜଣାପଡ଼ିଛି।

ବୈଠକରେ କେସି ଭେନୁଗୋପାଳ କହିଛନ୍ତି, ଆଜି ଦଳର ସିବଡ୍ଲ୍ୟୁସି ବୈଠକ ବସିଥିଲା। ଏଥିରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଶେଷରେ ୨୦୨୧ ଜୁନ୍ ମାସରେ କଂଗ୍ରେସର ନୂଆ ଅଧ୍ୟକ୍ଷ ଚୟନ କରିବାକୁ ନିଷ୍ପତ୍ତି ହୋଇଛି।

ଅନ୍ୟପକ୍ଷରେ ଆଜିର ବୈଠକରେ ଗୁଲାମ ନବୀ ଆଜାଦ, ଆନନ୍ଦ ଶର୍ମା, ମୁକୁଲ ୱାସନିକ ଓ ପି ଚିଦାମ୍ବରମ ତୁରନ୍ତ ସାଂଗଠନିକ ନିର୍ବାଚନ କରିବା ସପକ୍ଷରେ ମତ ଦେଇଥିଲେ। ଏମାନେ ପୂର୍ବରୁ ମଧ୍ୟ ଦଳର ନେତୃତ୍ୱ ସଙ୍କଟ ଓ ସାଂଗଠନିକ ଦୁର୍ବଳତାକୁ ନେଇ ପ୍ରଶ୍ନ ଉଠାଇଥିଲେ।

ଆଜି ସେମାନେ ସାଂଗଠନିକ ନିର୍ବାଚନ କଥା କହୁଥିବା ବେଳେ ଏହାକୁ ଗାନ୍ଧି ପରିବାରର ତଥାକଥିତ ବିଶ୍ୱସ୍ତ କୁହାଯାଉଥିବା ଅଶୋକ ଗେହଲଟ, ଅମରିନ୍ଦର ସିଂହ, ଏକେ ଆଣ୍ଟୋନୀ, ତାରିକ ଅନୱର ଏବଂ ଓମେନ ଚାଣ୍ଡି ବିରୋଧ କରିଥିଲେ। ବିଶେଷ କରି ପଶ୍ଚିମବଙ୍ଗ ଓ ତାମିଲନାଡୁ ପରି ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ ସେମାନେ ଏହାପରେ ଅଧ୍ୟକ୍ଷ ଚୟନ ପ୍ରକ୍ରିୟା ଆରମ୍ଭ କରିବାକୁ କହିଥିଲେ।

ଜଣେ ନେତା କହିଥିଲେ, “ଆମେ କାହା ଏଜେଣ୍ଡାରେ କାମ କରିବାକୁ ଆଗେଇ ଯାଉଛେ? ଆମ ଦଳ ଭଳି ବିଜେପି କେବେ ହେଲେ ଆଭ୍ୟନ୍ତରୀଣ ନିର୍ବାଚନ କଥା କହେନାହିଁ। ପ୍ରଥମ କଥା ହେଲା ଆମେ ସମସ୍ତେ ୫ ରାଜ୍ୟର ବିଧାନସଭା ନିର୍ବାଚନ ଲଢ଼ିବା ଓ ପରେ ସାଂଗଠନିକ ନିର୍ବାଚନ କଥା ବିଚାରକୁ ନେବା।”

ଏହାକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହାକୁ ଦେଖି ରାହୁଲ ଗାନ୍ଧି କହିଥିଲେ, ଗୋଟିଏ ଥର ଓ ସମସ୍ତଙ୍କ ପାଇଁ। ଏହାକୁ ବନ୍ଦ କର ଓ ଆଗକୁ ବଢ଼। ଏହାଶୁଣି ଉଭୟ ଗୋଷ୍ଠୀ କହିଥିଲେ ଯେ ଅଧ୍ୟକ୍ଷ ଓ ସିଡବ୍ଲ୍ୟୁସି ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ। କିନ୍ତୁ ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ସୋନିଆ ଗାନ୍ଧି ନେବେ। ଶେଷରେ ୫ ରାଜ୍ୟର ବିଧାନସଭା ନିର୍ବାଚନ ପରେ ଅଧ୍ୟକ୍ଷ ଚୟନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସମସ୍ତେ ରାଜି ହୋଇଛନ୍ତି। ଶେଷଥର ପାଇଁ ସିଡବ୍ଲ୍ୟୁସି ନିର୍ବାଚନ ୧୯୯୭ରେ ହୋଇଥିଲା।

୨୦୧୯ ସାଧାରଣ ନିର୍ବାଚନର ପରାଜୟ ପରେ ରାହୁଲ ଗାନ୍ଧି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ସୋନିଆ ଗାନ୍ଧି ଦଳର ଅନ୍ତରୀଣ ଅଧ୍ୟକ୍ଷ ରହିଛନ୍ତି। କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ ଜୁନ୍‌ ମାସରେ ଚୟନ କରିବାକୁ ନିଷ୍ପତ୍ତି ହୋଇଛି। ହେଲେ ଗାନ୍ଧି ପରିବାରରୁ କିଏ ହେବେ ନା ଆଉ କାହାକୁ ଦଳର ଏହି ସର୍ବୋଚ୍ଚ ପଦରେ ବସାଯିବ, ସେ ବିଷୟରେ ଜଣାପଡ଼ିନାହିଁ।

ରାହୁଲ ଗାନ୍ଧି ପୂର୍ବରୁ ହିଁ ସ୍ପଷ୍ଟ କରି ସାରିଛନ୍ତି ଯେ ଗାନ୍ଧି ପରିବାର ବାହାରୁ ହିଁ ଅଧ୍ୟକ୍ଷ ଚୟନ କରାଯାଉ। ହେଲେ ଦଳର ବରିଷ୍ଠ ନେତାମାନେ ରାହୁଲ ଗାନ୍ଧି କଂଗ୍ରେସ ଅଧ୍ୟକ୍ଷ ହୁଅନ୍ତୁ ବୋଲି ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story