ମଡେଲ କୋଡ ଅଫ୍ କଣ୍ଡକ୍ଟ ଏବେ ମୋଦି କୋଡ ଅଫ କଣ୍ଡକ୍ଟ: କଂଗ୍ରେସ
ନୂଆଦିଲ୍ଲୀ: ଗତକାଲି ପ୍ରଧାନମନ୍ତ୍ରୀଙ୍କୁ ନିର୍ବାଚନ କମିଶନ କ୍ଲିନଚିଟ୍ ଦେବା ପରେ କଂଗ୍ରେସ ଇସିଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଛି। ମହାରାଷ୍ଟ୍ରର ୱାର୍ଦ୍ଧାଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ଭାଷଣ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁନାହିଁ ବୋଲି ଗତକାଲି ନିର୍ବାଚନ କମିସନ କ୍ଲିନ୍ଚିଟ୍ ଦେଇଥିଲେ। ଯାହାକୁ ନେଇ କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେଓ୍ୱାଲା ପ୍ରଶ୍ନ କରିଛନ୍ତି। ନିର୍ବାଚନ ବେଳେ ଜନପ୍ରତିନିଧି ଆଇନ ସମସ୍ତଙ୍କ ପାଇଁ ସମାନ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ପାଇଁ ଅଲଗା ରହିଛି। ଟ୍ୱିଟ୍ କରି ସେ ଆହୁରି କହିଛନ୍ତି ‘ମଡେଲ କୋଡ ଅଫ୍ କଣ୍ଡକ୍ଟ’ ଏବେ ‘ମୋଦି କୋଡ ଅଫ କଣ଼୍ଡକ୍ଟ’ରେ ପରିଣତ ହୋଇଛି।
Disappointed that the PM of India is permitted to go scot-free after rampant violation of Article 324 & MCC.
It is now crystal clear that MCC has become ‘Modi Code of Conduct’ !
There cannot be two sets of laws for Modiji & the rest of the country. https://t.co/K3i1xijatl
— Randeep Singh Surjewala (@rssurjewala) May 1, 2019
ଆହୁରି ପଢ଼ନ୍ତୁ
କେରଳର ୱାୟନାଡରେ ରାହୁଲ ଗାନ୍ଧିଙ୍କ ପ୍ପ୍ରାର୍ଥୀତ୍ବ ନେଇ ମୋଦି ଭାଷଣରେ କହିଥିଲେ ସେହି ଦଳ (କଂଗ୍ରେସ)ର ପ୍ରାର୍ଥୀମାନେ ବର୍ତ୍ତମାନ ଅଧିକ ସଂଖ୍ୟାବହୁଳ(ହିନ୍ଦୁ) ଥିବା (ଆସନରୁ ଲଢ଼ିବାକୁ ଡରୁଛନ୍ତି। ସେଥିପାଇଁ ସେମାନେ ହିନ୍ଦୁମାନେ ଯେଉଁଠି ସଂଖ୍ୟାଲଘୁ ସ୍ଥିତିରେ ଅଛନ୍ତି ସେହିଭଳି ସ୍ଥାନରେ ସେମାନେ ଶରଣ ନେଉଛନ୍ତି। ଏହି ମନ୍ତବ୍ୟ ଆଚରଣ ବିଧି ଉଲ୍ଲଂଘନ କରୁଥିବା ଦର୍ଶାଇ କଂଗ୍ରେସ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।