ବାମ ଦଳ ସହ ମେଣ୍ଟ କରିବ କଂଗ୍ରେସ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ରହିଛି। ନିର୍ବାଚନ ବେଳେ କଂଗ୍ରେସ ସହିତ ବାମଦଳ ମେଣ୍ଟ କରିବ ବୋଲି ସୂଚନା ମିଳିଛି। ଏ ନେଇ କଂଗ୍ରେସ ହାଇକମାଣ୍ଡ ଗ୍ରୀନ ସିଗନାଲ ଦେଇଛନ୍ତି। ପଶ୍ଚିମବଙ୍ଗ କଂଗ୍ରେସର ସଭାପତି ଅଧୀର ରଞ୍ଜନ ଚୌଧୁରୀ ଏହି ସୂଚନା ଦେଇଛନ୍ତି। ୨୦୧୬ରେ ମଧ୍ୟ କଂଗ୍ରେସ ବାମ ଦଳ ସହ ମିଶି ନିର୍ବାଚନ ଲଢ଼ିଥିଲା। ଏକାଠି ନିର୍ବାଚନ ଲଢ଼ି ମୋଟ୍ ୪୪ଟି ଆସନରେ ବିଜୟୀ ହୋଇଥିଲା ଏହି ମେଣ୍ଟ। କାଳକ୍ରମେ ବାମ ଦଳର […]

left-congress

left-congress

Subhransu Sekhar
  • Published: Thursday, 24 December 2020
  • Updated: 24 December 2020, 04:52 PM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତା ବର୍ଷ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ରହିଛି। ନିର୍ବାଚନ ବେଳେ କଂଗ୍ରେସ ସହିତ ବାମଦଳ ମେଣ୍ଟ କରିବ ବୋଲି ସୂଚନା ମିଳିଛି। ଏ ନେଇ କଂଗ୍ରେସ ହାଇକମାଣ୍ଡ ଗ୍ରୀନ ସିଗନାଲ ଦେଇଛନ୍ତି। ପଶ୍ଚିମବଙ୍ଗ କଂଗ୍ରେସର ସଭାପତି ଅଧୀର ରଞ୍ଜନ ଚୌଧୁରୀ ଏହି ସୂଚନା ଦେଇଛନ୍ତି।

୨୦୧୬ରେ ମଧ୍ୟ କଂଗ୍ରେସ ବାମ ଦଳ ସହ ମିଶି ନିର୍ବାଚନ ଲଢ଼ିଥିଲା। ଏକାଠି ନିର୍ବାଚନ ଲଢ଼ି ମୋଟ୍ ୪୪ଟି ଆସନରେ ବିଜୟୀ ହୋଇଥିଲା ଏହି ମେଣ୍ଟ। କାଳକ୍ରମେ ବାମ ଦଳର ଅଧିକାଂଶ ବିଧାୟକ ଟିଏମସିରେ ମିଶିଥିବା ସୂଚନା ରହିଛି।

ମୋଟ୍ ୨୯୪ ବିଧାନସଭା ଆସନରୁ କଂଗ୍ରେସ ଏବଂ ବାମ ଦଳ କେତେ ଲେଖାଏଁ ଆସନରେ ବିଜୟୀ ହେବେ ସେ ନେଇ ସୂଚନା ମିଳିନାହିଁ। ଆଗକୁ ଏ ବାବଦରେ ନିଷ୍ପତ୍ତି ନିଆଯିବ ବୋଲି କଂଗ୍ରେସ ପ୍ରଭାରୀ ଜିତନ ପ୍ରସାଦ କହିଛନ୍ତି। ପଶ୍ଚିମବଙ୍ଗରେ କଂଗ୍ରେସ ପାଇଁ ବଡ଼ ଚ୍ୟାଲେଞ୍ଜ ବିଜେପି ଏବଂ ଟିଏମସି। ଶାସନ ଗାଦିରେ ଟିଏମସି ବସିଥିବା ବେଳେ ବିଜେପି ଚଳିତ ଥର ସରକାର ଗଠନ କରିବ ବୋଲି ଋଣ ହୁଙ୍କାର ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos