କରୋନା ପ୍ରଭାବ! ୧୧ ଦିନରେ ବୁଡ଼ିଲା ମୁକେଶ ଅମ୍ୱାନୀଙ୍କ ୫୦୦ କୋଟି ଡଲାର

ନୂଆଦିଲ୍ଲୀ: କରୋନା ଭାଇରସର ପ୍ରଭାବ ବିଶ୍ୱର ଅର୍ଥନୀତି ଉପରେ ପଡ଼ିବ ବୋଲି ଆଇଏମଏଫ ପାଖରୁ ଆରମ୍ଭ କରି ଅନେକ ଅର୍ଥନୀତିକ ସର୍ଭେ ସଂସ୍ଥା କହିସାରିଛନ୍ତି। ଯାହାର ପ୍ରଭାବ ଏବେ ଭାରତୀୟ ଶେୟାର ବଜାର ଉପରେ ପଡ଼ିଥିବା ଦେଖିବାକୁ ମିଳିଛି। ଲଗାତର ୬ ଦିନ ହେବ ଶେୟାର ବଜାରର ପ୍ରଦର୍ଶନ ଦୁର୍ବଳ ରହିଛି। ୬ ଦିନରେ ୧୦ ଲକ୍ଷ କୋଟି ଟଙ୍କା ନିବେଶକ ହରାଇଥିବା ଦେଖିବାକୁ ମିଳିଛି। ଯେଉଁଥିରେ ଅନେକ ବଡ଼ ବଡ଼ କମ୍ପାନୀ ମଧ୍ୟ ରହିଛନ୍ତି। ରିଲାଏନ୍ସ […]

mukesh ambani ril

mukesh ambani ril

Subhransu Sekhar
  • Published: Friday, 28 February 2020
  • Updated: 28 February 2020, 05:59 PM IST

Sports

Latest News

ନୂଆଦିଲ୍ଲୀ: କରୋନା ଭାଇରସର ପ୍ରଭାବ ବିଶ୍ୱର ଅର୍ଥନୀତି ଉପରେ ପଡ଼ିବ ବୋଲି ଆଇଏମଏଫ ପାଖରୁ ଆରମ୍ଭ କରି ଅନେକ ଅର୍ଥନୀତିକ ସର୍ଭେ ସଂସ୍ଥା କହିସାରିଛନ୍ତି। ଯାହାର ପ୍ରଭାବ ଏବେ ଭାରତୀୟ ଶେୟାର ବଜାର ଉପରେ ପଡ଼ିଥିବା ଦେଖିବାକୁ ମିଳିଛି। ଲଗାତର ୬ ଦିନ ହେବ ଶେୟାର ବଜାରର ପ୍ରଦର୍ଶନ ଦୁର୍ବଳ ରହିଛି। ୬ ଦିନରେ ୧୦ ଲକ୍ଷ କୋଟି ଟଙ୍କା ନିବେଶକ ହରାଇଥିବା ଦେଖିବାକୁ ମିଳିଛି। ଯେଉଁଥିରେ ଅନେକ ବଡ଼ ବଡ଼ କମ୍ପାନୀ ମଧ୍ୟ ରହିଛନ୍ତି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ୱାନୀ ଚଳିତ ବର୍ଷ ୫ ଅରବ ଡଲାର ସମ୍ପତ୍ତି ହରାଇଛନ୍ତି। ଯେଉଁଥିରେ ସବୁଠୁ ଅଧିକ କ୍ଷତି ନିକଟରେ ହୋଇଛି। ୧୧ ଦିନରେ ଶେୟାର ବଜାରରୁ ଆରଆଇଏଲ ୫୦୦ କୋଟି ଡଲାର ହରାଇଛି।

ସେହିପରି ବ୍ଲୁମବର୍ଗର ରିପୋର୍ଟ ଅନୁଯାୟୀ, ଆଦିତ୍ୟ ବିର୍ଲା ଗ୍ରୁପର ଅଧ୍ୟକ୍ଷ କୁମାର ମଙ୍ଗଳମ ବିର୍ଲା ୮୮୪ ନିୟୁତ ଡଲାର ସମ୍ପତ୍ତି କ୍ଷତି ହୋଇଛି। ୨ ମାସରେ ଅଜିମ ପ୍ରେମଜୀ ୮୬୯ ନିୟୁତ ଡଲାର, ଗୌତମ ଆଦାନୀ ୪୯୬ ନିୟୁତ ଡଲାର କ୍ଷତି ସହିଛନ୍ତି। ଏହାବାଦ ଅନେକ ପ୍ରତିଷ୍ଠିତ କମ୍ପାନୀର ଶେୟାର ଭେଲ୍ୟୁ କମିବା ସହିତ ଆର୍ଥିକ କ୍ଷତି ସହିଛନ୍ତି।

ସୂଚନାଯୋଗ୍ୟ, କରୋନା ଭାଇରସ ଦ୍ୱାରା ଅନେକ ଦେଶ ପ୍ରଭାବିତ ହୋଇଛି। ଏହି ଘାତକ ଭାଇରସର କେନ୍ଦ୍ରସ୍ଥଳ ଚୀନ ରହିଛି। ଏବେ ଯେଉଁ ଦେଶରେ କରୋନାର ପ୍ରଭାବ ଅଧିକ ରହିଛି ସେହି ଦେଶ ସହିତ ସମସ୍ତ ପ୍ରକାର ପରିବହନ ସେବା ବନ୍ଦ ରହିଛି। ଫଳରେ ବ୍ୟବସାୟ ମଧ୍ୟ ପ୍ରଭାବିତ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos