ନୂଆଦିଲ୍ଲୀ: ଚିକେନ୍ ଆଉ ଅଣ୍ଡା ଖାଇଲେ କୁଆଡ଼େ କରୋନା ଭାଇରସ୍ର ପାଲରେ ପଡ଼ିବାକୁ ହେବ। ଏଭଳି ଗୁଜବ ଚାରିଆଡ଼େ କୁକୁଡ଼ା ବ୍ୟବସାୟକୁ ପ୍ରଭାବିତ କରିବାକୁ ଆରମ୍ଭ କରିଛି। କିନ୍ତୁ ଏହି ଗୁଜବକୁ ମାତ୍ ଦେବା ପାଇଁ ତେଲେଙ୍ଗାନାର ଜଣେ ମନ୍ତ୍ରୀ କୁକୁଡ଼ା ଭୋଜି ଆୟୋଜନ କରିବା ଏବେ ଚର୍ଚ୍ଚାରେ ରହିଛି।
ତେଲେଙ୍ଗାନା ମନ୍ତ୍ରୀ କେଟି ରାମା ରାଓ ଏଭଳି ସଚେତନତା କରିଛନ୍ତି। ଚିକେନ୍ ଆଉ ଅଣ୍ଡା ଖାଇଲେ କୁଆଡ଼େ ନୋବେଲ୍ କରୋନା ଭାଇରସ୍ ଜନିତ
କୋଭିଡ୍-୧୯ ରୋଗ ହେବ ବୋଲି କରାଯାଉଥିବା ଗୁଜବକୁ ଏଡ଼ାଇବାକୁ ଯାଇ ରାମାରାଓ ଏଭଳି ସଚେତନତା କରିଛନ୍ତି।
ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ସୁଦ୍ଧା ହୋଇଥିବା ୨,୯୦୦ ମୃତ୍ୟୁ ମଧ୍ୟରୁ ଅଧିକାଂଶ ଚାଇନାରେ ହୋଇଛି। ଇରାନ ଏବଂ ଦକ୍ଷିଣ କୋରିଆ ପରି ଦେଶରେ ମଧ୍ୟ ଏହା ଭୟ ସୃଷ୍ଟି କରିଛି। ଭାରତରେ କେରଳରେ ୩ ଜଣଙ୍କଠାରେ ଏହି ଭୂତାଣୁ ଚିହ୍ନଟ କରାଯାଇଥିଲା ଏବଂ ପରେ ସେମାନଙ୍କୁ ସୁସ୍ଥ ଘୋଷଣା କରାଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଦୁଇ ଟ୍ରକ୍ ଓ ବସ୍ ମଧ୍ୟରେ ଦୁର୍ଘଟଣା; ଚାଲିଗଲା ୨ ଜୀବନ, ୨୦ ଗୁରୁତର
ଏକ ବସ୍ ଓ ଦୁଇଟି ଟ୍ରକ୍ ମଧ୍ୟରେ ଧକ୍କା ହେବାରୁ ଉଭୟ ଗାଡ଼ିର ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ପ୍ରାୟ ୨୦ ଜଣରୁ ଊର୍ଦ୍ଧ୍ୱ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।
National
ଭୋଟ୍ ଦେଉଛି ମହାରାଷ୍ଟ୍ର, ମୈଦାନରେ ୪,୧୩୬ ପ୍ରାର୍ଥୀ
ସେହିପରି ଝାଡ଼ଖଣ୍ଡରେ ଆଜି ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ମତଦାନ। ୮୧ ଆସନ ମଧ୍ୟରୁ ବାକି ୩୮ ଆସନ ପାଇଁ ଭୋଟ ଗ୍ରହଣ ହେବ।
National
ଦିଲ୍ଲୀ ଯାଉଥିବା ବିମାନକୁ ଜୟପୁରରେ ଛାଡ଼ି ପଳେଇଲେ ପାଇଲଟ
ଏୟାର ଇଣ୍ଡିଆ ପକ୍ଷରୁ ଏ ସମ୍ପର୍କରେ କିଛି ବି କୁହାଯାଇ ନାହିଁ। କିନ୍ତୁ ଏୟାରଲାଇନ ପକ୍ଷରୁ ଜୟପୁରରେ ଫସି ରହିଥିବା ଲୋକଙ୍କ ପାଇଁ କୌଣସି ବିକଳ୍ପ ବିମାନର ବ୍ୟବସ୍ଥା କରାଯାଇ ନଥିଲା।
National
କରିମଗଞ୍ଜର ନାଁ ବଦଳି ହେଲା ଶ୍ରୀଭୂମି
ନିଜେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏହି ସୂଚନା ଦେବା ସହ ରବୀନ୍ଦ୍ରନାଥ ଟାଗୋରଙ୍କୁ ସମ୍ମାନ ଜଣାଇ ଆସାମ ସରକାର କରିମଗଞ୍ଜର ନାଁ ଶ୍ରୀଭୂମି କରିଥିବା ସେ କହିଛନ୍ତି।