ଝିଅ ପ୍ରେମିକ ସହ ପଳାଇଲା ବୋଲି ଜୀବନ ହାରି ଦେଲେ ବାପାମା’

କୋଏମ୍ବାଟୋର: ଗୋଟିଏ ବୋଲି ଝିଅ ପ୍ରେମିକ ସହିତ ପଳାଇବାରୁ ଦୁଃଖରେ ଭାଙ୍ଗି ପଡ଼ି ବାପାମା’ ଆତ୍ମହତ୍ୟା କରି ଦେଲେ। ଏମିତି ଏକ ଦୁଃଖଦ ଘଟଣା ଘଟିଛି ତାମିଲନାଡୁର ପୋଲାଚି ସହରରେ। କୋଏମ୍ବାଟୋର ଠାରୁ ପ୍ରାୟ ୩୫ କିଲୋମିଟର ଦୂରରେ ଏହି ସ୍ଥାନଟି ଅଛି। ଘଟଣାଟି ରବିବାର ଘଟିଛି। ବାପାମା’ ତାଙ୍କ ୨୪ ବର୍ଷୀୟ ଝିଅର ପ୍ରେମିକଙ୍କୁ ପସନ୍ଦ କରୁ ନଥିଲେ। ତାଙ୍କ ସହିତ ସଂପର୍କ ଭାଙ୍ଗି ଦେବାକୁ ସେମାନେ ଝିଅକୁ ବହୁତ ବୁଝାଇ ଥିଲେ। ତେବେ ଝିଅ […]

dead

dead

Jitendra Garnayak
  • Published: Monday, 15 October 2018
  • Updated: 15 October 2018, 02:29 PM IST

କୋଏମ୍ବାଟୋର: ଗୋଟିଏ ବୋଲି ଝିଅ ପ୍ରେମିକ ସହିତ ପଳାଇବାରୁ ଦୁଃଖରେ ଭାଙ୍ଗି ପଡ଼ି ବାପାମା’ ଆତ୍ମହତ୍ୟା କରି ଦେଲେ। ଏମିତି ଏକ ଦୁଃଖଦ ଘଟଣା ଘଟିଛି ତାମିଲନାଡୁର ପୋଲାଚି ସହରରେ। କୋଏମ୍ବାଟୋର ଠାରୁ ପ୍ରାୟ ୩୫ କିଲୋମିଟର ଦୂରରେ ଏହି ସ୍ଥାନଟି ଅଛି।

ଘଟଣାଟି ରବିବାର ଘଟିଛି। ବାପାମା’ ତାଙ୍କ ୨୪ ବର୍ଷୀୟ ଝିଅର ପ୍ରେମିକଙ୍କୁ ପସନ୍ଦ କରୁ ନଥିଲେ। ତାଙ୍କ ସହିତ ସଂପର୍କ ଭାଙ୍ଗି ଦେବାକୁ ସେମାନେ ଝିଅକୁ ବହୁତ ବୁଝାଇ ଥିଲେ। ତେବେ ଝିଅ ମାନି ନଥିଲେ।

ଝିଅ ଶନିବାର ସନ୍ଧ୍ୟାରେ ପ୍ରେମିକ ସହିତ ପଳାଇଥିଲେ। ଗଲା ବେଳେ ବାପାମା’ଙ୍କୁ କହି ଦେଇଥିଲେ ଯେ ସେ ତାଙ୍କ ସହିତ ଜୀବନ ବିତାଇବେ।

ଝିଅର ଏଭଳି ନିଷ୍ପତ୍ତି ବାପାମା’ଙ୍କୁ ଖୁବ୍ ବାଧି ଥିଲା। ଝିଅର ମା’ କୁଆଡ଼େ ସେଦିନ ରାତିରେ ଜଣେ ମହିଳାଙ୍କୁ କହିଥିଲେ ଯେ ଆଉ ବଞ୍ଚିବାକୁ ଇଚ୍ଛା ହେଉନି। ତା’ପର ଦିନ ଅର୍ଥାତ୍ ରବିବାର ସକାଳେ ଉଭୟଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା।

ସେମାନଙ୍କୁ ଡାକ୍ତରଖାନା ନିଆଯାଇଥିଲା। ତେବେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ବାଟରେ ହିଁ ସେମାନଙ୍କ ମୃତ୍ୟୁ ଘଟି ଥିଲା ବୋଲି ପୁଲିସ୍ କହିଛି।

ସଂପର୍କୀୟମାନେ ତାଙ୍କ ଝିଅକୁ ଫୋନ୍ କରିଥିଲେ। କିନ୍ତୁ ତାଙ୍କ ଫୋନ୍ ସୁଇଚ୍ ଅଫ୍ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos