ଭୁବନେଶ୍ୱର(ଓଡିଶା ରିପୋର୍ଟର): ବାସ୍ତୁ ଶାସ୍ତ୍ରରେ ସବୁ ଅସୁବିଧାର ନିଦାନ ରହିଛି। ସୁସ୍ଥ ଓ ଶୃଙ୍ଖଳିତ ଜୀବନ ପାଇଁ କେତେକ ନିର୍ଦ୍ଧିଷ୍ଟ କାର୍ଯ୍ୟ ଅନୁପାଳନ ପାଇଁ ବାସ୍ତୁଶାସ୍ତ୍ରରେ ବିଧି ରହିଛି। ତେବେ ହୁଏତ ଆପଣ ଜାଣି ନ ଥିବେ ଶାରୀରିକ ସମ୍ପର୍କ ରକ୍ଷା ପାଇଁ ମଧ୍ୟ କିଛି ନିୟମ ଅଛି। ଯାହାକୁ ପତ୍ନୀ ପତି ଉଭୟ ମାନିବା ନିହାତି ଆବଶ୍ୟକ । ନିଜର ସଂଞ୍ଜମତା ହରାଇ ଯଦି କ୍ଷଣିକ ସୁଖ ପାଇଁ ଏମିତି କିଛି କରି ବସନ୍ତି ତେବେ ଫଳ ଓଲଟା ହୋଇପାରେ । ଭାଗ୍ୟଦେବୀ ଲକ୍ଷ୍ମୀ ଆପଣଙ୍କ ଉପରେ ରୁଷ୍ଟ ହୋଇପାରନ୍ତି। ତେବେ ଆସନ୍ତୁ ଜାଣିବା କେଉଁ କେଉଁ ସମୟରେ ଆମକୁ ସଂଞ୍ଜମତା ରକ୍ଷା କରିବା ଆବଶ୍ୟକ।
ନିଆଁ ଜଳୁଥିଲେ: ହିନ୍ଦୁ ଧର୍ମରେ ଅଗ୍ନୀଙ୍କୁ ଦେବତା ବୋଲି କୁହାଯାଇଛି। ଏଣୁ ଅଗ୍ନି ଜଳୁଥିବା ସ୍ଥାନରେ ଯୌନ ସମ୍ପର୍କ ରଖିବା ଠିକ୍ ନୁହେଁ । ଏପରି କରିବା ଓଲଟା ଫଳ ପ୍ରଦାନ କରିବ।
ପର ଘରେ ଥିଲେ: ବନ୍ଧୁ ହୁଅନ୍ତୁ କି ସମ୍ପର୍କୀୟ । କୌଣସି ବାହାର ବ୍ୟକ୍ତିଙ୍କ ଘରକୁ ଯାଇଥିବା ବେଳେ ଉଭୟ ପତିପତ୍ନୀ ସଂଯମତା ଅବଲମ୍ବନ କରିବା ଆବଶ୍ୟକ । ପରଘରେ ସହବାସ କରିବା ଦ୍ୱରା ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ।
ରୋଗୀଙ୍କ ଉପସ୍ଥିତିରେ: ଗୋଟିଏ ଛାତ ତଳେ ଯଦି କୌଣସି ରୋଗୀ ରହିଥାନ୍ତି ତାଙ୍କ ଉପସ୍ଥିତିରେ ନିଜ ପତିଙ୍କ ସହ ସହବାସ ଏକ ଗୁରୁତର କର୍ମ ବୋଲି ଶାସ୍ତ୍ର କହିଛି। ଏଣୁ ଏଥିରୁ ଦୂରେଇ ରହିଲେ ଭଲ।
ନଈ ପାଖରେ: କେବେ କୋଉ ନଦୀ ପାର୍ଶ୍ୱରେ ସମ୍ପର୍କ କରିବା ଅନୁଚିତ୍ । ଏଭଳି କରିବା ଦ୍ୱାରା ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କରେ ଫାଟ ସୃଷ୍ଟି ହୁଏ।
ମନ୍ଦିର, ସ୍ମଶାନ ପରିସରରେ: ମନ୍ଦିର ଓ ସ୍ମଶାନ ପରିସରରେ ଏଭଳି ସମ୍ପର୍କ ରଖିବା ସମ୍ପୂର୍ଣ୍ଣ ବର୍ଜିତ। ଏପରି କରିବା ମହାପାପ ବୋଲି କୁହାଯାଏ।
ବ୍ରାହ୍ମଣ ଓ ଭୃତ୍ୟ ସମ୍ମୁଖରେ: କୌଣସି ମହାନ୍ ବ୍ୟକ୍ତି, ବ୍ରାହ୍ମଣ ବା କୌଣସି ଚଣ୍ଡାଳ କିମ୍ବା ଭୃତ୍ୟ ଥିବା ସ୍ଥାନରେ ମଧ୍ୟ ଏଭଳି ଯୌନ ସମ୍ପର୍କ ରକ୍ଷା କରିବାକୁ ବର୍ଜନ କରାଯାଇଛି।