'ବାୟୁ' ପଞ୍ଝାରୁ ବର୍ତ୍ତିଗଲା ଗୁଜରାଟ୍‌, ତଥାପି ବ୍ୟାପକ କ୍ଷୟକ୍ଷତି

ନୂଆଦିଲ୍ଲୀ: ଅତି ଭୟଙ୍କର ରୂପ ଧାରଣ କରି ଗୁଜରାଟ ଉପକୂଳ ଆଡ଼େ ମାଡ଼ି ଆସୁଥିବା ବାତ୍ୟା ‘ବାୟୁ’ ହଠାତ୍‌ ତା’ର ଦିଗ ବଦଳାଇ ଦେଇଛି। ଫଳରେ ଏହି ଭୟଙ୍କର ସାମୁଦ୍ରିକ ଝଡ଼ର ପଞ୍ଝାରୁ ଗୁଜରାଟବାସୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ‘ବାୟୁ’ ଏବେ ପୋରବନ୍ଦରରୁ ଦକ୍ଷିଣରେ ୧୨୦ କିଲୋମିଟର ଦୂରରେ ରହିଛି। ଏଠାରୁ ଏହା ଉତ୍ତର ପଶ୍ଚିମ ଦିଗକୁ ଗତି କରିବା ସହ ସୌରାଷ୍ଟ୍ର ଉପକୂଳ ଦେଇ ଓମାନ୍ ଆଡ଼େ ମୁହାଁଇବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ […]

cyclone-vayu-spares-gujarat-but-causes-heavy-rains-and-strong-winds-along-the-coast

Manoranjan Sial
  • Published: Thursday, 13 June 2019
  • Updated: 13 June 2019, 09:37 PM IST

Sports

Latest News

ନୂଆଦିଲ୍ଲୀ: ଅତି ଭୟଙ୍କର ରୂପ ଧାରଣ କରି ଗୁଜରାଟ ଉପକୂଳ ଆଡ଼େ ମାଡ଼ି ଆସୁଥିବା ବାତ୍ୟା ‘ବାୟୁ’ ହଠାତ୍‌ ତା'ର ଦିଗ ବଦଳାଇ ଦେଇଛି। ଫଳରେ ଏହି ଭୟଙ୍କର ସାମୁଦ୍ରିକ ଝଡ଼ର ପଞ୍ଝାରୁ ଗୁଜରାଟବାସୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। 'ବାୟୁ' ଏବେ ପୋରବନ୍ଦରରୁ ଦକ୍ଷିଣରେ ୧୨୦ କିଲୋମିଟର ଦୂରରେ ରହିଛି। ଏଠାରୁ ଏହା ଉତ୍ତର ପଶ୍ଚିମ ଦିଗକୁ ଗତି କରିବା ସହ ସୌରାଷ୍ଟ୍ର ଉପକୂଳ ଦେଇ ଓମାନ୍ ଆଡ଼େ ମୁହାଁଇବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦେଇଛି। ଗୁଜରାଟରେ 'ବାୟୁ' ଲ୍ୟାଣ୍ଡଫଲ୍‌ କରିବାର ବିପଦ ଟଳିଥିଲେ ହେଁ ଏହାର ପ୍ରଭାବରେ ଗୁଜରାଟ ଉପକୂଳବର୍ତ୍ତୀ ଇଲାକାରେ ପ୍ରବଳ ବର୍ଷା ସହ ତୀବ୍ର ବେଗରେ ପବନ ଅନୁଭୂତ ହୋଇଛି। ଏକାଧିକ ସ୍ଥାନରେ ଗଛ ଓ ବିଦ୍ୟୁତ ଖୁଣ୍ଟି ଉପୁଡ଼ି ପଡ଼ିଛି। ଏଥିପାଇଁ ପ୍ରାୟ ୫୬୦ଟି ଗାଁ ଅନ୍ଧକାର ମଧ୍ୟରେ ରହିଛନ୍ତି। ବାୟୁ ପ୍ରଭାବରେ ସମୁଦ୍ର ଢେଉ ତଳିଆ ଅଞ୍ଚଳକୁ ମାଡ଼ି ଆସିଥିବାର ଖବର ରହିଛି।

ବିଶେଷ କରି ଅହମଦାବାଦ, ଗିର୍, ସୋମନାଥ, ଜୁନାଗଡ଼, ପୋରବନ୍ଦର, ଦେବଭୂମି ଦ୍ୱାରିକା ଓ ଡିଉରେ ଅତି ତୀବ୍ର ବେଗରେ ପବନ ବହିଛି। ସେହିଭଳ ଭାବନଗର ଅଞ୍ଚଳରେ ଅତି ପ୍ରବଳ ବର୍ଷା ହୋଇଛି। ଏଠାରେ ସକାଳ ୬ଟାରୁ ସନ୍ଧ୍ୟା ୮ଟା ଯାଏ ସର୍ବାଧିକ ୪୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସେହିଭଳି ଆମରେଲି ଜିଲ୍ଲାରେ ୩୫ ମିଲିମିଟର ବର୍ଷା ହୋଇଛି। ଆସନ୍ତା ୨୪ ଘଣ୍ଟା ଯାଏ ଏଭଳି ବର୍ଷା ଓ ପବନ ଜାରି ରହିବ।

ବାତ୍ୟା 'ବାୟୁ' ଓମାନ ଓ ପାକିସ୍ତାନ ଆଡ଼କୁ ମୁହାଁଇଥିଲେ ହେଁ ଆସନ୍ତା ୨୪ ଘଣ୍ଟା ଯାଏ ଗୁଜରାଟ ପ୍ରତି ବିପଦ ରହିଛି। ଏଥିପାଇଁ ଆସନ୍ତାକାଲି ଯାଏ ସମସ୍ତଙ୍କୁ ଆଲର୍ଟ ରହିବାକୁ କୁହାଯାଇଛି। ବାୟୁ ଯୋଗୁ ପ୍ରାୟ ୩ ଲକ୍ଷ ଲୋକଙ୍କୁ ଗୁଜରାଟ ସରକାର ସ୍ଥାନାନ୍ତର କରିଥିଲେ। ଏବେ ସେମାନଙ୍କୁ ବିଭିନ୍ନ ଆଶ୍ରୟସ୍ଥଳରେ ରଖାଯାଇ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଉଛି। ବାୟୁସେନା, ସ୍ଥଳ ସେନା ଓ ନୌସେନା ଆଲର୍ଟରେ ରହିଛନ୍ତି। ସେହିପରି ଏନ୍‌ଡିଆରଏଫ୍‌ର ୫୧ଟି ଟିମ୍‌, ୧୧ଟି ଏସ୍‌ଡିଆରଏଫ୍‌ ଟିମ୍‌ ବିଭିନ୍ନ ସ୍ଥାନରେ ଷ୍ଟାଣ୍ଡବାଏରେ ରହିଛନ୍ତି।

ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍‌ର ଆକଳନ ଅନୁଯାୟୀ, 'ବାୟୁ' ସମୁଦ୍ର ମଧ୍ୟରେ ହିଁ ଦୁର୍ବଳ ହୋଇଯିବ। ତେଣୁ ପାକିସ୍ତାନରେ ମଧ୍ୟ ଏହା ଲ୍ୟାଣ୍ଡଫଲ୍‌ କରିବ ନାହିଁ। 'ବାୟୁ' ପାଇଁ ଆସନ୍ତାକାଲି ଯାଏ ଗୁଜରାଟର ସମସ୍ତ ବିମାନବନ୍ଦରକୁ ବନ୍ଦ ରଖା ଯାଇଛି। ସେହିପରି ୧୨୩ଟି ଟ୍ରେନ୍‌ ବାତିଲ ହୋଇଛି। ମୁଖ୍ୟମନ୍ତ୍ରୀ ବିଜୟ ରୁପାଣି ସମସ୍ତ ସଂସ୍ଥାକୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story