କାରଖାନାରେ ସିଲିଣ୍ଡର ଫାଟି ୧୨ ମୃତ

ମୁମ୍ୱାଇ: ମହାରାଷ୍ଟ୍ରର ଧୁଲେ ଜିଲ୍ଲାରେ ଥିବା କେମିକାଲ କାରଖାନାରେ ଗ୍ୟାସ ସିଲିଣ୍ଡର ଫାଟି ୧୨ ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୫୮ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସ୍ଥାନୀୟ ପୁଲିସ୍ ସୂଚନା ଦେଇଛି। ପ୍ରଥମେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ଖବର ଆସିଥିଲା ପରେ ଏହି ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି। ପାଖାପାଖି ୧୦୦ ଜଣ କର୍ମଚାରୀ ସିଲିଣ୍ଡର ବିସ୍ଫୋରଣ କରିବା ବେଳେ କାରଖାନାରେ କାମ କରୁଥିଲେ। ସକାଳ […]

cylinder blast at factory

cylinder blast at factory

Subhransu Sekhar
  • Published: Saturday, 31 August 2019
  • Updated: 31 August 2019, 02:15 PM IST

ମୁମ୍ୱାଇ: ମହାରାଷ୍ଟ୍ରର ଧୁଲେ ଜିଲ୍ଲାରେ ଥିବା କେମିକାଲ କାରଖାନାରେ ଗ୍ୟାସ ସିଲିଣ୍ଡର ଫାଟି ୧୨ ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୫୮ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସ୍ଥାନୀୟ ପୁଲିସ୍ ସୂଚନା ଦେଇଛି। ପ୍ରଥମେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ଖବର ଆସିଥିଲା ପରେ ଏହି ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି।

ପାଖାପାଖି ୧୦୦ ଜଣ କର୍ମଚାରୀ ସିଲିଣ୍ଡର ବିସ୍ଫୋରଣ କରିବା ବେଳେ କାରଖାନାରେ କାମ କରୁଥିଲେ। ସକାଳ ୯ଟା ୪୫ ମିନିଟ୍ ସମୟରେ ଏହି ବିସ୍ଫୋରଣ ଘଟିଥିବା ସୂଚନା ରହିଛି। ସିଲିଣ୍ଡର ବିସ୍ଫୋରଣର କାରଣ ଅସ୍ପଷ୍ଟ ରହିଛି। ତଦନ୍ତ ପରେ ଜଣାପଡ଼ିବ ବୋଲି ପୁଲିସ୍ କହିଛି। ଦମକଳବାହିନୀ, ପୁଲିସ ଆଦି ବିସ୍ଫୋରଣ ସ୍ଥଳରେ ପହଞ୍ଚି ଉଦ୍ଧାର କରୁଥିବା ସୂଚନା ରହିଛି।

ସ୍ଥାନୀୟ ଅଞ୍ଚଳରେ ବିଷାକ୍ତ ଗ୍ୟାସ ବାୟୁମଣ୍ଡଳରେ ମିଶି ଯାଇଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ କକୁଆ ଭୟ ଖେଳିଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos