କେନ୍ଦ୍ର ସରକାରଙ୍କ ଦୀପାବଳୀ ଭେଟି: ବଢ଼ିଲା ୨ ପ୍ରତିଶତ ଡିଏ

ନୂଆଦିଲ୍ଲୀ: ଦୀପବଳୀ ପୂର୍ବରୁ ମୋଦି ସରକାର କେନ୍ଦ୍ରୀୟ କର୍ମଚାରୀ ଓ ପେନସନ୍‌ ଭୋଗୀଙ୍କୁ ଉପହାର ଦେଇଛନ୍ତି। କେନ୍ଦ୍ର କର୍ମଚାରୀ ଏବଂ ପେନ୍‌ସନ୍‌ଭୋଗୀଙ୍କ ୨ ପ୍ରତିଶତ ଡିଏ ବୃଦ୍ଧିକୁ ଆଜି କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି। ଏହାଦ୍ୱାରା ୫୦ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ୫୮ଲକ୍ଷ ପେନ୍‌ସନ୍‌ଭୋଗୀ ଉପକୃତ ହେବେ।

ଚଳିତବର୍ଷ ପ୍ରାରମ୍ଭରେ କେନ୍ଦ୍ର ସରକାର ଡିଏ ୬ ପ୍ରତିଶତ ବଢ଼ାଇ ୧୨୫ ପ୍ରତିଶତ କରିଥିଲେ। ପରେ ସପ୍ତମ ବେତନ ଆୟୋଗର ସୁପାରିସ କ୍ରମେ ଏହାକୁ ବେସିକ ଦରମା କରି ଦିଆଯାଇଥିଲା। ୨୦୧୬ ଜୁଲାଇରୁ  ଡିଏ ବଢ଼ିଥିଲେ ମଧ୍ୟ ତାହା ଲାଗୁ କରାଯାଇନାହିଁ। ବୃଦ୍ଧି କରାଯାଇଥିବା ଡିଏ ଗତ ଜୁଲାଇରୁ ଲାଗୁ କରାଯିବ।

ବର୍ଷରେ ଦୁଇ ଥର କେନ୍ଦ୍ର ସରକାର ଡିଏ ବୃଦ୍ଧି କରିଥାନ୍ତି। ପ୍ରଥମେ ଜାନୁଆରୀ ଓ ପରେ ଜୁଲାଇରେ ଡିଏ ବୃଦ୍ଧି ହୋଇଥାଏ। ତେବେ ଚଳିତବର୍ଷ ଅକ୍ଟୋବର ମାସ ଶେଷ ହେବାକୁ ଯାଉଥିବା ବେଳେ କେନ୍ଦ୍ର ସରକାର ଡିଏ ବୃଦ୍ଧି ନେଇ କୌଣସି ଘୋଷଣା ନ କରିବାରୁ କର୍ମଚାରୀ ସଂଘ ଅସନ୍ତୋଷ ପ୍ରକାଶ କରିବା ସହ ତୁରନ୍ତ ଘୋଷଣା କରିବାକୁ ଦାବି କରିଥିଲା। ଏହାସହ ଦୀପାବଳୀ ପୂର୍ବରୁ ବାକି ଥିବା ଟଙ୍କା ଆକାଉଣ୍ଟସକୁ ଟ୍ରାନ୍ସଫର କରିବାକୁ ସଂଘ ଦାବି କରିଥିଲା।

ଆହୁରି ପଢ଼ନ୍ତୁ

କଙ୍ଗନା ଓ ତାଙ୍କ ଉଭଣୀଙ୍କୁ ଜେରା କରିବ ପୁଲିସ୍‌, ପଠାଇଲା ସମନ

ରାଗ ସମ୍ଭାଳି ପାରିଲେନି ନୀତୀଶ, ସଭାରେ ଲୋକଙ୍କୁ ନନସେନ୍ସ କହିଲେ

ଦୁର୍ଗା ମଣ୍ଡପରେ ଲକଡାଉନ ଯନ୍ତ୍ରଣାର ଦୃଶ୍ୟ ସହ ସୋନୁ ସୁଦ୍‌ଙ୍କ ପ୍ରତିମୂର୍ତ୍ତି, ଦେଖନ୍ତୁ ଭିଡିଓ

ଏନଡିଏକୁ ଅଲବିଦା କହିଲେ, ମମତାଙ୍କ ସହ ହାତ ମିଳାଇଲେ ଫେରାର ବିମଳ ଗୁରୁଙ୍ଗ

ବିହାର ପାଇଁ କଂଗ୍ରେସର ‘ବଦଲାବ ପତ୍ର’ ଓ ଏଲଜେପିର ‘ବିହାର ଫାଷ୍ଟ, ବିହାରୀ ଫାଷ୍ଟ’

ଅଶ୍ଳୀଳ କଲ୍‌ ପାଇଁ ଜଣେ ବ୍ୟକ୍ତିଙ୍କୁ ପିଟିପିଟି ମାରିଦେଲେ ମା’ ଝିଅ

କେନ୍ଦ୍ର କର୍ମଚାରୀଙ୍କ ପାଇଁ ବୋନସ ଘୋଷଣା କଲେ ମୋଦି ସରକାର

କନକ ଦୁର୍ଗା ମନ୍ଦିରରେ ଭୟଙ୍କର ଭୂସ୍ଖଳନ: ଏକାଧିକ ଲୋକ ଚାପି ହୋଇ ରହିଥିବା ଆଶଙ୍କା

ମହାରାଷ୍ଟ୍ର ବିଜେପିକୁ ଝଟକା, ଦଳ ଛାଡ଼ିଲେ ବରିଷ୍ଠ ନେତା

ପୁଣି ବଦଳିପାରେ ଏଆଇସିସି ରୂପରେଖ

କରୋନା ଟିକାର ପରୀକ୍ଷା ପାଇଁ ଜାଣିଶୁଣି ଲୋକଙ୍କୁ ସଂକ୍ରମିତ କରିବ ଏହି ଦେଶ

ନାସାର ଐତିହାସିକ ସଫଳତା, ମହାକାଶରୁ ନମୁନା ସଂଗ୍ରହ କଲା ଓସିରିସ୍-ରେକ୍ସ