'ଆତଙ୍କବାଦୀକୁ ଖବର ଦେଇ ଦବିନ୍ଦର ମୋଟା ଅଙ୍କ ରୋଜଗାର କରିଛି'

ଶ୍ରୀନଗର: ଆତଙ୍କବାଦୀ ଲିଙ୍କରେ ଗିରଫ ହେବା ପରେ ବହିଷ୍କୃତ ହୋଇଥିବା ଜମ୍ମ କଶ୍ମୀର ଡିଏସପି ଦବିନ୍ଦର ସିଂହର ଆଚରଣ ଓ ଉଚ୍ଚାରଣ ବାବଦରେ ଜମ୍ମୁ କଶ୍ମୀର ପୁଲିସ ପୂର୍ବରୁ ସନ୍ଦେହ ପ୍ରକାଶ କରି ତା’ଉପରେ ନଜର ରଖିଥିଲା। ଏମିତିକି ଦବିନ୍ଦର ସିଂହର ଫୋନ୍ ଟ୍ରାକ କରୁଥିଲା ଜମ୍ମୁ କଶ୍ମୀର ପୁଲିସ। କିଛି ଦିନ ତଳେ ଆତଙ୍କବାଦୀଙ୍କ ସହ ଦବିନ୍ଦର ଯୋଗାଯୋଗ କରିଥିଲା ବୋଲି ଜମ୍ମୁ କଶ୍ମୀର ପୁଲିସର ଜଣେ ଅଧିକାରୀ ନାମ ଗୋପନ ରଖି ଏହା କହିଛନ୍ତି। […]

Devinder Singh

Devinder Singh

Subhransu Sekhar
  • Published: Sunday, 19 January 2020
  • Updated: 19 January 2020, 06:48 PM IST

Sports

Latest News

ଶ୍ରୀନଗର: ଆତଙ୍କବାଦୀ ଲିଙ୍କରେ ଗିରଫ ହେବା ପରେ ବହିଷ୍କୃତ ହୋଇଥିବା ଜମ୍ମ କଶ୍ମୀର ଡିଏସପି ଦବିନ୍ଦର ସିଂହର ଆଚରଣ ଓ ଉଚ୍ଚାରଣ ବାବଦରେ ଜମ୍ମୁ କଶ୍ମୀର ପୁଲିସ ପୂର୍ବରୁ ସନ୍ଦେହ ପ୍ରକାଶ କରି ତା'ଉପରେ ନଜର ରଖିଥିଲା। ଏମିତିକି ଦବିନ୍ଦର ସିଂହର ଫୋନ୍ ଟ୍ରାକ କରୁଥିଲା ଜମ୍ମୁ କଶ୍ମୀର ପୁଲିସ। କିଛି ଦିନ ତଳେ ଆତଙ୍କବାଦୀଙ୍କ ସହ ଦବିନ୍ଦର ଯୋଗାଯୋଗ କରିଥିଲା ବୋଲି ଜମ୍ମୁ କଶ୍ମୀର ପୁଲିସର ଜଣେ ଅଧିକାରୀ ନାମ ଗୋପନ ରଖି ଏହା କହିଛନ୍ତି। ଦବିନ୍ଦର ସିଂହ ଭିତିରିଆ କିଛି ବେଆଇନ କାମରେ ଲିପ୍ତ ରହିଥିବା ଜମ୍ମୁ କଶ୍ମୀର ପୁଲିସ ଜାଣିବାକୁ ପାଇଥିଲା। ଏହାପରେ ଜମ୍ମୁ କଶ୍ମୀର ପୁଲିସ ସନ୍ଦେହ ପ୍ରକାଶ କରି ତାଙ୍କ ଘର ଉପରେ ରେଡ୍ କରିଥିଲା।

ସଂପୃକ୍ତି ପୁଲିସ ଅଧିକାରୀ କହିଛନ୍ତି, ଦବିନ୍ଦର ସିଂହ ଘର ରେଡ୍ ବେଳେ ବନ୍ଧୁକ ସାଙ୍ଗକୁ ଅନେକ କିଛି ବିସ୍ଫୋରକ ସାମଗ୍ରୀ ମିଳିଥିଲା। ଏଥିସହିତ ଅନେକ ସମ୍ପତ୍ତିର କାଗଜ ପତ୍ର ମିଳିଛି। ଯାହାକି ଦବିନ୍ଦର ପାଉଥିବା ବେତନ ତୁଳନାରେ ଢ଼େର ଅଧିକ। ସେହିପରି ଅନ୍ୟଜଣେ ଅଧିକାରୀ ନାମ ଗୋପନ ରଖି କହିଛନ୍ତି, ଦବିନ୍ଦର ଆତଙ୍କବାଦୀଙ୍କୁ ନେଇ ଦିଲ୍ଲୀ ଯାଉଥିଲା ମାନେ ଉଦ୍ଦେଶ୍ୟ କିଛି ବଡ଼ ଥିଲା। ହେଲେ ଦବିନ୍ଦର ସିଂହ ଗିରଫ ପରେ ଅନେକ କିଛି ଖୁଲାସା କରିଛି, ଯେଉଁଥିରେ ସେ ନିଜେ କହିଛି ଆତଙ୍କବାଦୀଙ୍କୁ ଜମ୍ମୁ କଶ୍ମୀର ପୁଲିସର ଜଣେ ବରିଷ୍ଠ ଅଧିକାରୀ ମଧ୍ୟ ସହଯୋଗ କରୁଛନ୍ତି।

ଅନ୍ୟପଟେ ଦୈନିକ ଇଂରାଜୀ ଖବରକାଗଜ ‘ଦ ଏସିଆନ ଏଜ୍’ର ରିପୋର୍ଟ ମୁତାବିକ୍ ‘ତଦନ୍ତ ଅଧିକାରୀ ଦବିନ୍ଦରକୁ ପଚରାଉଚରା କରିବା ବେଳେ ଦବିନ୍ଦର ଏବଂ ଗିରଫ ଆତଙ୍କବାଦୀ ନବୀଦ ଅହମଦର ଦୋସ୍ତି ୭ ବର୍ଷ ପୁରୁଣା’। ଏବେ ଏନଆଇଏ ଦବିନ୍ଦରକୁ ପଚରାଉଚରା କରୁଛି। ଖବରକାଗଜର ରିପୋର୍ଟ ଅନୁଯାୟୀ ୨୦୧୩ରେ ଦବିନ୍ଦର ପ୍ରଥମ ଥର ପାଇଁ ନବୀଦକୁ ଭେଟିଥିଲା। ସେତେବେଳେ ନବୀଦ ଜମ୍ମୁ କଶ୍ମୀର ପୁଲିସରେ କନେଷ୍ଟବଳ ଭାବରେ ପୁଲିସରେ ନିୟୋଜିତ ହୋଇଥିଲା। ପରେ ଏସପିଓରେ ଯୋଗ ଦେଇଥିଲା। ଉଭୟ ଆତଙ୍କବାଦୀଙ୍କ ପାଖରେ ଖବର ପହଞ୍ଚାଉଥିଲେ। ଏଭଳି କରି ଦୁହେଁ ଅନେକ ଟଙ୍କା ରୋଜଗାର କରିଛନ୍ତି।

୨୦୧୭ରେ ନବୀଦ ଚାକିରି କରୁଥିବାବେଳେ ହଠାତ୍ ଗାଏବ ହୋଇଯାଇଥିଲା। ଏହାପରେ ସେ ଆତଙ୍କବାଦୀ ସଂଗଠନ ହିଜବୁଲରେ ସାମିଲ୍ ହୋଇଥିଲା। ଏହାପରେ ଦବିନ୍ଦର ନବୀଦ ସହ ଯୋଗାଯୋଗରେ ରହୁଥିଲା। ଫୋନ୍ ଟ୍ରାକ ହେଉଥିବା ଭୟରେ ଦୁହେଁ ଆପ୍ସ ଜରିଆରେ ସମ୍ପର୍କରେ ଥିଲେ। ଉଭୟ ନବୀଦ ଏବଂ ଦବିନ୍ଦର ପରିବାର ମଧ୍ୟ ଯୋଗାଯୋଗରେ ଥିଲେ ବୋଲି ତଦନ୍ତ ଅଧିକାରୀ ଜାଣିବାକୁ ପାଇଛି ବୋଲି ‘ଦ ଏସିଆନ ଏଜ୍’ ପ୍ରକାଶ କରିଛି।

ସୂଚନାଯୋଗ୍ୟ, ନବୀଦ ଅହମଦ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ସଂଗଠନର ଦ୍ୱିତୀୟ ନେତା ଥିଲା। ଅସମର୍ଥୀତ ରିପୋର୍ଟ ଅନୁଯାୟୀ ନିକଟରେ ଜମ୍ମୁ କଶ୍ମୀରରେ ହୋଇଥିବା ୧୧ ଟ୍ରକ ଡ୍ରାଇଭରଙ୍କ ହତ୍ୟା ପଛରେ ନବୀଦର ବଡ଼ ଭୂମିକା ରହିଛି। ଏମିତିକି ଅନେକ ପୁଲିସଙ୍କୁ ମଧ୍ୟ ନବୀଦ ହତ୍ୟା କରିଥିବା ଜଣାପଡ଼ିଛି। ନବୀଦ ବିରୋଧରେ ଜମ୍ମୁ କଶ୍ମୀର ପୁଲିସ ପାଖରେ ମୋଟ୍ ୧୭ଟି ମାମଲା ରୁଜୁ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story