ଡାକ୍ତରୀ ପାଠ୍ୟକ୍ରମ ପାଇଁ ସାରା ଦେଶରେ ହେବ ଗୋଟିଏ ଏଣ୍ଟ୍ରାନ୍ସ ଟେଷ୍ଟ୍

ନୂଆଦିଲ୍ଲୀ: ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖା ପାଇଁ ଏଣିକି ସାରା ଦେଶରେ ଗୋଟିଏ ଏଣ୍ଟ୍ରାନ୍ସ ଟେଷ୍ଟ ହେବ। ଏକକ ଏଣ୍ଟ୍ରାନ୍ସ ନେଇ ହୋଇଥିବା ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ରାଜ୍ୟ ସରକାର, ଘରୋଇ ମେଡିକାଲ କଲେଜ ଓ ଡିମ୍‌ଡି ୟୁନିଭର୍ସିଟିଗୁଡିକ ଏଣିକି ନିଜସ୍ୱ ପରୀକ୍ଷା କରିପାରିବେ ନାହିଁ। ମେଡିକାଲ ପଢିବା ପାଇଁ ଏଣିକି ନ୍ୟାସନାଲ ଇଲିଜିବିଲିଟି କମ୍‌ ଲଣ୍ଟ୍ରାନ୍ସ ଟେଷ୍ଟ (ନିଟ୍‌) ଅନୁଷ୍ଠିତ ହେବ। ସୁପ୍ରିମକୋର୍ଟ ଆଇନଜୀବୀ ପିଙ୍କି ଆନନ୍ଦ କହିଛନ୍ତି, […]

supreme-court

supreme-court

Rakesh Mallick
  • Published: Thursday, 28 April 2016
  • Updated: 29 April 2016, 04:20 AM IST

Sports

Latest News

ନୂଆଦିଲ୍ଲୀ: ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖା ପାଇଁ ଏଣିକି ସାରା ଦେଶରେ ଗୋଟିଏ ଏଣ୍ଟ୍ରାନ୍ସ ଟେଷ୍ଟ ହେବ। ଏକକ ଏଣ୍ଟ୍ରାନ୍ସ ନେଇ ହୋଇଥିବା ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ରାଜ୍ୟ ସରକାର, ଘରୋଇ ମେଡିକାଲ କଲେଜ ଓ ଡିମ୍‌ଡି ୟୁନିଭର୍ସିଟିଗୁଡିକ ଏଣିକି ନିଜସ୍ୱ ପରୀକ୍ଷା କରିପାରିବେ ନାହିଁ। ମେଡିକାଲ ପଢିବା ପାଇଁ ଏଣିକି ନ୍ୟାସନାଲ ଇଲିଜିବିଲିଟି କମ୍‌ ଲଣ୍ଟ୍ରାନ୍ସ ଟେଷ୍ଟ (ନିଟ୍‌) ଅନୁଷ୍ଠିତ ହେବ।

ସୁପ୍ରିମକୋର୍ଟ ଆଇନଜୀବୀ ପିଙ୍କି ଆନନ୍ଦ କହିଛନ୍ତି, “ଚଳିତବର୍ଷ ଏଆଇପିଏମ୍‌ଟି ପାଇଁ ଆବେଦନ କରିଥିବା ପିଲାମାନେ ମେ’ ପହିଲାରେ ହେବାକୁ ଥିବା ନିଟ୍‌ ୱାନ ପରୀକ୍ଷା ଦେବେ। ମେଡିକାଲ ପଢିବାକୁ ଚାହୁଁଥିବା ଅନ୍ୟ ସମସ୍ତ ପିଲା ନିଟ୍‌ ଟୁ ପାଇଁ ଆବେଦନ କରିବେ। ଜୁଲାଇ ୨୪ରେ ନିଟ୍‌ ଟୁ ପରୀକ୍ଷା ହେବ। ଉଭୟ ପରୀକ୍ଷା ଫଳ ମିଳିତ ଭାବେ ଅଗଷ୍ଟ ୧୭ରେ ପ୍ରକାଶ ପାଇବ। ଏକକ ପରୀକ୍ଷା ଦ୍ୱାରା ଏଣ୍ଟ୍ରାନ୍ସ, ରାଙ୍କ ଓ ଆଡମିଶନରେ ସ୍ୱଚ୍ଛତା ରହିବ ବୋଲି କୋର୍ଟ ତାଙ୍କ ରାୟରେ କହିଛନ୍ତି। ଏକକ ପରୀକ୍ଷା ଦ୍ୱାରା ମେଡିକାଲ ଶିକ୍ଷାର ବ୍ୟବସାୟୀକରଣ, ଘରୋଇ କଲେଜ କର୍ତ୍ତୃପକ୍ଷଙ୍କ ମନୋମୁଖୀ କାର୍ଯ୍ୟକଳାପ ଓ ଅନିୟମିତତା ଉପରେ ଲଗାମ ଲଗାଯାଇପାରିବ ବୋଲି ଆଶା କରାଯାଉଛି।”

ଓଜେଇଇ ଅଧ୍ୟକ୍ଷ ତୁଷାର କୁମାର ନାଥ କହିଛନ୍ତି, “ପ୍ରବେଶିକା ପରୀକ୍ଷାକୁ ସ୍ୱଚ୍ଛ ଓ ବ୍ୟବସ୍ଥିତ କରିବାକୁ ସିବିଏସ୍‌ଇ ପକ୍ଷରୁ ନୂଆ ଗାଇଡଲାଇନ ଜାରି କରାଯାଇଛି। ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ର ମଧ୍ୟକୁ କଲମ, ପେନସିଲ, ଇଲେକଟ୍ରୋନିକ୍ସ ଉପରକଣ, ଘଣ୍ଟା କିମ୍ବା ମୋବାଇଲ ନେଇ ପାରିବେ ନାହିଁ। ପରୀକ୍ଷା ହଲ୍‌କୁ ଯୋତା ମଧ୍ୟ ପିନ୍ଧି ଯାଇ ପାରିବେ ନାହିଁ। ଏହାସହ କେତେକ ନିର୍ଦ୍ଦିଷ୍ଟ ପ୍ରକାରର ପୋଷାକ ଉପରେ କଟକଣା ରହିବ।”

ଗତବର୍ଷ ଏଆଇପିଏମ୍‌ଟି ଆନସର କି ଲିକ୍‌ ହୋଇଥିଲା। ଫଳରେ ଦ୍ୱିତୀୟ ଥର ଲାଗି ପରୀକ୍ଷା କରିବାକୁ ପଡିଥିଲା। ସେହିପରି ଏକକ ପ୍ରବେଶିକା ପରୀକ୍ଷା ଅସାମ୍ବିଧାନିକ ବୋଲି ୨୦୧୩ରେ ସୁପ୍ରିମକୋର୍ଟ ରାୟ ଦେଇଥିଲେ। ତେବେ ଏହାକୁ ଚ୍ୟାଲେଞ୍ଜ କରି କେନ୍ଦ୍ର ସରକାର ରିଭ୍ୟୁ ପିଟିସନ ଦାଖଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos