ସାମ୍ନାକୁ ଆସିଲା ଦାଉଦ୍‌ର ନୂଆ ଫଟୋ

ନୂଆଦିଲ୍ଲୀ: ଅଣ୍ଡରୱାର୍ଲଡ୍ ଡନ୍ ଦାଉଦ ଇବ୍ରାହିମର ନୂଆ ଫଟୋ ସାମ୍ନାକୁ ଆସିଛି। ୧୯୯୩ ମୁମ୍ବାଇ  ବୋମା ବିସ୍ଫୋରଣ ପରେ ଏହା ହେଉଛି ଦାଉଦ୍‌ର ପୂର୍ଣ୍ଣାଙ୍ଗ ଫଟୋ। ଏଥିରେ ସେ ଏକ କଳା କୋଟ୍ ଓ ପଠାନୀ ସୁଟ୍ ପିନ୍ଧିଛି।  ଏକ ରିପୋର୍ଟ ଅନୁସାରେ ଭାରତୀୟ ସାମ୍ବାଦିକ ବିବେକ ଅଗ୍ରୱାଲ୍  ଏହି ଫଟୋଟିକୁ ଉଠାଇଥିଲେ। କିଛି ବର୍ଷ ପୂର୍ବେ ସେ କରାଚି ଯାଇଥିଲେ।  ସେ ନିଜ ପୁସ୍ତକ ପାଇଁ ଏହି ଫଟୋଟି ଯୋଗାଡ଼ କରିଥିଲେ। ସେତେବେଳେ ଦାଉଦ୍ ମୋଇନ୍ ପ୍ୟାଲେସ୍‌ରେ […]

daud

daud

Rakesh Mallick
  • Published: Saturday, 23 April 2016
  • Updated: 23 April 2016, 08:36 AM IST

Sports

Latest News

[caption id="attachment_80272" align="alignleft" width="300"]daud ଦାଉଦ୍‌ର ନୂଆ ଫଟୋ (ଡାହାଣ)[/caption]

ନୂଆଦିଲ୍ଲୀ: ଅଣ୍ଡରୱାର୍ଲଡ୍ ଡନ୍ ଦାଉଦ ଇବ୍ରାହିମର ନୂଆ ଫଟୋ ସାମ୍ନାକୁ ଆସିଛି। ୧୯୯୩ ମୁମ୍ବାଇ  ବୋମା ବିସ୍ଫୋରଣ ପରେ ଏହା ହେଉଛି ଦାଉଦ୍‌ର ପୂର୍ଣ୍ଣାଙ୍ଗ ଫଟୋ। ଏଥିରେ ସେ ଏକ କଳା କୋଟ୍ ଓ ପଠାନୀ ସୁଟ୍ ପିନ୍ଧିଛି।  ଏକ ରିପୋର୍ଟ ଅନୁସାରେ ଭାରତୀୟ ସାମ୍ବାଦିକ ବିବେକ ଅଗ୍ରୱାଲ୍  ଏହି ଫଟୋଟିକୁ ଉଠାଇଥିଲେ। କିଛି ବର୍ଷ ପୂର୍ବେ ସେ କରାଚି ଯାଇଥିଲେ।  ସେ ନିଜ ପୁସ୍ତକ ପାଇଁ ଏହି ଫଟୋଟି ଯୋଗାଡ଼ କରିଥିଲେ। ସେତେବେଳେ ଦାଉଦ୍ ମୋଇନ୍ ପ୍ୟାଲେସ୍‌ରେ ରହୁଥିଲା। ଏବେ ସେ ନୂଆ ବଙ୍ଗଳାରେ ରହୁଛି।

ସାମ୍ନାକୁ ଆସିଥିବା ଫଟୋଟିରେ ୬୦ ବର୍ଷୀୟ ଦାଉଦ୍‌ର ବୟସ୍ ଖୁବ୍ କମ୍ ଲାଗୁଛି। ରିପୋର୍ଟ ମୁତାବକ ଦାଉଦ୍ ତା’ ନିଶ କାଟି ଦେଇଛି କିନ୍ତୁ ମୁହଁର ପ୍ଲାଷ୍ଟିକ୍ ସର୍ଜରୀ କରି ନାହିଁ। ପୂର୍ବରୁ କୁହାଯାଉଥିଲା, ସେ ପ୍ଲାଷ୍ଟିକ୍ ସର୍ଜରୀ କରି ତା’ ଚେହେରା ବଦଳାଇ ଦେଇଛି।

ଗତ ବର୍ଷ ଅଗଷ୍ଟ ୨୨ ତାରିଖରେ ଭାରତ ଦାଉଦ୍‌ର କିଛି ଫଟୋ ଜାରି କରି ଥିଲା। ଏହି ଫଟୋଗୁଡ଼ିକୁ ଭାରତୀୟ ଗୁଇନ୍ଦା ସଂସ୍ଥା ‘ର’ କୌଣସି ସୂତ୍ରରୁ ହାତେଇ ଥିଲା। ଦାଉଦର ଫଟୋ ସହିତ ତା’ର ପାକିସ୍ତାନୀ ପାସ୍‌ପୋର୍ଟର କିଛି କପି ମଧ୍ୟ ‘ର’ ହାତରେ ଲାଗିଥିଲା। ଦାଉଦ୍‌କୁ ଦୁଇଟି ପାସ୍‌ପୋର୍ଟ କରାଚିରୁ ଜାରି କରାଯାଇଥିବା ବେଳେ ଆଉ ଦୁଇଟି ରାୱାଲାପିଣ୍ଡିରୁ ଦିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos