ନୂଆଦିଲ୍ଲୀ: ବିଜେପି ବିଧାୟକ ତଥା ପୂର୍ବତନ କ୍ରିକେଟର୍ କୀର୍ତ୍ତି ଆଜାଦ୍ ରବିବାର ଡିଡିସିଏ ବିରୋଧରେ ଭ୍ରଷ୍ଟାଚାର ଅଭିଯୋଗ ଆଣିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀ ସେ ଡିଡିସିଏରେ ବ୍ୟାପକ ଆର୍ଥିକ ଅନିୟମିତତା ଚାଲିଥିବା କହିଛନ୍ତି। ଏହାସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ସେ ବଡ଼ ପ୍ରଶଂସକ ବୋଲି କହିଛନ୍ତି। ମୋଦି ଭ୍ରଷ୍ଟାଚାର ବିରୋଧରେ ଲଢେଇ ଆରମ୍ଭ କରିଛନ୍ତି। ଏହି ଲଢେଇ ଭ୍ରଷ୍ଟାଚାର ବିରୋଧରେ ଏହାକୁ କେହି ବ୍ୟକ୍ତିଗତ ଭାବେ ନ ନେବାକୁ ସେ କହିଛନ୍ତି।
ସେ ଏକ ସିଡି ଦେଖାଇ ଡିଡିସିଏ ବିରୋଧରେ ଏକାଧିକ ଅଭିଯୋଗ ଆଣିଥିଲେ। ଡିଡିସିଏ ପ୍ରାୟ ୧୪ଟି ଠକ କମ୍ପାନୀକୁ କଣ୍ଟ୍ରାକ୍ଟ ଦେଇଛି। ଯେଉଁଥିରେ କୋଟି କୋଟି ଟଙ୍କା ମୂଲ୍ୟର ସାମଗ୍ରୀକୁ କମ୍ ଦରରେ ଦିଆଯାଇଛି। ବହୁ ଟଙ୍କାର ଆର୍ଥିକ ଅନିୟମିତତା ହୋଇଛି। ନାମ ପରିବର୍ତ୍ତନ କରି ବାରମ୍ୱାର କିଛଇ ନିର୍ଦ୍ଦିଷ୍ଟ ଲୋକଙ୍କୁ ଲାଭ ପହଞ୍ଚାଯାଇଛି। କୌଣସି ବ୍ୟକ୍ତି ଯଦି ଲିଗାଲ ଇନଷ୍ଟିଚ୍ୟୁଟ ଅଫ କରପସନ ଉପରେ ପିଏଚଡି କରିବାର ଚାହୁଁଛନ୍ତି ସେମାନେ ଡିଡିସିଏକୁ ଯାଇ ପାରିବ ବୋଲି ଆଜାଦ୍ କହିଛନ୍ତି। ୨୦୧୧-୧୨ରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଡିଡିସିଏରେ ହେଉଥିବା ଦୁର୍ନୀତି ସମ୍ପର୍କରେ ସୂଚନା ଦିଆଯାଇଥିବା ସେ କହିଛନ୍ତି।
ପୂର୍ବରୁ ଅରୁଣ ଜେଟଲୀଙ୍କୁ ଲଗାତାର ଟାର୍ଗେଟ କରୁଥବା ବିଜେପି ସାଂସଦ ଆଜାଦଙ୍କୁ ତାଙ୍କ ଅଭିଯୋଗକୁ ସାର୍ବଜନୀନ କରିବାରୁ ରୋକାଯିବାକୁ ଦଳ ପକ୍ଷରୁ ପ୍ରୟାସ କରାଯାଇଥିଲା। ହେଲେ ଏହାକୁ ଆଜାଦ ପ୍ରତ୍ୟାଖାନ କରିବା ସହ ରବିବାର ସାମ୍ବାଦିକ ସମ୍ମିଳନୀରେ ଡିଡିସିଏରେ ହୋଇଥିବା ଭ୍ରଷ୍ଟାଚାର ଉପରୁ ପରଦା ଉଠାଇବେ ବୋଲି କହିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।