ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଗୁରୁବାର ରାତି ନଅଟାରେ ଗୋଆରୁ ଆସି ମୁମ୍ବାଇରେ ପହଞ୍ଚିବେ। ପୂର୍ବ ସୂଚନା ଅନୁଯାୟୀ ଶୁକ୍ରବାର ଦୀପିକା ଏନସିବି ଆଗରେ ହାଜର ହେବାର ଥିଲା । ହେଲେ ଶନିବାର ଦୀପିକା ଏନସିବି ଆଗରେ ହାଜର ହେବେ ବୋଲି ଜଣାପଡ଼ିଛି। ଦୀପିକାଙ୍କୁ ବୁଧବାର ଏନସିବି ସମନ କରିଥିଲା।
ଏହା ସହିତ ଏନସିବି ଶ୍ରଦ୍ଧା କପୁର, ସାରା ଅଲି ଖାନ ଏବଂ ରାକୁଲ ପ୍ରୀତ ସିଂ ଏବଂ ଅନ୍ୟ କେତେକଙ୍କୁ ସମନ ପଠାଇଛନ୍ତି। ଗୁରୁବାର ଫ୍ୟାସନ ଡିଜାଇନର୍ ସିମୋନ ଖୋମ୍ବାଟା ଏବଂ ଶ୍ରୁତି ମୋଦିଙ୍କୁ ଏନସିବି ପଚରାଉଚରା କରିଥିଲେ।
ତେବେ ଶୁକ୍ରବାର ଏନସିବି ଆଗରେ ହାଜର ହେବେ ରାକୁଲ ପ୍ରୀତ ସିଂ ଏବଂ କରିସ୍ମା ପ୍ରକାଶ। ହାଇଦ୍ରାବାଦରୁ ରକୁଲ ପ୍ରୀତ ସିଂହ ଆଜି ମୁମ୍ୱାଇ ଆସୁଥିବା ଜଣାପଡ଼ିଛି। ୨୬ ସେପ୍ଟେମ୍ବରରେ ସାରା ଅଲି ଖାନଙ୍କୁ ପଚରାଉଚରା କରାଯିବ। ସାରା ଆଜି ଗୋଆରୁ ମୁମ୍ବାଇରେ ପହଞ୍ଚିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ରସଂଘ ନିର୍ବାଚନରେ NSUIର ବାଜିମାତ
ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ଅଧ୍ୟକ୍ଷ ଓ ଯୁଗ୍ମ ସମ୍ପାଦକ ପଦ ଜିତିଲା ଏନଏସୟୁଆଇ। ଉପାଧ୍ୟକ୍ଷ ଓ ସଚିବ ପଦରେ ଏବିଭିପିର ବିଜୟ।
National
ଦିଲ୍ଲୀ ପ୍ରଦୂଷଣ: ସ୍କୁଲ ଖୋଲିବା ଉପରେ CAQM ନେବ ନିଷ୍ପତ୍ତି, ଶ୍ରମିକଙ୍କୁ ମିଳୁ ଭତ୍ତା
ବାୟୁ ପ୍ରଦୂଷଣ ଭିତରେ ଦିଲ୍ଲୀରେ ସ୍କୁଲ ଖୋଲିବା ନିଷ୍ପତ୍ତି ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (CAQM) ଉପରେ ଛାଡ଼ିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ନିର୍ମାଣ କାର୍ଯ୍ୟ ବନ୍ଦ ଥିବାରୁ ଶ୍ରମିକମାନଙ୍କୁ ଭତ୍ତା ପ୍ରଦାନ କରିବାକୁ ନିର୍ଦ୍ଦେଶ।
National
ସୁପ୍ରିମକୋର୍ଟଙ୍କ ବଡ଼ ରାୟ; ସମ୍ବିଧାନରୁ ହଟିବନି 'ସମାଜବାଦୀ' ଓ 'ଧର୍ମନିରପେକ୍ଷ' ଶବ୍ଦ
ସମ୍ବିଧାନରୁ 'ସମାଜବାଦୀ' ଓ 'ଧର୍ମନିରପେକ୍ଷ' ଶବ୍ଦ ହଟାଇବା ପାଇଁ ହୋଇଥିବା ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ। ୧୯୭୬ ମସିହାରେ ସମ୍ବିଧାନ ସଂଶୋଧନ ଜରିଆରେ ଏହି ଶବ୍ଦ ଯୋଡ଼ାଯାଇଥିଲା।
Business
ଆଦାନୀ ଗ୍ରୁପ୍ ଦାନକୁ ବି ନା; ୧୦୦ କୋଟି ଟଙ୍କା ଫେରାଇବେ ତେଲାଙ୍ଗାନା ସରକାର
ୟଙ୍ଗ ଇଣ୍ଡିଆ ସ୍କିଲ୍ସ ୟୁନିଭରସିଟି ପାଇଁ ଆଦାନୀ ଗ୍ରୁପ୍ ତେଲାଙ୍ଗାନାକୁ ୧୦୦କୋଟି ଟଙ୍କା ଦାନ କରିଥିଲେ।
National
ଦିଲ୍ଲୀ ପ୍ରଦୂଷଣ; ଚେକ୍ ପୋଷ୍ଟରେ ଜଗୁନି ପୁଲିସ, ତାତିଲେ ସୁପ୍ରିମକୋର୍ଟ
ଦିଲ୍ଲୀରେ ବାୟୁ ପ୍ରଦୂଷଣକୁ ରୋକିବା ଲାଗି ନିର୍ମାଣ କାର୍ଯ୍ୟ ଠାରୁ ଆରମ୍ଭ କରି ସହରରେ ଗାଡ଼ି ଚଳାଚଳ ଉପରେ ମଧ୍ୟ କଟକଣା ଲାଗିଛି। ହେଲେ ଏସବୁକୁ ତଦାରଖ କରିବା ପାଇଁ ସହରର ଚେକ୍ ପୋଷ୍ଟରେ ନାହାନ୍ତି ପୁଲିସ ଅଧିକାରୀ।