ନୂଆଦିଲ୍ଲୀ: ମାସ୍କ ନଲଗାଇବାରୁ ଦିଲ୍ଲୀ ପୁଲିସ୍ର ଜଣେ ଏଏସଆଇ ନିଲମ୍ୱିତ ହୋଇଛନ୍ତି। ପ୍ରଥମ ଥର ପାଇଁ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି, ଯେଉଁଠି କରୋନା ନିୟମ ଉଲ୍ଲଂଘନ ଅଭିଯୋଗରେ ଜଣେ ପୁଲିସ କର୍ମଚାରୀ ନିଲମ୍ୱିତ ହୋଇଛନ୍ତି। ନିଲମ୍ୱିତ ଏସଆଇ ସୁରେନ୍ଦ୍ର କୁମାର ବୋଲି ଜଣାପଡ଼ିଛି। ଦିଲ୍ଲୀ ଆର୍ମଡ ପୁଲିସରେ ସେ ନିୟୋଜିତ ଥିଲେ।
ସୂଚନାଯୋଗ୍ୟ, ଜୁନ୧ରେ ଡିସିପି ସତ୍ୟବୀର କଟାରା କରୋନା ନିୟମ ଠିକ୍ ଭାବରେ ପାଳନ ହେଉଛି କି ନାହିଁ ବୁଲି ଦେଖୁଥିଲେ। ଏହି ସମୟରେ ଏଏସ୍ଆଇ ଜଣଙ୍କ ମୁହଁରେ ମାସ୍କ ବାନ୍ଧି ନଥିବା ଦେଖିବାକୁ ମିଳିଥିଲା। ଏହାପରେ ଡିସିପି ତାଙ୍କ ଭପରେ ବର୍ଷିଥିଲେ। ଶେଷରେ ନିୟମ ଉଲ୍ଲଂଘନ ଅଭିଯୋଗରେ ତାଙ୍କୁ ନିଲମ୍ବନ କରିଥିଲେ।
ଦିଲ୍ଲୀ ପୁଲିସ କାର୍ଯ୍ୟାଳୟର ସୂଚନା ଅନୁଯାୟୀ, ଏଏସଆଇ ଜଣଙ୍କ କହିଥିଲେ ଯଆ ଗରମ ହେଉଥିବାରୁ ସେ ମାସ୍କଟିକୁ କିଛି ସମୟ ପାଇଁ ଖୋଲି ଦେଇଥିଲେ। ହେଲେ ତାଙ୍କ କଥାକୁ କେହି କର୍ଣ୍ଣପାତ କରି ନଥିବା ଜଣାପଡ଼ିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ରାତ୍ର ଭୋଜନ ପରେ ମିଠା ଖାଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ
ରାତ୍ର ଭୋଜନ ପରେ ମିଠାଖାଇବା ଦ୍ୱାରା ହୃଦଘାତ ହେବାର ସମ୍ଭାବନା ରହିଛି।
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
କ୍ୟାନ୍ସର ପାଇଁ ଆସିଲା ଟିକା, ନୂଆବର୍ଷରୁ ମାଗଣା ମିଳିବ
ନୂଆବର୍ଷରୁ ଏହା ସମସ୍ତ ନାଗରିକଙ୍କ ପାଇଁ ମାଗଣାରେ ଉପଲବ୍ଧ ହେବ। ତେବେ ଏହି ଟିକାର ନା' କ'ଣ ରହିଛି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
ଅଟୋ ପାର୍ଟସ ଦୋକାନ ଭିତରେ ଚାଲିଥିଲା ନକଲି ଚା’ କାରଖାନା; ଚଢାଉ କଲା ପୁଲିସ୍
ନାମିଦାମୀ କମ୍ପାନୀର ଲୋଗୋ ଲଗାଇ ବିକ୍ରି ହେଉଥିଲା ନକଲି ଚା'।