ଦିଲ୍ଲୀ ନିର୍ବାଚନ ପାଇଁ ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଶନିବାର କଂଗ୍ରେସ ପ୍ରଥମ ତାଲିକା ଘୋଷଣା କରିଛି। ଏହି ତାଲିକାରେ ୫୪ ଜଣଙ୍କ ନାମ ରହିଛି। ଆମ୍‌ ଆଦମୀ ପାର୍ଟିରୁ ଆସିଥିବା ଆଦର୍ଶ ଶାସ୍ତ୍ରୀଙ୍କ ନାମ ମଧ୍ୟ ରହିଛି। ସେ ଦ୍ୱାରକାରୁ ଲଢ଼ିବେ। ସୂଚନାଯୋଗ୍ୟ ଯେ, ଦିଲ୍ଲୀରେ ଆସନ୍ତା ଫେବୃଆରୀ ୮ରେ ବିଧାନସଭା ନିର୍ବାଚନ ହେବାର ଅଛି। ବିଜେପି ଭଳି କଂଗ୍ରେସ ମଧ୍ୟ ଏଯାଏ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ପ୍ରାର୍ଥୀ ଦେଇନାହିଁ। ଅନ୍ୟପକ୍ଷରେ ଉପମୁଖ୍ୟମନ୍ତ୍ରୀ ମନୀଶ ସିସୋଡିଆ ଲଢ଼ୁଥିବା […]

Congress

Congress

Subrat Kumar Nayak
  • Published: Saturday, 18 January 2020
  • Updated: 18 January 2020, 10:29 PM IST

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଶନିବାର କଂଗ୍ରେସ ପ୍ରଥମ ତାଲିକା ଘୋଷଣା କରିଛି। ଏହି ତାଲିକାରେ ୫୪ ଜଣଙ୍କ ନାମ ରହିଛି। ଆମ୍‌ ଆଦମୀ ପାର୍ଟିରୁ ଆସିଥିବା ଆଦର୍ଶ ଶାସ୍ତ୍ରୀଙ୍କ ନାମ ମଧ୍ୟ ରହିଛି। ସେ ଦ୍ୱାରକାରୁ ଲଢ଼ିବେ। ସୂଚନାଯୋଗ୍ୟ ଯେ, ଦିଲ୍ଲୀରେ ଆସନ୍ତା ଫେବୃଆରୀ ୮ରେ ବିଧାନସଭା ନିର୍ବାଚନ ହେବାର ଅଛି।

ବିଜେପି ଭଳି କଂଗ୍ରେସ ମଧ୍ୟ ଏଯାଏ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ପ୍ରାର୍ଥୀ ଦେଇନାହିଁ। ଅନ୍ୟପକ୍ଷରେ ଉପମୁଖ୍ୟମନ୍ତ୍ରୀ ମନୀଶ ସିସୋଡିଆ ଲଢ଼ୁଥିବା ପ୍ରତାପଗଞ୍ଜରୁ ଦଳ ଲକ୍ଷ୍ମଣ ରାୱତଙ୍କୁ ପ୍ରାର୍ଥୀ କରିଛି।

ଅନ୍ୟମାନଙ୍କ ମଧ୍ୟରେ ଆପ୍‌ରୁ ଆସିଥିବା ଅଳକା ଲାମ୍ବା ଚାନ୍ଦନୀଚୌକରୁ ପ୍ରାର୍ଥୀ ହୋଇଛନ୍ତି। ଅନ୍ୟପକ୍ଷରେ ନିର୍ବାଚନ ପ୍ରଚାର କମିଟି ଅଧ୍ୟକ୍ଷ କୀର୍ତ୍ତି ଆଜାଦଙ୍କ ପତ୍ନୀ ପୁନମ୍‌ ଆଜାଦ୍‌ ସଙ୍ଗମ ବିହାରରୁ ଲଢ଼ିବେ। ସେହିଭଳି ଅରବିନ୍ଦ ସିଂହ ଲଭ୍‌ଲୀ ଗାନ୍ଧି ନଗର ଆସନରୁ ଲଢ଼ିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos