ଦିଲ୍ଲୀ ରାଜପଥରୁ ଭାରତର ସାମର୍ଥ୍ୟ ଦେଖିଲା ଦୁନିଆ

ନୂଆଦିଏଲ୍ଲୀ:  ଦିଲ୍ଲୀ ରାଜପଥରୁ ଦୁନିଆ ଦେଖିଲା ଭାରତର ଶୌର୍ଯ୍ୟ  ଓ ସାମର୍ଥ୍ୟ । ଆଜି ଭାରତ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ରାଜଧାନୀ ଦିଲ୍ଲୀର ରାଜପଥରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଆୟୋଜିତ ହୋଇଛି ଭବ୍ୟ ପରେଡ୍ । କରୋନା ଗାଇଡଲାଇନ୍‌ ଭିତରେ ହୋଇଥିବା ପରେଡରେ ବିଭିନ୍ନ ରାଜ୍ୟର ପ୍ରଜ୍ଞାପନ ମେଢ ପ୍ରଦର୍ଶିତ ହୋଇଛି  । ଏଥିରେ ଦେଶର ସାଂସ୍କୃତିକ ବିବିଧତାର ଝଲକ ଦେଖିବାକୁ ମିଳିଛି । ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ […]

president

president

Niharika Rout
  • Published: Wednesday, 26 January 2022
  • Updated: 26 January 2022, 02:29 PM IST

Sports

Latest News

ନୂଆଦିଏଲ୍ଲୀ:  ଦିଲ୍ଲୀ ରାଜପଥରୁ ଦୁନିଆ ଦେଖିଲା ଭାରତର ଶୌର୍ଯ୍ୟ  ଓ ସାମର୍ଥ୍ୟ । ଆଜି ଭାରତ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ରାଜଧାନୀ ଦିଲ୍ଲୀର ରାଜପଥରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଆୟୋଜିତ ହୋଇଛି ଭବ୍ୟ ପରେଡ୍ । କରୋନା ଗାଇଡଲାଇନ୍‌ ଭିତରେ ହୋଇଥିବା ପରେଡରେ ବିଭିନ୍ନ ରାଜ୍ୟର ପ୍ରଜ୍ଞାପନ ମେଢ ପ୍ରଦର୍ଶିତ ହୋଇଛି  । ଏଥିରେ ଦେଶର ସାଂସ୍କୃତିକ ବିବିଧତାର ଝଲକ ଦେଖିବାକୁ ମିଳିଛି ।

ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ  । ରାଷ୍ଟ୍ରପତି ଜାତୀୟ ପତାକା ଉତ୍ତୋଳନ କରିଥିଲେ  । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପରେଡ୍ ବେଳେ ଉପସ୍ଥିତ ଥିଲେ  । ଉଭୟ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଭାରତର ସାମର୍ଥ୍ୟ ପ୍ରଦର୍ଶିତ ହୋଇଥିଲା ।

[caption id="attachment_709188" align="aligncenter" width="650"]pareda ସାଧାରଣତନ୍ତ୍ର ଦିବସ ଅବସରରେ ରାଜପଥରେ ଆନ୍ଦୋଜିତ ପରେଡ।[/caption]

ଚଳିତ ବର୍ଷ ସ୍ୱାଧୀନତାର ୭୫ ବର୍ଷ ପାଳନ କରାଯାଉଥିବାରୁ ସାରା ଦେଶରେ ‘ଆଜାଦି କା ଅମୃତ ମହୋତ୍ସବ’ ପାଳନ କରାଯାଉଛି । କରୋନା କଟକଣା ଯୋଗୁଁ ଚଳିତବର୍ଷ ନୂଆଦିଲ୍ଲୀ ରାଜପଥରେ କେବଳ ୫ ହଜାର ଲୋକଙ୍କୁ ପରେଡ୍ ଉପଭୋଗ କରିବାକୁ ଅନୁମତି ମିଳିଛି   ।

ଗୋଟେ ପଟେ ଦିଲ୍ଲୀ ରାଜପଥରେ ପରେଡ୍, ପ୍ରଜ୍ଞାପନ ମେଢ ପ୍ରଦର୍ଶିତ ବେଳେ ଅନ୍ୟପଟେ ଆକାଶରେ ଏୟାର ସୋ ଦେଖିବାକୁ ମିଳିଥିଲା । ଯାହା ରାଜପଥରେ ଉପସ୍ଥିତ ଲୋକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ରାଫେଲ୍, ଜାଗୁଆର, ସୁଖୋଇ, ମିଗ୍-୨୯ ଭଳି ବିଭିନ୍ନ ଲଢୁଆ ବିମାନ ଆକାଶମାର୍ଗରେ ଶକ୍ତି ପ୍ରଦର୍ଶନ କରିଥିଲେ  । ଭାରତୀୟ ବାୟୁସେନାର ୭୫ଟି ବିମାନ ଦମ୍ ଦେଖାଇଥିଲେ ।  ଯେଉଁଥିରେ ଥିଲା ଗୋଟିଏ ରାଫେଲ୍, ୨ଟି ଜାଗୁଆର, ୨ଟି ମିଗ୍-୨୯, ୨ଟି ସୁଖୋଇ-୩୦ ବିମାନ   ।

[caption id="attachment_709186" align="aligncenter" width="650"]air-show ସାଧାରଣତନ୍ତ୍ର ଦିବସ ଅବସରରେ ଏୟାର ସୋ ପ୍ରଦଶୀତ ହେଉଛି।[/caption]

୭୩ତମ ଗଣତନ୍ତ୍ର ଦିବସ ଅବସରରେ ରାଜଘାଟରେ ପହଞ୍ଚିବା ପୂର୍ବରୁ  ଜାତୀୟ ଯୁଦ୍ଧ ସ୍ମାରକୀ ଯାଇ ଦେଶ ମାତୃକାର ସେବା ଲାଗି ଜୀବନ ଉତ୍ସର୍ଗ କରିଥିବା ବୀର ଯବାନଙ୍କୁ ଶ୍ରଦ୍ଧାସୁମନ ପ୍ରଦର୍ଶନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । ସେଠାରେ ଦୁଇ ମିନଟ୍ ନୀରବ ପ୍ରାର୍ଥନା କରି ସହିଦ୍ ଯବାନଙ୍କ ସ୍ମୃତିଚାରଣ କରିଥିଲେ । ଏହାସହ ସେଠାରେ ଥିବା ଅତିଥି ଖାତାରେ ନିଜର ନାମ ଲେଖିଥିଲେ ।

[caption id="attachment_709187" align="aligncenter" width="650"] ଜାତୀୟ ଯୁଦ୍ଧ ସ୍ମାରକୀରେ ବୀର ଯବାନଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରୁଛନ୍ତି ପ୍ରଧାନମନ୍ତ୍ରୀ।[/caption]

ଚଳିତବର୍ଷ ଗଣତନ୍ତ୍ର ଦିବସ ପରେଡରେ ଭାରତୀୟ ସେନା ନିଜର ସ୍ୱତନ୍ତ୍ର କମ୍ବାଟ୍ ପୋଷାକ ପରିଧାନ କରିଛନ୍ତି । ଏହି ଅବସରରେ ସେନାବାହିନୀର ଯବାନଙ୍କୁ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି ।

ଗଣତନ୍ତ୍ର ଦିବସ ସମାରୋହରେ ଦେଶର ସୈନ୍ୟ ଶକ୍ତି ଓ ସାଂସ୍କୃତିକ ବିବିଧତାର ଏକ ଝଲକ ଦେଖିବାକୁ ମିଳିବ । ଏହି ଅବସରରେ ଭାରତୀୟ ବାୟୁସେନାର ୭୫ ବିମାନର ଭବ୍ୟ ଫ୍ଲାଇ଼-ପାଷ୍ଟ ଦେଖିବାକୁ ମିଳିବ । ପ୍ରଥମ ଥର ପାଇଁ ଭାରତୀୟ ବାୟୁସେନା ପକ୍ଷରୁ ଫ୍ଲାଇ ପାଷ୍ଟ ସମୟରେ କକପିଟ୍‌ର ଭିଡିଓ ଦେଖାଇବା ନିମନ୍ତେ ଦୁରଦର୍ଶନ ସହ ବୁଝାମଣା ହୋଇଛି। ଦୁରଦର୍ଶନର ୫୯ କ୍ୟାମେରା ଦ୍ୱାରା ସାଧାରଣତନ୍ତ୍ର ଦିବସର ସବୁ ଟିକିନିଖି ଖବରକୁ ପରିବେଶଣ କରାଯାଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story