ଦିଲ୍ଲୀ ଷ୍ଟେସନରେ କେଜ୍ରିୱାଲଙ୍କୁ ଘେରିଲେ ବିଜେପି ମହିଳା କର୍ମୀ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଆଜି ପଞ୍ଚାବ ଗସ୍ତରେ ଯିବା ସମୟରେ ରେଳ ଷ୍ଟେସନ୍‌ରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଥିଲା ରାଜଧାନୀ ଦିଲ୍ଲୀରେ ମହିଳାମାନଙ୍କ ସୁରକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହାସହିତ ଆପ୍‌ ବିଧାୟକଙ୍କ ଉପରେ ଦିନକୁ ଦିନ ସଙ୍ଗୀନ ଅଭିଯୋଗ ଆସୁଥିବା ବେଳେ  ଗୋଆ, ଗୁଜରାଟ ଓ ପଞ୍ଚାବ ଗସ୍ତ କରୁଛନ୍ତି କେଜ୍ରିୱାଲ୍‌। ସେ ଦିଲ୍ଲୀ ପ୍ରତି ଗୁରୁତ୍ୱ ଦେଉ ନ ଥିବା ମହିଳା ମୋର୍ଚ୍ଚା ଅଭିଯୋଗ କରିଛି। ମହିଳା କର୍ମୀମାନେ […]

new-delhi

new-delhi

Rakesh Mallick
  • Published: Thursday, 08 September 2016
  • Updated: 08 September 2016, 02:43 PM IST

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଆଜି ପଞ୍ଚାବ ଗସ୍ତରେ ଯିବା ସମୟରେ ରେଳ ଷ୍ଟେସନ୍‌ରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଥିଲା ରାଜଧାନୀ ଦିଲ୍ଲୀରେ ମହିଳାମାନଙ୍କ ସୁରକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହାସହିତ ଆପ୍‌ ବିଧାୟକଙ୍କ ଉପରେ ଦିନକୁ ଦିନ ସଙ୍ଗୀନ ଅଭିଯୋଗ ଆସୁଥିବା ବେଳେ  ଗୋଆ, ଗୁଜରାଟ ଓ ପଞ୍ଚାବ ଗସ୍ତ କରୁଛନ୍ତି କେଜ୍ରିୱାଲ୍‌। ସେ ଦିଲ୍ଲୀ ପ୍ରତି ଗୁରୁତ୍ୱ ଦେଉ ନ ଥିବା ମହିଳା ମୋର୍ଚ୍ଚା ଅଭିଯୋଗ କରିଛି।

ମହିଳା କର୍ମୀମାନେ କେଜ୍ରିୱାଲ୍‌ ବସିଥିବା ବଗିରେ ଜବରଦସ୍ତ ପଶିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ୍‌  ସମସ୍ତ କବାଟ ବନ୍ଦ କରି ଦେଇଥିଲା। ମହିଳା କର୍ମୀମାନେ ୧ ନମ୍ୱର ପ୍ଲାଟ୍‌ଫର୍ମ ସମ୍ମୁଖରେ ବସି  ନାରାବାଜି କରିଥିଲେ।

ବିଜେପି ମହିଳା କର୍ମୀମାନେ ତାଙ୍କୁ ଧସ୍ତାଧସ୍ତି କରିଥିବା କେଜ୍ରିୱାଲ ଅଭିଯୋଗ କରିଛନ୍ତି।

ବିଜେପି ନେତା ପ୍ରବୀଣ ଶଙ୍କର କପୁର କହିଛନ୍ତି,“ କେଜ୍ରିୱାଲ୍‌ ଦିଲ୍ଲୀର ମୁଖ୍ୟମନ୍ତ୍ରୀ। କିନ୍ତୁ ଦିଲ୍ଲୀରେ ତାଙ୍କ ମନ ଲାଗୁ ନାହିଁ। ସେ କେବଳ ଏପଟେ-ସେପଟ ରାଜନୀତି କରିବାକୁ ପସନ୍ଦ କରୁଛନ୍ତି। ଆଶୁତୋଷ ଓ ଆନ୍ନା ହଜାରେଙ୍କ ସମ୍ପର୍କରେ ତାଙ୍କୁ ପଚରାରିଲେ ସେ  କେବେ ଗୋଆ କିମ୍ୱା ପଞ୍ଚାବ ଚାଲି ଯାଉଛନ୍ତି।”

ଆମ୍ ଆଦମୀ ଦଳର ନେତା ଅରୁଣଦୋୟ ପ୍ରକାଶ ଟ୍ୱିଟ୍‌ରେ ଲେଖିଛନ୍ତି, “କେଜ୍ରିୱାଲଙ୍କ ଉପରେ କିଛି ଲୋକ ଦିଲ୍ଲୀ ଷ୍ଟେସନରେ ଆକ୍ରମଣ କରିଥିଲେ। ଫଳରେ ତାଙ୍କ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି। ଦିଲ୍ଲୀ ପୋଲିସ୍‌ ଏ ନେଇ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos