ହାଥରସ ପୀଡ଼ିତାଙ୍କ ଘର ପାଖରେ ଅଭିଯୁକ୍ତଙ୍କ ସପକ୍ଷରେ ମେଳି

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ହାଥରସ ଘଟଣାରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି। ହାଥରସର ୧୯ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା କରିବା ଅଭିଯୋଗରେ ଗିରଫ ଅଭିଯୁକ୍ତଙ୍କୁ ସପକ୍ଷରେ ଶତାଧିକ ଲୋକ ମେଳି କରିଛନ୍ତି। ସେମାନେ ପୀଡ଼ିତାଙ୍କ ଘର ପାଖରେ ଏପରି ମେଳି କରି ମୁଖ୍ୟ ଅଭିଯୁକ୍ତଙ୍କ ସପକ୍ଷରେ ନାରାବାଜୀ କରିଛନ୍ତି। ଏଥିସହ ସେମାନେ ଅଭିଯୁକ୍ତଙ୍କୁ ନ୍ୟାୟ ମିଳୁ ବୋଲି ଦାବି କରିଛନ୍ତି। ଫରେନ୍ସିକ ସାଇନ୍ସ ଲ୍ୟାବରୁ ଶବବ୍ୟବଚ୍ଛେଦ ରିପୋର୍ଟରେ ଯୁବତୀଙ୍କ ସହ କୌଣସି ପ୍ରକାରର […]

FJ

Hemant Lenka
  • Published: Sunday, 04 October 2020
  • , Updated: 04 October 2020, 05:27 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ହାଥରସ ଘଟଣାରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି। ହାଥରସର ୧୯ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା କରିବା ଅଭିଯୋଗରେ ଗିରଫ ଅଭିଯୁକ୍ତଙ୍କୁ ସପକ୍ଷରେ ଶତାଧିକ ଲୋକ ମେଳି କରିଛନ୍ତି। ସେମାନେ ପୀଡ଼ିତାଙ୍କ ଘର ପାଖରେ ଏପରି ମେଳି କରି ମୁଖ୍ୟ ଅଭିଯୁକ୍ତଙ୍କ ସପକ୍ଷରେ ନାରାବାଜୀ କରିଛନ୍ତି। ଏଥିସହ ସେମାନେ ଅଭିଯୁକ୍ତଙ୍କୁ ନ୍ୟାୟ ମିଳୁ ବୋଲି ଦାବି କରିଛନ୍ତି।

ଫରେନ୍ସିକ ସାଇନ୍ସ ଲ୍ୟାବରୁ ଶବବ୍ୟବଚ୍ଛେଦ ରିପୋର୍ଟରେ ଯୁବତୀଙ୍କ ସହ କୌଣସି ପ୍ରକାରର ଦୁଷ୍କର୍ମ ହୋଇ ନଥିବା ଖବର ମିଳିବା ପରେ ଉଚ୍ଚ ଜାତିର ଲୋକମାନେ ଏଭଳି ମେଳି କରିଛନ୍ତି। ସେପ୍ଟେମ୍ବର ୧୪ରେ ୪ ଜଣ ଉଚ୍ଚ ଜାତିର ଯୁବକ ୧୯ ବର୍ଷୀୟ ଦଳିତ ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା।

ଆକ୍ରମଣକାରୀ ତାଙ୍କୁ ଅତ୍ୟନ୍ତ ଅମାନବୀୟ ଭାବେ ନିର୍ଯାତନା ଦେଇଥିବାରୁ ପୀଡ଼ିତାଙ୍କୁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ମଙ୍ଗଳବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହେବା ପରେ ସାରା ଦେଶରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ଏସବୁ ଭିତରେ ଆଜି ସକାଳେ ଜଣେ ଅଭିଯୁକ୍ତଙ୍କ ପରିବାର ସଦସ୍ୟଙ୍କ ସହ ୫୦୦ରୁ ଅଧିକ ଲୋକ ବିଜେପି ନେତା ରାଜବୀର ସିଂହ ପେହଲୱାନଙ୍କ ଘର ପାଖରେ ପହଞ୍ଚିଥିଲେ। ପୀଡ଼ିତାଙ୍କ ଘର ପାଖରୁ ଏହା ମାତ୍ର ଅଳ୍ପ ଦୂରରେ ରହିଛି। ଶତାଧିକ ଲୋକ ଏଠାରେ ପହଞ୍ଚିବା ପରେ ୪ ଅଭିଯୁକ୍ତଙ୍କୁ ମିଥ୍ୟା ଅଭିଯୋଗରେ ଫସା ଯାଇଛି ବୋଲି କହିବା ସହ ନ୍ୟାୟ ପାଇଁ ଦାବି କରିଥିଲେ। ଏହି ୪ ଅଭିଯୁକ୍ତଙ୍କୁ ପ୍ରଥମେ ଦୁଷ୍କର୍ମ ମାମଲାରେ ଗିରଫ କରାଯାଇଥିଲେ। ସେପ୍ଟେମ୍ବର ୨୯ରେ ପୀଡ଼ିତାଙ୍କ ମୃତ୍ୟୁ ହେବାରୁ ସମସ୍ତଙ୍କ ନାଁରେ ହତ୍ୟା ମାମଲା ରୁଜୁ କରାଯାଇଛି।

ଆଜି ମେଳିରେ ସାମିଲ ଥିବା ଜଣେ ବ୍ୟକ୍ତି କହିଛନ୍ତି, ଆମେ ପୁଲିସକୁ ଏ ସମ୍ପର୍କରେ ଜଣାଇ ସାରିଛୁ। ପୀଡ଼ିତାଙ୍କ ପରିବାର ବର୍ଗମାନେ ମିଥ୍ୟା ଅଭିଯୋଗ ଆଣିଥିବାରୁ ଆମେ ସେମାନଙ୍କ ନାଁରେ ଏଫଆଇଆର କରିବୁ। ଅଭିଯୁକ୍ତମାନଙ୍କୁ ମିଥ୍ୟା ଅଭିଯୋଗରେ ଫସା ଯାଉଛି ବୋଲି ସେ କହିଛନ୍ତି।

ଯୁଗ୍ମ ମାଜିଷ୍ଟ୍ରେଟ ପ୍ରେମ ପ୍ରକାଶ ମୀନା କହିଛନ୍ତି, ଅଭିଯୁକ୍ତଙ୍କ ସପକ୍ଷରେ ହୋଇଥିବା ମେଳି ସମ୍ପର୍କରେ କୌଣସି ଖବର ନାହିଁ। ପୀଡ଼ିତାଙ୍କ ପରିବାର ଉପରେ କୌଣସି ଚାପ ନାହିଁ। ରାଜନୀତିକ ଦଳର ୫ ଜଣ ସଦସ୍ୟ ହିଁ ପୀଡ଼ିତାଙ୍କ ପରିବାର ବର୍ଗଙ୍କୁ ଭେଟି ପାରିବେ।

Related story