ଶ୍ରୀନଗର: ଆଜିଠୁ ପାରାସୁଟ ରେଜିମେଣ୍ଟ ବାଟାଲିଅନର ଟ୍ରେନିଂ ଆରମ୍ଭ କରିଛନ୍ତି ଲେଫ୍ଟନାଣ୍ଟ କର୍ଣ୍ଣେଲ ତଥା ଟିମ୍ ଇଣ୍ଡିଆର ୱିକେଟ୍ କିପର ମହେନ୍ଦ୍ର ସିଂହ ଧୋନି। ଅଗଷ୍ଟ ୧୫ ଯାଏ ସେ ଏହି ପ୍ରଶିକ୍ଷିଣ ନେବେ। କିନ୍ତୁ ଏହି ସମୟରେ ସେ ସେନାର କୌଣସି ଅପରେଶନରେ ସାମିଲ ହେବେ ନାହିଁ।
ଧୋନି ୧୦୬ ଟେରିଟୋରିୟଲ ଆର୍ମି ବାଟାଲିୟନର କମାଣ୍ଡର ୟୁନିଟରେ ନିୟୋଜିତ ରହିଛନ୍ତି। ଏହି ସମୟରେ ସେ ପାଟ୍ରୋଲିଂ, ଗାର୍ଡ ଏବଂ ପୋଷ୍ଟ ଡ୍ୟୁଟିରେ ରହିବେ। ଏହି ଡ୍ୟୁଟି ସମୟରେ ସେ ୧୯ କେଜି ଓଜନର ଗୁଳି, ଉପକରଣ ଓ ପୋଷାକ ଆଦି ତାଙ୍କ ସାଙ୍ଗରେ ରଖିବେ। ଏଥିରେ ୫କେଜି ଓଜନର ତିନୋଟି ମ୍ୟାଗାଜିନ ରହିବ । ଏହା ବ୍ୟତୀତ ୩ କେଜିର ପୋଷାକ, ଦୁଇ କେଜିର ଜୋତା, ଏକ କେଜିର ହେଲମେଟ, ୪କେଜିର ବୁଲେଟ ପ୍ରୁଫ ଜ୍ୟାକେଟ ଏବଂ ପ୍ରାୟ ୪କେଜିର ଗ୍ରେନେଡ ରହିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଭାଣିଜୀ ପ୍ରେମ ବିବାହ କଲା ବୋଲି ଭୋଜିରେ ବିଷ ମିଶାଇଦେଲା ମାମୁ
ଉପସ୍ଥିତ ଲୋକେ ଅଭିଯୁକ୍ତ ମାମୁକୁ ଅଟକାଇବାକୁ ଚେଷ୍ଟା କରିଥିଲେ ବି ସେ ଖସି ପଳାଇଛି।
Crime
୧୭ ବର୍ଷ ପୂର୍ବେ ହୋଇଥିଲା 'ହତ୍ୟା'; ଏବେ ଜୀବନ୍ତ ଧରିଲା ପୁଲିସ
ଏହି ହତ୍ୟା ମାମଲାରେ ୪ଜଣଙ୍କୁ ଗିରଫ ମଧ୍ୟ କରାଗଲା। ସେମାନେ ହତ୍ୟା ଅଭିଯୁକ୍ତ ଭାବରେ ଜେଲରେ ସଜ୍ଜା କାଟିଲେ। ଏବେ ବିହାରର ସେହି ବ୍ୟକ୍ତିଙ୍କୁ ଝାନସୀରୁ ଜୀବନ୍ତ ଧରିଲା ପୁଲିସ।
National
ମହାରାଷ୍ଟ୍ରରେ କେଶ ଝଡ଼ିବା ଆତଙ୍କ; ସପ୍ତାହେ ଭିତରେ ଚନ୍ଦା ହୋଇଯାଉଛନ୍ତି ଲୋକେ
କେଶ ଝଡ଼ିବା ଆରମ୍ଭ ହେଲେ କେବଳ ଗୋଟିଏ ସପ୍ତାହ ମଧ୍ୟରେ ସମସ୍ତେ ଚନ୍ଦା ହୋଇଯାଉଛନ୍ତି। ଗତ କିଛିଦିନ ହେଲା ଆରମ୍ଭ ହୋଇଥିବା ଏହି ସମସ୍ୟାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ଚିନ୍ତାରେ।
National
ସଡ଼କ ଦୁର୍ଘଟଣା ପୀଡ଼ିତଙ୍କୁ ମିଳିବ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା
ଦୁର୍ଘଟଣା ଘଟିବାର ସର୍ବାଧିକ ୭ ଦିନ ପର୍ଯ୍ୟନ୍ତ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବେ କେନ୍ଦ୍ର ସରକାର। ମାର୍ଚ୍ଚ ମାସ ସୁଦ୍ଧା ସରକାର ଏନେଇ ସଂଶୋଧିତ ଯୋଜନା ଆଣିବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଗଡ଼କରୀ।
Politics
ଅଖିଲେଶଙ୍କ ପରେ ଦିଲ୍ଲୀ ନିର୍ବାଚନରେ AAPକୁ ସମର୍ଥନ ଘୋଷଣା କଲେ ମମତା
ଦିଲ୍ଲୀ ବିଧାନସଭା ନିର୍ବାଚନରେ ପ୍ରଥମେ ଆପକୁ ସମର୍ଥନ ଘୋଷଣା କରିଥିଲା ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି। ଆଜି ତୃଣମୂଳ କଂଗ୍ରେସର ସମର୍ଥନ ପାଇଁ ମମତା ବାନାର୍ଜୀଙ୍କୁ ଧନ୍ୟବାଦ ଜଣାଇଲେ କେଜ୍ରିୱାଲ।