ନୂଆଦିଲ୍ଲୀ: ମୁଣ୍ଡ ଉପରେ ହରିଆନା, ମହାରାଷ୍ଟ୍ର ନିର୍ବାଚନ ସାଙ୍ଗକୁ ଅନେକ ରାଜ୍ୟରେ ଉପ ନିର୍ବାଚନ ରହିଛି। ହାତରେ ଆଉ ୧୦ ଦିନ ସମୟ ଥିବା ବେଳେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଶନିବାର ବ୍ୟାଙ୍ଗକକ୍ ଗସ୍ତ କରିଛନ୍ତି। ଯାହାକୁ ନେଇ ଏବେ ବିଜେପି ରାହୁଲଙ୍କ ଗସ୍ତକୁ ନେଇ ପ୍ରଶ୍ନ ଉଠାଇଛି।
ହରିଆନାର ବିଜେପି ନେତା ଜବାହର ଯାଦବ ଟୁଇଟ୍ କରି କହିଛନ୍ତି ‘ଗତକାଲି ଅହମଦ ପଟେଲ ଭୂପିନ୍ଦର ସିଂହଙ୍କୁ ପଚାରୁଥିଲେ ଦଳ କେଉଁଠି ଗଲା? ଆଜି ଜଣାପଡ଼ିଲା ଦଳ ବ୍ୟାଙ୍ଗକକ୍ ଯାଇଛି’।
अहमद पटेल साहब कल @BhupinderSHooda साहब से पूछ रहे थे पार्टी गई कहा ? आज पता चला पार्टी बैंकॉक गई है ।@narendramodi @mlkhattar @TajinderBagga pic.twitter.com/iHiYmh84PV
— Jawahar Yadav (@jawaharyadavbjp) October 5, 2019
ଅନ୍ୟପଟେ ରାହୁଲ ଗାନ୍ଧିଙ୍କ ବ୍ୟାଙ୍ଗକକ୍ ଯିବା ଖବର ଏବେ ସୋଶାଲ ମିଡିଆ ଟୁଇଟରରେ ଟ୍ରେଣ୍ଡ କରିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ରାହୁଲଙ୍କ ବ୍ୟାଙ୍ଗକକ୍ ଗସ୍ତ ବ୍ୟକ୍ତିଗତ। ପୂର୍ବରୁ ମଧ୍ୟ ୨୦୧୫ରେ ବିଧାନସଭା ନିର୍ବାଚନ ବେଳେ ବିଦେଶ ଗସ୍ତ କରି ଚର୍ଚ୍ଚାକୁ ଆସିଥିଲେ ରାହୁଲ୍।
ଅକ୍ଚୋବର ୨୧ରେ ହରିଆନା ଏବଂ ମହାରାଷ୍ଟ୍ରରେ ଭୋଟ୍ ହେବ। ଏହାର ଫଳାଫଳ ୨୪ରେ ପ୍ରକାଶ ପାଇବ। ଏହା ପୂର୍ବରୁ ହରିଆନାରେ ଟିକେଟ ବଣ୍ଟାକୁ ନେଇ କଂଗ୍ରେସରେ କନ୍ଦଳ ଦେଖାଦେଇଛି। ଏକଦା ରାହୁଲଙ୍କର ନିକଟତମ ବ୍ୟକ୍ତି ଥିବା ହରିଆନା କଂଗ୍ରେସର ପୂର୍ବତନ ସଭାପତି ଅଶୋକ ତନଓ୍ୱର ଗତକାଲି ଦଳରୁ ଇସ୍ତଫା ଦେଇଛନ୍ତି।
ଏହାପୂର୍ବରୁ ମହାରାଷ୍ଟ୍ର କଂଗ୍ରେସର ପ୍ରମୁଖ ନେତା ସଞ୍ଜୟ ନିରୁପମ ଦଳ ଉପରେ ଅସନ୍ତୋଷ ପ୍ରକାଶ କରି ଗଣମାଧ୍ୟମ ଆଗରେ ନିଜର ମନ୍ତବ୍ୟ ରଖିସାରିଛନ୍ତି। ନିର୍ବାଚନ ବେଳେ ଦଳର ପ୍ରମୁଖ ନେତା ଅସନ୍ତୋଷ ହୋଇ ଦଳ ଛାଡ଼ିବା ଏବଂ ନିର୍ବାଚନୀ ପ୍ରଚାରରେ ଭାଗ ନନେବା ଦଳ ଭିତରର କନ୍ଦଳକୁ ସାମ୍ନାକୁ ଆଣିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।