ଇଭାଙ୍କାଙ୍କୁ ତାଜ୍ ବୁଲାଇଲେ ଦିଲ୍ଜିତ୍, ଲକ୍ଷେ ଟଙ୍କିଆ ‘ଧନ୍ୟବାଦ ଜଣାଇଲେ’ ଟ୍ରମ୍ପଙ୍କ ଝିଅ
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସପରିବାର ଭାରତ ଗସ୍ତ ସାରି ସ୍ୱଦେଶ ଫେରିବାର ବେଶ କିଛି ଦିନ ବିତିଗଲାଣି। କିନ୍ତୁ ତାଙ୍କ ଝିଅ ଏବଂ ଟ୍ରମ୍ପ ଏବେବି ଭାରତର ସୋଶାଲ ମିଡିଆରେ ଚର୍ଚ୍ଚାରେ। ଆଜି ଏକ ଫଟୋଶପଡ୍ ମିମ୍ ସହ ପଞ୍ଜାବୀ ଗାୟକ- ଅଭିନେତା ଦିଲଜିତ୍ ଏଭଳି ଏକ ଟ୍ୱିଟ୍ କରିବା ପରେ ଖୋଦ୍ ଇଭାଙ୍କା ଏହାର ଉତ୍ତର ରଖିଛନ୍ତି। ତାଜ୍ ବୁଲାଇବା ପାଇଁ ସେ ଦିଲ୍ଜିତ୍ଙ୍କୁ ଧନ୍ୟବାଦ ଜଣାଇଛନ୍ତି।
Me & Ivanka
Piche hee Pey Gaee Kehndi Taj Mahal Jana Taj Mahal Jana.. 😜
Mai Fer Ley Geya Hor Ki Karda 😎 pic.twitter.com/Pnztfxz7m0
— DILJIT DOSANJH (@diljitdosanjh) March 1, 2020
ରବିବାର ଦିଲ୍ଜିତ୍ ଏକ ଟ୍ୱିଟରେ ଏକ ଫଟୋ ଛାଡ଼ିଥିଲେ ଯେଉଁଥିରେ ତାଜମହଲ ଆଗରେ ଇଭାଙ୍କା ଏବଂ ଦିଲଜିତ୍ ବସିଛନ୍ତି। ଫଟୋ ସହ ସେ ଲେଖିଥିଲେ, ଇଭାଙ୍କା ତାଜମହଲ ଯିବେ ବୋଲି ମୋ ପାଖରେ ଜିଦ୍ କରିଲେ। ମୁଁ ନେଇଗଲି ଆଉ କ’ଣ କରିଥା’ନ୍ତି।
Thank you for taking me to the spectacular Taj Mahal, @diljitdosanjh! 😉
It was an experience I will never forget! https://t.co/VgqFuYBRIg
— Ivanka Trump (@IvankaTrump) March 1, 2020
ଇଭାଙ୍କା ଏହାର ଉତ୍ତରରେ ଲେଖିଥିଲେ, ଅଦ୍ଭୁତପୂର୍ବ ତାଜମହଲ ବୁଲାଇନେଇଥିବାରୁ ତୁମକୁ ଧନ୍ୟବାଦ ଦିଲଜିତ୍। ଏହା ଏଭଳି ଏକ ଅନୁଭୂତି ଯାହାକି କେବେ ଭୁଲିହେବନି। ଦିଲଜିତ୍ ଏହାର ମଧ୍ୟ ଉତ୍ତର ରଖିଥିଲେ। ସେ କହିଥିଲେ, ଅତିଥି ଦେବୋ ଭବ। ଆରଥରକୁ ଲୁଧିଆନା ଆସିବ।
I appreciate the warmth of the Indian people.
…I made many new friends!!! https://t.co/MXz5PkapBg
— Ivanka Trump (@IvankaTrump) March 1, 2020
ପରେ ପରେ ଇଭାଙ୍କା ଆଉ କିଛି ଫଟୋ ମଧ୍ୟ ଟ୍ୱିଟ୍ କରିଥିଲେ। ଯେଉଁଥିରେ ସେ କାହା ସାଇକେଲରେ ବସି ବୁଲୁଛନ୍ତି ପୁଣି ମନୋଜ ବାଜପେୟୀ ତାଙ୍କ ପଛରେ ଛିଡ଼ା ହୋଇଛନ୍ତି। ଆଉ ଏକ ଫଟୋରେ ଜଣେ ଯୁବକ ଇଭାଙ୍କାଙ୍କ ଉପରେ ହାତ ପକାଇ ବସିଛନ୍ତି। ଏବେ ଦେଖନ୍ତୁ ଲୋକପ୍ରିୟ ଟ୍ୱିଟର ହ୍ୟାଣ୍ଡଲର ନିଧିଅଜାରେ ଅପଲୋଡ୍ ହୋଇଥିବା ଆଉ ଏକ ମଜାଦାର ଫଟୋ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।