ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ବଢ଼ିବାରେ ଲାଗିଛି ହିନ୍ଦୀ ଫିଲ୍ମ ପଦ୍ମାବତୀ ପାଇଁ ସମସ୍ୟା। ରାଜସ୍ଥାନର ଫିଲ୍ମ ଡିଷ୍ଟ୍ରିବୁଟ୍ ସଂସ୍ଥାମାନେ ଫିଲ୍ମକୁ ରିଲିଜ୍ କରେଇ ନ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଫିଲ୍ମରେ ଇତିହାସକୁ ଭୂଲ ଚିତ୍ରଣ ହୋଇଥିବା ଅଭିଯୋଗ ଆସିଛି। ଯାହାଫଳରେ ଏହାକୁ ନେଇ ବିଭିନ୍ନ ସଂଗଠନ ବିରୋଧ କରିଛନ୍ତି। ତେଣୁ ଫିଲ୍ମକୁ ରାଜସ୍ଥାନରେ ରିଲିଜ୍ କରିବାକୁ ମନା କରିଦେଇଛନ୍ତି ସଂଘ। ସେପେଟ ତେଳଙ୍ଗାନାରେ ବି ଫିଲ୍ମ ରିଲିଜକୁ ବିରୋଧ କରିବା ନେଇ ବିଜେପି ଚେତାବନୀ ଦେଇଛି। ଫିଲ୍ମର କିଛି ଦୃର୍ଶକୁ ବାଦ୍ ଦେବା ପାଇଁ ଦାବି କରିଛି ଦଳ। ସୁଟିଂ ସମୟରୁ ହିଁ ବିବାଦରେ ରହିଛି ପଦ୍ମାବତୀ। ରାଜପୁର କରନୀ ସମାଜ ପକ୍ଷରୁ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନସାଲୀଙ୍କ ଉପରକୁ ଆକମ୍ରଣ ହୋଇଥିଲା। ଫିଲ୍ମର ସେଟକୁ ବହୁଥର ପୋଡ଼ି ବି ଦେଇଥିଲେ ବିରୋଧୀ। ତେବେ ଏସବୁ ବିବାଦ ମଧ୍ୟରେ ଦୀପିକା, ସାହିଦ୍ ଏବଂ ରଣଭୀର ସିଂହଙ୍କ ଅଭିନୀତି ଫିଲ୍ମ ପଦ୍ମାବତୀ ଡିସେମ୍ବର ପହିଲାରେ ପରଦାକୁ ଆସିବ।
ଆହୁରି ମଧ୍ୟ ପଢନ୍ତୁ: ବିଗ୍ ବସ୍ରୁ ବିଦା ହେଉ ହେଉ ବର୍ତ୍ତିଗଲେ ଓଡ଼ିଆ ପୁଅ ସବ୍ୟସାଚୀ