ଟ୍ରମ୍ପ-ମୋଦି ଭେଟରେ ଉଠିବ ଧାର୍ମିକ ସ୍ୱାଧୀନତା ପ୍ରସଙ୍ଗ

ୱାଶିଂଟନ୍‌: ଆଗାମୀ ସପ୍ତାହରେ ଭାରତ ଗସ୍ତ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଧାର୍ମିକ ସ୍ୱାଧୀନତା ପ୍ରସଙ୍ଗ ଉଠିବ। ହ୍ୱାଇଟ୍‌ ହାଉସ୍ ପକ୍ଷରୁ ଏଭଳି ସୂଚନା ଦିଆଯାଇଛି। ଏଥିସହିତ ଆମେରିକା ଭାରତର ଗଣାତାନ୍ତ୍ରିକ ପରମ୍ପରା ଏବଂ ଅନୁଷ୍ଠାନ ପ୍ରତି ସମ୍ମାନ ରଖେ ବୋଲି କୁହାଯାଇଛି। ହ୍ୱାଇଟ୍‌ହାଉସ୍‌ର ଜଣେ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି, “ଉଭୟ ସର୍ବସାଧାରଣ ଏବଂ ଗୁପ୍ତ ବୈଠକରେ ରାଷ୍ଟ୍ରପତି ଟ୍ରମ୍ପ ଆମ ଗଣତାନ୍ତ୍ରିକ ଏବଂ ଧାର୍ମିକ ସ୍ୱାଧୀନତା ବାବଦରେ ମତ ରଖିବେ। ବିଭିନ୍ନ ପ୍ରସଙ୍ଗ ମଧ୍ୟରେ […]

Trump-Modi

Trump-Modi

Subrat Kumar Nayak
  • Published: Saturday, 22 February 2020
  • Updated: 22 February 2020, 05:24 PM IST

Sports

Latest News

ୱାଶିଂଟନ୍‌: ଆଗାମୀ ସପ୍ତାହରେ ଭାରତ ଗସ୍ତ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଧାର୍ମିକ ସ୍ୱାଧୀନତା ପ୍ରସଙ୍ଗ ଉଠିବ। ହ୍ୱାଇଟ୍‌ ହାଉସ୍ ପକ୍ଷରୁ ଏଭଳି ସୂଚନା ଦିଆଯାଇଛି। ଏଥିସହିତ ଆମେରିକା ଭାରତର ଗଣାତାନ୍ତ୍ରିକ ପରମ୍ପରା ଏବଂ ଅନୁଷ୍ଠାନ ପ୍ରତି ସମ୍ମାନ ରଖେ ବୋଲି କୁହାଯାଇଛି।

ହ୍ୱାଇଟ୍‌ହାଉସ୍‌ର ଜଣେ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି, “ଉଭୟ ସର୍ବସାଧାରଣ ଏବଂ ଗୁପ୍ତ ବୈଠକରେ ରାଷ୍ଟ୍ରପତି ଟ୍ରମ୍ପ ଆମ ଗଣତାନ୍ତ୍ରିକ ଏବଂ ଧାର୍ମିକ ସ୍ୱାଧୀନତା ବାବଦରେ ମତ ରଖିବେ। ବିଭିନ୍ନ ପ୍ରସଙ୍ଗ ମଧ୍ୟରେ ନିର୍ଦ୍ଦିଷ୍ଟ ଭାବେ ସେ ଧାର୍ମିକ ସ୍ୱାଧୀନତା ବାବଦରେ ମତ ରଖିବେ, ଯାହାକି ଏ ପ୍ରଶାସନ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ।”

ରାଷ୍ଟ୍ରପତି ଟ୍ରମ୍ପ ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସିଏଏ ଏବଂ ଏନ୍‌ଆରସି ବାବଦରେ କଥା ହେବେ କି ନା ସାମ୍ବାଦିକ ମାନେ ଏହା ପୂର୍ବରୁ ପ୍ରଶ୍ନ କରିଥିଲେ।

ହ୍ୱାଇଟ୍‌ହାଉସ୍‌ ଅଧିକାରୀ ଆହୁରି ମଧ୍ୟ କହିଥିଲେ, “ଭାରତର ଗଣତାନ୍ତ୍ରିକ ପରମ୍ପରା ଏବଂ ଅନୁଷ୍ଠାନଗୁଡ଼ିକ ପ୍ରତି ଆମର ସମ୍ମାନ ରହିଛି। ଭାରତ ଏସବୁକୁ କାଏମ ରଖିବ ବୋଲି ଆମେ ପ୍ରୋତ୍ସାହନ ଯୋଗାଇବୁ।” ସିଏଏ ଏବଂ ଏନ୍‌ଆସି ବାବଦରେ କହିଥିଲେ, କିଛି ପ୍ରସଙ୍ଗ ଉଠିଥିବା ବାବଦରେ ଆମକୁ ଜଣାଉଛି। ସେ କହିଥିଲେ, ଧାର୍ମିକ ସ୍ୱାଧୀନତା, ଧର୍ମ ପ୍ରତି ସମ୍ମାନ ଏବଂ ସବୁ ଧର୍ମକୁ ସମାନ ବ୍ୟବହାର ଆଦି ଭାରତୀୟ ସମ୍ବିଧାନରେ ରହିଛି। ଏହା ରାଷ୍ଟ୍ରପତିଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଏବଂ ମୁଁ ନିଶ୍ଚିତ ଏହା ଆଲୋଚନାରେ ଆସିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos