ଭାରତ-ବାଂଲାଦେଶ ସୀମାରେ ଭୂକମ୍ପ ଝଟକା
ନୂଆଦିଲ୍ଲୀ: ଭାରତ-ବାଂଲାଦେଶ ସୀମାରେ ବୁଧବାର ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୪.୩ ରହିଛି। ଜାତୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର (ଏନସିଏସ)ର ସୂଚନା ଅନୁଯାୟୀ ସକାଳ ୭ଟା ୧୦ ମିନିଟ୍ ସମୟରେ ଏହି ଭୂମିକମ୍ପ ହୋଇଛି।
Earthquake of magnitude 4.3 on the Richter scale hit Bangladesh-India border region at 07:10 am today: National Center for Seismology (NCS) pic.twitter.com/p5dHNgTLxO
— ANI (@ANI) June 3, 2020
ତେବେ ଭୂମିକମ୍ପର କାରଣ ଏଯାବତ ଜଣାପଡ଼ି ନାହିଁ। ସୂଚନାଯୋଗ୍ୟ, ଏହା ପୂର୍ବରୁ ଗତମାସରେ ଦିଲ୍ଲୀ-ଏନସିଆରରେ ଦୁଇ ଥର ଭିନ୍ନ ଭିନ୍ନ ସମୟରେ ଭୂମିକମ୍ପ ହୋଇଥିଲା। ଦିଲ୍ଲୀ-ଏନସିଆରରେ ହୋଇଥିବା ଭୂମିକମ୍ପ ତୀବ୍ରତା ରିକ୍ଟର ସ୍କେଲରେ ୪.୬ ଓ ୩.୫ ଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।