ଜାତୀୟ ମାନ୍ୟତା ହରାଇପାରନ୍ତି ଟିଏମସି, ସିପିଆଇ ଏବଂ ଏନସିପି

ନୂଆଦିଲ୍ଲୀ: ମୋଦି ହାଓ୍ୱାରେ ଧରାଶାୟୀ ହୋଇଥିବା କିଛି ଦଳ ଏବେ ରାଷ୍ଟ୍ରୀୟ ଦଳର ମାନ୍ୟତା ପାଇବା ପାଇଁ ସଂଘର୍ଷ କରୁଛନ୍ତି। ଯଦି ନିର୍ବାଚନ ଆୟୋଗ ତାଙ୍କ ନିୟମ କୋହଳ ନକରନ୍ତି, ତା’ହେଲେ ଦେଶର ୩ଟି ଦଳ ସେମାନଙ୍କର ଜାତୀୟ ମାନ୍ୟତା ହରାଇବେ। ତେଣୁ ଶେଷ ଥର ପାଇଁ ନିର୍ବାଚନ ଆୟୋଗ ତୃଣମୂଳ କଂଗ୍ରେସ(ଟିଏମସି), କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ସିପିଆଇ), ନ୍ୟାଶନାଲ କଂଗ୍ରେସ ପାର୍ଟି (ଏନସିପି)କୁ ନିଜ ନିଜର ପକ୍ଷ ରଖିବାକୁ ସୁଯୋଗ ଦେବେ ବୋଲି ଜଣାପଡ଼ିଛି। […]

Subhransu Sekhar
  • Published: Thursday, 29 August 2019
  • Updated: 29 August 2019, 04:14 PM IST

Sports

Latest News

ନୂଆଦିଲ୍ଲୀ: ମୋଦି ହାଓ୍ୱାରେ ଧରାଶାୟୀ ହୋଇଥିବା କିଛି ଦଳ ଏବେ ରାଷ୍ଟ୍ରୀୟ ଦଳର ମାନ୍ୟତା ପାଇବା ପାଇଁ ସଂଘର୍ଷ କରୁଛନ୍ତି। ଯଦି ନିର୍ବାଚନ ଆୟୋଗ ତାଙ୍କ ନିୟମ କୋହଳ ନକରନ୍ତି, ତା'ହେଲେ ଦେଶର ୩ଟି ଦଳ ସେମାନଙ୍କର ଜାତୀୟ ମାନ୍ୟତା ହରାଇବେ। ତେଣୁ ଶେଷ ଥର ପାଇଁ ନିର୍ବାଚନ ଆୟୋଗ ତୃଣମୂଳ କଂଗ୍ରେସ(ଟିଏମସି), କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ସିପିଆଇ), ନ୍ୟାଶନାଲ କଂଗ୍ରେସ ପାର୍ଟି (ଏନସିପି)କୁ ନିଜ ନିଜର ପକ୍ଷ ରଖିବାକୁ ସୁଯୋଗ ଦେବେ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଜୁନ ୧୯ରେ ନିର୍ବାଚନ ଆୟୋଗ ଏହି ସବୁ ଦଳ ଗୁଡ଼ିକୁ ଜବାବ ତଲବ କରିଥିଲେ। ଯେଉଁଥିରେ ଉଲ୍ଲେଖ ରହିଥିଲା କି ଯେହେତୁ ନିର୍ବାଚନରେ ସେମାନଙ୍କ ଦଳ ଆବଶ୍ୟକ ପ୍ରତିଶତରୁ କମ୍ ଭୋଟ୍ ପାଇଛି, ତେଣୁ କାହିଁକି ଦଳର ଜାତୀୟ ମାନ୍ୟତା ପ୍ରତ୍ୟାହାର ନହେବ।

ଏହାପରେ ଦଳ ଗୁଡ଼ିକ ଜବାବ ରଖି କହିଥିଲେ ୨୦୨୪ ଲୋକସଭା ନିର୍ବାଚନ ଯାଏ ନିର୍ବାଚନ ଆୟୋଗ ସେମାନଙ୍କର ଜାତୀୟ ମାନ୍ୟତା ନକାଟୁ। ପୂର୍ବରୁ ଅନେକ ଥର ନିର୍ବାଚନ ଆୟୋଗ ଦଳ ଗୁଡ଼ିକ ଉପରେ କଟକଣା କୋହଳ କରିଛନ୍ତି ତେଣୁ ଏହି ଆଧାରରେ ସେମାନଙ୍କ ଦଳର ଜାତୀୟ ମାନ୍ୟତା ରଦ୍ଦ ନହେଉ ବୋଲି ଟିଏମସି, ସିପିଆଇ ଓ ଏନସିପି କହିଥିଲେ।

ନିର୍ବାଚନ ଆୟୋଗର ୧୯୬୮ ମସିହାରୁ ଅନୁସୃତ ନିୟମ ଅନୁଯାୟୀ ଯେଉଁ ଦଳ ଅତିକମରେ ୪ଟି ରାଜ୍ୟରେ ନିର୍ବାଚନ ଲଢ଼ିଥିବ ଏବଂ ୬ ପ୍ରତିଶତ ଭୋଟ୍ ପାଇଥିବ ଏବଂ  ଲୋକସଭା ନିର୍ବାଚନରେ ନ୍ୟୁନତମ ୨ ପ୍ରତିଶତ ଭୋଟ୍ ପାଇଥିବ ସେହି ଦଳ ଗୁଡ଼ିକ ଜାତୀୟ ମାନ୍ୟତା ପାଇବ। ଏବେ ଟିଏମସି, କଂଗ୍ରେସ, ବିଜେପି, ବିଏସପି, ସିପିଆଇ, ମାକପା, ଏନସିପି ଏବଂ ନ୍ୟାଶନାଲ ପିପୁଲସ ପାର୍ଟି ଅଫ୍ ମେଘାଳୟ ଜାତୀୟ ଦଳର ମାନ୍ୟତା ପାଇଛନ୍ତି। ଯଦି ଟିଏମସି, ସିପିଆଇ ଓ ଏନସିପିର ଜାତୀୟ ମାନ୍ୟତା ନିର୍ବାଚନ ଆୟୋଗ ହଟାଇ ଦେବେ ତାହେଲେ ଦେଶର ଜାତୀୟ ମାନ୍ୟତା ପ୍ରାପ୍ତ ଦଳର ସଂଖ୍ୟା ୫କୁ ଖସି ଆସିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos