ମୁମ୍ୱାଇ: ଶିବସେନା ସାଂସଦ ତଥା ମୁଖପାତ୍ର ସଞ୍ଜୟ ରାଉତଙ୍କ ସ୍ତ୍ରୀ ବର୍ଷା ରାଉତଙ୍କୁ ସମନ୍ କରିଛି ଇଡି। ପିଏମସି ବ୍ୟାଙ୍କ ଘୋଟାଲା ମାମଲାର ତଦନ୍ତରେ ବର୍ଷାଙ୍କ ନାଁ ଆସିଥିବା ସୂଚନା ରହିଛି। ଏବେ ଡିସେମ୍ୱର ୨୯ରେ ବର୍ଷା ଇଡି ଅଫିସରେ ହାଜର ହୋଇ ପକ୍ଷ ରଖିବେ।
ସୂଚନାଯୋଗ୍ୟ, ସଞ୍ଜୟ ରାଉତଙ୍କ ନିକଟତମ ବ୍ୟକ୍ତି ପ୍ରବୀଣ ରାଉତଙ୍କୁ ନିକଟରେ ଇଡି ଦ୍ୱାରା ଗିରଫ ହୋଇଥିଲେ। ପ୍ରବୀଣ ରାଉତଙ୍କ ଆକାଉଣ୍ଟରୁ ବର୍ଷା ରାଉତଙ୍କ ଆକାଉଣ୍ଟକୁ ଟ୍ରାଞ୍ଜାକସନ ହୋଇଛି। ଏବେ ଏହି ଟ୍ରାଞ୍ଜାକସନକୁ ନେଇ ସନ୍ଦେହ କରିଛି ଇଡି। ତେଣୁ ବର୍ଷା ରାଉତଙ୍କୁ ସମନ କରିଛି ଇଡି।
ସଞ୍ଜୟ ରାଉତ ରାଜ୍ୟସଭା ସାଂସଦ ପାଇଁ ସତ୍ୟପାଠ ଦାଖଲ କରିବା ବେଳେ ସମାନ କଥା କହିଥିଲେ। ପ୍ରବୀଣଙ୍କ ଆକାଉଣ୍ଟରୁ ବର୍ଷାଙ୍କ ଆକାଉଣ୍ଟକୁ ଟଙ୍କା ନେଣଦେଣ ହୋଇଛି ବୋଲି ଉଲ୍ଲେଖ କରିଥିଲେ। ଏବେ ଏହି ନେଣଦେଣ ବାବଦରେ ଜାଣିବାକୁ ଇଡି ସମନ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ପୁଣି ବଢ଼ିବ ବିୟର ଦାମ, ଖୁବଶୀଘ୍ର ଘୋଷଣା କରିବେ ସରକାର
ସରକାର ୨୦୨୪ ଅଗଷ୍ଟରେ ଷ୍ଟ୍ରଙ୍ଗ ବିୟର ବୋତଲ ଗୁଡ଼ିକ ଉପରେ ଅତିରିକ୍ତ ଅବକାରୀ ଟିକସ ଲାଗୁ କରିବାକୁ ପ୍ରସ୍ତାବ ଦେଇଥିଲେ।
National
ରୋକୋ-ଟୋକୋ ଅଭିଯାନ ବେଳେ ବାଇକରେ ଚାଲିଥିବା ବେଆଇନ ମଦ ଚାଲାଣର ପର୍ଦ୍ଦାଫାସ
ଆଗକୁ ସାଧାରଣତନ୍ତ୍ର ଦିବସ ଓ ଦିଲ୍ଲୀ ବିଧାନସଭା ନିର୍ବାଚନ ଥିବାରୁ ଦକ୍ଷିଣ ଦିଲ୍ଲୀର ପୁଲିସ୍ କଡ଼ାକଡ଼ି ଯାଞ୍ଚ କରୁଛି।
National
ଇଟାଲୀ ପିଏମ ମେଲୋନିଙ୍କ ସହ ଭାଇରାଲ ମେମ୍ସ: ଏମିତି କହିଲେ ମୋଦି
ରେଳ ଷ୍ଟେସନରେ ଚା’ ବିକିବା ବେଳେ ମୋଦି କେମିତି ହିନ୍ଦୀ ଶିଖିଥିଲେ, ସେକଥା ମଧ୍ୟ କହିଛନ୍ତି।
National
ମୋଦିଙ୍କ ପୋଡକାଷ୍ଟ ଡେବ୍ୟୁ: କହିଲେ- ମୁଁ ମଣିଷ, ଭଗବାନ ନୁହେଁ
୨ ଘଣ୍ଟାର ପୋଡକାଷ୍ଟରେ ପ୍ରଧାନମନ୍ତ୍ରୀ ନିଜର ପିଲା ବେଳ ଠାରୁ ଆରମ୍ଭ କରି ସଂଘର୍ଷ ଓ ସରକାର ଚଳାଇବାର କୌଶଳ ସମ୍ପର୍କରେ ମତ ରଖିଛନ୍ତି।
National
ସର୍ଜରୀ ପାଇଁ ଏମ୍ସରେ ଭର୍ତ୍ତି ହେଲା ଜେଲରେ ଥିବା ଛୋଟା ରାଜନ
ଏକଦା ଦାଉଦ ଇବ୍ରାହିମର ସହଯୋଗୀ ଭାବେ କାମ କରୁଥିବା ରାଜନକୁ ୨୦୨୪ରେ ହୋଟେଲ ମାଲିକ ଜୟା ସେଟ୍ଟୀଙ୍କ ହତ୍ୟା ଘଟଣାରେ ଆଜୀବନ ଜେଲଦଣ୍ତ ମିଳିଥିଲା।