ଏକନାଥ ଖାଡସେଙ୍କୁ ସମନ୍ କଲା ଇଡି

ମୁମ୍ୱାଇ: ବିଜେପି ଛାଡ଼ି ଏନସିପିରେ ସାମିଲ୍ ହୋଇଥିବା ମହାରାଷ୍ଟ୍ରର ବରିଷ୍ଠ ନେତା ଏକନାଥ ଖାଡ଼ସେଙ୍କୁ ଇଡି ସମନ କରିଛି। ଏକ ଜମି ଡିଲ ପ୍ରସଙ୍ଗରେ ଡିସେମ୍ୱର ୩୦ରେ ଇଡି ଆଗରେ ହାଜର ହୋଇ ପକ୍ଷ ରଖିବେ ଏକନାଥ। ଅକ୍ଟୋବର ୨୩ରେ ଏକନାଥ ଏନସିପିରେ ସାମିଲ୍ ହୋଇଥିଲେ। ଏହି ଜମି କାରବାରରେ ଅନିୟମିତତା ଅଭିଯୋଗ ଆସିବା ପରେ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହି ମାମଲାରେ ଏସିବି ମଧ୍ୟ ତାଙ୍କୁ କ୍ଲିନ୍ ଚିଟ୍ ଦେଇଥିବା ଏକନାଥ କହିଛନ୍ତି। […]

eknath-khadse

eknath-khadse

Subhransu Sekhar
  • Published: Saturday, 26 December 2020
  • Updated: 26 December 2020, 09:10 PM IST

Sports

Latest News

ମୁମ୍ୱାଇ: ବିଜେପି ଛାଡ଼ି ଏନସିପିରେ ସାମିଲ୍ ହୋଇଥିବା ମହାରାଷ୍ଟ୍ରର ବରିଷ୍ଠ ନେତା ଏକନାଥ ଖାଡ଼ସେଙ୍କୁ ଇଡି ସମନ କରିଛି। ଏକ ଜମି ଡିଲ ପ୍ରସଙ୍ଗରେ ଡିସେମ୍ୱର ୩୦ରେ ଇଡି ଆଗରେ ହାଜର ହୋଇ ପକ୍ଷ ରଖିବେ ଏକନାଥ। ଅକ୍ଟୋବର ୨୩ରେ ଏକନାଥ ଏନସିପିରେ ସାମିଲ୍ ହୋଇଥିଲେ।

ଏହି ଜମି କାରବାରରେ ଅନିୟମିତତା ଅଭିଯୋଗ ଆସିବା ପରେ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହି ମାମଲାରେ ଏସିବି ମଧ୍ୟ ତାଙ୍କୁ କ୍ଲିନ୍ ଚିଟ୍ ଦେଇଥିବା ଏକନାଥ କହିଛନ୍ତି।

ସୂଚନାଯୋଗ୍ୟ, ୪୦ ବର୍ଷ ଧରି ବିଜେପିରେ ରହିବା ପରେ ଏକନାଥ ଦଳରେ ଅସନ୍ତୋଷ ପ୍ରକାଶ କରି ଏନସିପିରେ ମିଶିଛନ୍ତି। ମିଶିବା ପୂର୍ବରୁ କହିଥିଲେ, ଦଳ ଛାଡ଼ିବା ପୂର୍ବରୁ ସମସ୍ତ ପ୍ରକାର ମାନସିକ ପ୍ରସ୍ତୁତ ହୋଇଛନ୍ତି। ଯଦି ସେମାନଙ୍କ ପାଖରେ ଇଡି ଅଛି ତାହେଲେ ମୋ ପାଖରେ ସିଡି ଅଛି ବୋଲି ସେ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos