ଏଜିଙ୍କ ରାଫେଲ ମନ୍ତବ୍ୟକୁ ‘ଏଡିଟର୍ସ ଗିଲ୍ଡ’ର ନିନ୍ଦା

ନୂଆଦିଲ୍ଲୀ: ରାଫେଲ ପ୍ରସଙ୍ଗରେ ସୁପ୍ରିମ୍‌କୋର୍ଟରେ ଶୁଣାଣି ସମୟରେ ଆଟର୍ଣ୍ଣି ଜେନେରାଲ କେକେ ଭେନୁଗୋପାଲ ଦେଇଥିବା ମନ୍ତବ୍ୟକୁ ନିନ୍ଦା କରିଛି ‘ଏଡିଟର୍ସ ଗିଲ୍ଡ’। ରାଫେଲ ସମ୍ବନ୍ଧୀୟ ତଥ୍ୟକୁ ବ୍ୟବହାର କରି ଗଣମାଧ୍ୟମ ସଂସ୍ଥା ‘ଦି ହିନ୍ଦୁ’ର ଖବରକୁ ଏଜି ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ ଏବଂ କହିଥିଲେ ଗୋପନୀୟ ଚିହ୍ନିତ ଏହି ଦସ୍ତାବିଜର ବ୍ୟବହାର ‘ନିନ୍ଦନୀୟ’। ଗିଲ୍ଡ ପକ୍ଷରୁ ଏଜିଙ୍କ ମନ୍ତବ୍ୟକୁ ବିରୋଧ କରାଯିବା ସହିତ କୁହାଯାଇଛି, ଏହି ପ୍ରସଙ୍ଗରେ ଏଜିଙ୍କ ମନ୍ତବ୍ୟ ଗଣମାଧ୍ୟମକୁ ଧମକ ପରି। ଏଥିସହିତ ସରକାରଙ୍କୁ […]

RAFALE

RAFALE

Subrat Kumar Nayak
  • Published: Thursday, 07 March 2019
  • Updated: 07 March 2019, 07:50 PM IST

Sports

Latest News

ନୂଆଦିଲ୍ଲୀ: ରାଫେଲ ପ୍ରସଙ୍ଗରେ ସୁପ୍ରିମ୍‌କୋର୍ଟରେ ଶୁଣାଣି ସମୟରେ ଆଟର୍ଣ୍ଣି ଜେନେରାଲ କେକେ ଭେନୁଗୋପାଲ ଦେଇଥିବା ମନ୍ତବ୍ୟକୁ ନିନ୍ଦା କରିଛି ‘ଏଡିଟର୍ସ ଗିଲ୍ଡ’। ରାଫେଲ ସମ୍ବନ୍ଧୀୟ ତଥ୍ୟକୁ ବ୍ୟବହାର କରି ଗଣମାଧ୍ୟମ ସଂସ୍ଥା ‘ଦି ହିନ୍ଦୁ’ର ଖବରକୁ ଏଜି ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ ଏବଂ କହିଥିଲେ ଗୋପନୀୟ ଚିହ୍ନିତ ଏହି ଦସ୍ତାବିଜର ବ୍ୟବହାର ‘ନିନ୍ଦନୀୟ’।

ଗିଲ୍ଡ ପକ୍ଷରୁ ଏଜିଙ୍କ ମନ୍ତବ୍ୟକୁ ବିରୋଧ କରାଯିବା ସହିତ କୁହାଯାଇଛି, ଏହି ପ୍ରସଙ୍ଗରେ ଏଜିଙ୍କ ମନ୍ତବ୍ୟ ଗଣମାଧ୍ୟମକୁ ଧମକ ପରି। ଏଥିସହିତ ସରକାରଙ୍କୁ ଆହ୍ୱାନ କରାଯାଇଛି, ସରକାର ଗଣମାଧ୍ୟମର ସ୍ୱାଧୀନତା ଏବଂ ସ୍ୱତନ୍ତ୍ରତାରେ ଆଞ୍ଚ ଆଣିବା ଭଳି କୌଣସି ପଦକ୍ଷେପ ନେବାରୁ ନିବୃତ୍ତ ରୁହନ୍ତୁ।

ବୁଧବାର ଭେନୁଗୋପାଲ ରାଫେଲ ମାମଲାରେ ଏକ ରିଭ୍ୟୁ ଆବେଦନର ଶୁଣାଣିରେ ସରକାରଙ୍କ ପକ୍ଷ ରଖିବା ଅବସରରେ କହିଥିଲେ, ଏହି ଆବେଦନ ଚୋରି ହୋଇଥିବା ଦସ୍ତାବିଜ୍ ଉପରେ ଆଧାରିତ। ପ୍ରତିରକ୍ଷା ମନ୍ତ୍ରଣାଳୟ ଭିତରୁ ଏହା କୌଣସି ସରକାରୀ ଅଧିକାରୀ ଚୋରାଇଥିବା ଦର୍ଶାଇ ସେ କହିଥିଲେ, ଏହା ଅଫିସିଆଲ ସିକ୍ରେଟ୍‌ ଆକ୍ଟର ଉଲ୍ଲଂଘନ ଏବଂ ଏକ ଅପରାଧ।

ବିବୃତିରେ ଆହୁରି ମଧ୍ୟ କୁହାଯାଇଛି, ଯଦିଓ ଏଜି ପରେ ସ୍ପଷ୍ଟ କରିଦେଇଥିଲେ ଯେ ସାମ୍ବାଦିକ କିମ୍ବା ଗଣମାଧ୍ୟମ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ, ଏପରି ଧମକ ଗ୍ରହଣୀୟ ନୁହେଁ। ଏପରି ଧମକ ଦେଇ ରାଫେଲ ପ୍ରସଙ୍ଗରେ ଆମ ରିପୋର୍ଟିଂରେ ଅଙ୍କୁଶ ନଲଗାଯାଉ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story