JEE ଆଡଭାନ୍ସଡ୍ ପରୀକ୍ଷା ତାରିଖ ଘୋଷଣା
ନୂଆଦିଲ୍ଲୀ: ଚଳିତ ବର୍ଷ JEE ଆଡଭାନ୍ସଡ୍ ପରୀକ୍ଷା ପାଇଁ ଆଜି ତାରିଖ ଘୋଷଣା କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ୍। JEE ଆଡଭାନ୍ସ ପରୀକ୍ଷା ଚଳିତ ବର୍ଷ ଜୁଲାଇ ୩ ତାରିଖରେ ଆୟୋଜିତ ହେବ ବୋଲି କହିଛନ୍ତି ଶିକ୍ଷା ମନ୍ତ୍ରୀ। ଏହି ପରୀକ୍ଷାର ଆୟୋଜନ କରିବ IIT ଖଡ଼ଗପୁର। ଏହାସହ ଶିକ୍ଷାମନ୍ତ୍ରୀ ବିଭିନ୍ନ IITରେ ଆଡମିଶନ୍ ପ୍ରକ୍ରିୟା ଓ ଯୋଗ୍ୟତା ସମ୍ବନ୍ଧିତ ସୂଚନା ମଧ୍ୟ ଶେଆର୍ କରିଛନ୍ତି। ସେ କହିଛନ୍ତି, ଛାତ୍ରଙ୍କ ସୁବିଧା ପାଇଁ ଏଥର ୭୫ ପ୍ରତିଶତ ଯୋଗ୍ୟତା ମାନଦଣ୍ଡକୁ ଋଦ୍ଦ କରିଦିଆଯାଇଛି।
ସାଧାରଣତଃ JEE ଆଡଭାନ୍ସଡ୍ ପରୀକ୍ଷାର ତାରିଖ ସେପ୍ଟେମ୍ବର ମାସରେ ଘୋଷଣା କରାଯାଇଥାଏ ଏବଂ JEE ଆଡଭାନ୍ସଡ୍ ପରୀକ୍ଷା ମେ’ ମାସରେ ଆୟୋଜିତ ହୋଇଥାଏ। ତେବେ ଚଳିତ ବର୍ଷ କରୋନା ଭାଇରସ୍ ମହାମାରୀ କାରଣରୁ JEE ଆଡଭାନ୍ସଡ୍ ବିଳମ୍ବରେ ଜାରି କରାଯାଇଛି। ଗତବର୍ଷ IIT ଦିଲ୍ଲୀ JEE ଆଡଭାନ୍ସଡ୍ ପରିକ୍ଷାର ଆୟୋଜନ କରିଥିଲା।
Announcing the eligibility criteria for admission in #IITs & the date of #JEE Advanced. @SanjayDhotreMP @EduMinOfIndia @mygovindia @PIB_India @MIB_India @DDNewslive https://t.co/Pkuc1kbTuQ
— Dr. Ramesh Pokhriyal Nishank (@DrRPNishank) January 7, 2021
ଏହା ପୂର୍ବରୁ ଶିକ୍ଷା ମନ୍ତ୍ରୀ ସୋଶାଲ ମିଡିଆରେ JEE ମେନ୍ ତାରିଖ ଘୋଷଣା କରିଥିଲେ। ପରୀକ୍ଷା ୪ଟି ପର୍ଯ୍ୟାୟରେ ଅର୍ଥାତ୍ ଫେବୃଆର ୨୩ରୁ ୨୬, ମାର୍ଚ୍ଚ ୧୫ରୁ ୧୮, ଏପ୍ରିଲ୍ ୨୭ରୁ ୩୦ ଏବଂ ମେ’ ୨୪ରୁ ୨୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ।
JEE ଆଡଭାନ୍ସଡ୍ ପରୀକ୍ଷା ଜରିଆରେ ଦେଶର ୨୩ଟି ପ୍ରତିଷ୍ଠିତ IIT ସଂସ୍ଥାରେ ପ୍ରବେଶ ମିଳିଥାଏ। JEE ମେନ୍ ପରୀକ୍ଷାରେ ଭଲ ଫଳାଫଳ କରିଥିବା ଛାତ୍ରଙ୍କୁ ହିଁ JEE ଆଡଭାନ୍ସଡ୍ ଦେବାକୁ ସୁଯୋଗ ମିଳିଥାଏ। ଗତମାସ ଶିକ୍ଷା ମନ୍ତ୍ରୀ ଘୋଷଣା କରିଥିଲେ ଯେ JEE ମେନ୍ ପରୀକ୍ଷା ବର୍ଷକୁ ଚାରିଥର ଆୟୋଜିତ ହେବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।