‘ଲକ୍‌ଡାଉନ୍ ଖିଲାପକାରୀଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ’

ନୂଆଦିଲ୍ଲୀ: ଲକ୍‌ଡାଉନକୁ କଡ଼ାକଡ଼ି ଭାବରେ ପାଳନ କରିବାକୁ ରାଜ୍ୟ ସରକାର ମାନଙ୍କୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଲକ୍‌ଡାଉନ୍‌କୁ କିଛି ଲୋକ ହାଲୁକା ଭାବରେ ଗ୍ରହଣ କରୁଥିବା ନେଇ ପ୍ରଧାନମନ୍ତ୍ରୀ ସୋମବାର ସକାଳେ ଟୁଇଟ୍ କରିଥିଲେ। ଏହାପରେ କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କୁ ଲକ୍ ଡାଉନ୍ ବେଳେ ନିୟମ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି। ଆବଶ୍ୟକ ପଡ଼ିଲେ ଛଅ ମାସ ପାଇଁ ନିୟମ ଖିଲାପକାରୀଙ୍କୁ ଜେଲ୍ ପଠାଇ ଦିଆଯାଇପାରେ। ଗତକାଲି ସାରା ଦେଶ ଏକାଠି ହୋଇ […]

lock down

lock down

Subhransu Sekhar
  • Published: Monday, 23 March 2020
  • Updated: 23 March 2020, 01:33 PM IST

Sports

Latest News

ନୂଆଦିଲ୍ଲୀ: ଲକ୍‌ଡାଉନକୁ କଡ଼ାକଡ଼ି ଭାବରେ ପାଳନ କରିବାକୁ ରାଜ୍ୟ ସରକାର ମାନଙ୍କୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଲକ୍‌ଡାଉନ୍‌କୁ କିଛି ଲୋକ ହାଲୁକା ଭାବରେ ଗ୍ରହଣ କରୁଥିବା ନେଇ ପ୍ରଧାନମନ୍ତ୍ରୀ ସୋମବାର ସକାଳେ ଟୁଇଟ୍ କରିଥିଲେ। ଏହାପରେ କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କୁ ଲକ୍ ଡାଉନ୍ ବେଳେ ନିୟମ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି। ଆବଶ୍ୟକ ପଡ଼ିଲେ ଛଅ ମାସ ପାଇଁ ନିୟମ ଖିଲାପକାରୀଙ୍କୁ ଜେଲ୍ ପଠାଇ ଦିଆଯାଇପାରେ।

ଗତକାଲି ସାରା ଦେଶ ଏକାଠି ହୋଇ ଜନତା କର୍ଫ୍ୟୁ ପାଳନ କରିଥିଲା। ଏହାପରେ ଆଜିଠୁ ମାର୍ଚ୍ଚ ୩୧ ଯାଏ ସମସ୍ତ ରାଜ୍ୟ ସରକାର ଲକ୍ ଡାଉନ୍ ଘୋଷଣା କରିଛନ୍ତି। କରୋନା ସଂକ୍ରମଣ ଉପରେ ରୋକ୍ ଲଗାଇବାକୁ ଯାଇ ଦେଶର ୮୦ଟି ଜିଲ୍ଲା ଏବଂ ଅନ୍ୟାନ୍ୟ ସ୍ଥାନ ଲକ୍ ଡାଉନ୍ ରହିଛି।

ପ୍ରଧାନମନ୍ତ୍ରୀ କହିଛନ୍ତି, ‘ ଲକ୍ ଡାଉନକୁ ଅନେକ ଲୋକ ହାଲୁକା ଭାବରେ ଗ୍ରହଣ କରୁଛନ୍ତି। ଦୟାକରି ନିଜକୁ ସୁରକ୍ଷିତ ରଖିବା ସହିତ ନିଜ ପରିବାରକୁ ସୁରକ୍ଷିତ ରଖନ୍ତୁ, କରୋନା ମୁକାବିଲା ପାଇଁ ସମସ୍ତ ଗାଇଡ୍ ଲାଇନ୍ ପାଳନ କରନ୍ତୁ। ମୁଁ ସମସ୍ତ ରାଜ୍ୟ ସରକାରଙ୍କୁ ଆହ୍ୱାନ କରୁଛି ସମସ୍ତ ନିୟମ ଏବଂ ଆଇନ୍ କଡ଼ାକଡ଼ି ଭାବରେ ପାଳନ ହେବା ଦରକାର’।

ଏବେ ଦେଶର ଅଧିକାଂଶ ରାଜ୍ୟରେ ଲକ୍ ଡାଉନ୍ ଘୋଷଣା ହୋଇଛି। ଲୋକମାନଙ୍କୁ ଘରୁ ବାହାରିବା ନେଇ କଟକଣା ଲଗାଯାଇଛି। କେବଳ ଜରୁରୀକାଳୀନ ସ୍ଥିତି ଓ ଆବଶ୍ୟକ ଥିଲେ ବାହାରିବାକୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos