ନୃଶଂସ ପ୍ରେମିକ: ପ୍ରେମିକାକୁ ପିଆଇଲା ଏସିଡ୍‌

ନୂଆଦିଲ୍ଲୀ: ପ୍ରେମରେ ଧୋକା। ଆଉ ଏତିକିରେ ଜଣେ ପ୍ରେମିକ କେତେ ନୃଶଂସ ହୋଇପାରେ ତାହା ଚିନ୍ତା ବି କରାଯାଇ ନ ପାରେ। ପ୍ରେମିକା ଜଣକ ଆଉ ଜଣେ ଯୁବକଙ୍କ ପ୍ରେମ ପାଲରେ ପଡ଼ିବା ପରେ ହିତାହିତ ଜ୍ଞାନ ଭୁଲିଯାଇଥିଲା ଏହି ପୂର୍ବତନ ପ୍ରେମିକ। ଏଥିରେ ତାତି ଯାଇ  ଯୁବତୀଙ୍କ ଘରେ ପଶି ତାକୁ ଜବରଦସ୍ତ ଏସିଡ ପିଆଇଛି। ଯୁବତୀଙ୍କ  ଶରୀରର ୨୦ ଭାଗ ପୋଡ଼ିଯାଇଛି ।  ଦକ୍ଷିଣ ଦିଲ୍ଲୀର ସଙ୍ଗମବିହାରରେ ବୁଧବାର ଏଭଳି ଅଭାବନୀୟ ଘଟଣା ଘଟିଛି। […]

acid

Rakesh Mallick
  • Published: Wednesday, 22 March 2017
  • , Updated: 23 March 2017, 08:33 AM IST

ନୂଆଦିଲ୍ଲୀ: ପ୍ରେମରେ ଧୋକା। ଆଉ ଏତିକିରେ ଜଣେ ପ୍ରେମିକ କେତେ ନୃଶଂସ ହୋଇପାରେ ତାହା ଚିନ୍ତା ବି କରାଯାଇ ନ ପାରେ। ପ୍ରେମିକା ଜଣକ ଆଉ ଜଣେ ଯୁବକଙ୍କ ପ୍ରେମ ପାଲରେ ପଡ଼ିବା ପରେ ହିତାହିତ ଜ୍ଞାନ ଭୁଲିଯାଇଥିଲା ଏହି ପୂର୍ବତନ ପ୍ରେମିକ। ଏଥିରେ ତାତି ଯାଇ  ଯୁବତୀଙ୍କ ଘରେ ପଶି ତାକୁ ଜବରଦସ୍ତ ଏସିଡ ପିଆଇଛି। ଯୁବତୀଙ୍କ  ଶରୀରର ୨୦ ଭାଗ ପୋଡ଼ିଯାଇଛି ।  ଦକ୍ଷିଣ ଦିଲ୍ଲୀର ସଙ୍ଗମବିହାରରେ ବୁଧବାର ଏଭଳି ଅଭାବନୀୟ ଘଟଣା ଘଟିଛି।

ଏହି ଘଟଣାରେ୨୨ ବର୍ଷୀୟ ରବି କୁମାର ନାମକ ଜଣେ ଯୁବକଙ୍କୁ ଗିରଫ କରିଛି ପୋଲିସ। ଘଟଣା ଅନୁଯାୟୀ ଜଣେ ୧୯ ବର୍ଷୀୟ ଯୁବତୀ ସହ ରବି କୁମାରଙ୍କ ପ୍ରେମ ହୋଇଯାଇ ଥିଲା। ହେଲେ ପରେ ଯୁବତୀ ଜଣକ ରବି କୁମାରଙ୍କ ହାତ ଛାଡ଼ି ମୁସକାନ ନାମକ ଆଉ ଜଣେ ଯୁବକଙ୍କ ପ୍ରେମ ଜାଲରେ  ଫସିଯାଇଥିଲେ। ଏଥିରେ ନିଜକୁ ଆଉ ସମ୍ଭାଳିପାରି ନ ଥିଲେ ରବି କୁମାର।  ଆଉ ଘରେ କେହି ନ ଥିଲା ବେଳେ ଅଭିଯୁକ୍ତ ଜଣକ ଘରେ ପଶି ଯୁବତୀ ଜଣକୁ ଜବରଦସ୍ତ ଏସିଡ ପିଆଇଥିଲା। ଯୁବତୀଙ୍କ ଚିତ୍କାର ଶୁଣି ପଡ଼ୋଶୀ ଧାଇଁ ଆସି ଯୁବକ ଜଣକୁ କାବୁ କରିଥିଲେ।

Related story