ଫାରୁକଙ୍କୁ ଭେଟିଲେ ଗୁଲାମ, ପୁଣି ଜମ୍ମୁ କଶ୍ମୀର ରାଜନୀତି ସକ୍ରିୟ ହେବ

ଶ୍ରୀନଗର: ପୁଣି ସକ୍ରିୟ ହେବ ଜମ୍ମୁ କଶ୍ମୀର ରାଜନୀତି। ନ୍ୟାଶନାଲ କନଫରେନସର ନେତା ତଥା ସାଂସଦ ଫାରୁକ ଅବଦୁଲ୍ଲା ୭ ମାସ ପରେ ଗୃହବନ୍ଦୀରୁ ମୁକ୍ତ ହେବା ପରେ କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ ହୋଇଥିବା ଜମ୍ମୁ କଶ୍ମୀରରେ ରାଜନୀତି ଆରମ୍ଭ ହେବ ବୋଲି ଆକଳନ କରାଯାଉଛି। ଜମ୍ମୁ କଶ୍ମୀରର ନେତା ତଥା ରାଜ୍ୟସଭାରେ ବିରୋଧୀ ଦଳର ନେତା ଗୁଲାମ ନବୀ ଆଜାଦ୍ ଫାରୁକ ଅବଦୁଲ୍ଲାଙ୍କୁ ଭେଟିବା ପରେ ଦୀର୍ଘ ୭ ମାସ ଧରି ସୁପ୍ତ ଥିବା […]

Farooq Abdullah

Farooq Abdullah

Subhransu Sekhar
  • Published: Saturday, 14 March 2020
  • Updated: 14 March 2020, 04:25 PM IST

Sports

Latest News

ଶ୍ରୀନଗର: ପୁଣି ସକ୍ରିୟ ହେବ ଜମ୍ମୁ କଶ୍ମୀର ରାଜନୀତି। ନ୍ୟାଶନାଲ କନଫରେନସର ନେତା ତଥା ସାଂସଦ ଫାରୁକ ଅବଦୁଲ୍ଲା ୭ ମାସ ପରେ ଗୃହବନ୍ଦୀରୁ ମୁକ୍ତ ହେବା ପରେ କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ ହୋଇଥିବା ଜମ୍ମୁ କଶ୍ମୀରରେ ରାଜନୀତି ଆରମ୍ଭ ହେବ ବୋଲି ଆକଳନ କରାଯାଉଛି। ଜମ୍ମୁ କଶ୍ମୀରର ନେତା ତଥା ରାଜ୍ୟସଭାରେ ବିରୋଧୀ ଦଳର ନେତା ଗୁଲାମ ନବୀ ଆଜାଦ୍ ଫାରୁକ ଅବଦୁଲ୍ଲାଙ୍କୁ ଭେଟିବା ପରେ ଦୀର୍ଘ ୭ ମାସ ଧରି ସୁପ୍ତ ଥିବା ଜମ୍ମୁ କଶ୍ମୀର ରାଜନୀତ ସକ୍ରିୟ ହେବ ବୋଲି ଆକଳନ କରାଯାଉଛି।

ନ୍ୟାଶନାଲ କନଫରେନ୍ସର ନେତା ତଥା ଜମ୍ମୁ କଶ୍ମୀରର ୫ ଥର ମୁଖ୍ୟମନ୍ତ୍ରୀ ହୋଇଥିବା ଫାରୁକ ଅବଦୁଲ୍ଲାଙ୍କ ବିରୋଧରେ ପିଏସଏ ଆକ୍ଟ ରଦ୍ଦ ହେବା ପରେ ଆଜି ଅବଦୁଲ୍ଲା ପରିବାର ଏକାଠି ହୋଇଛନ୍ତି। ଶନିବାର ଦିନ ହରି ନିବାସରେ ତାଙ୍କ ପୁଅ ଓମାର ଅବଦୁଲ୍ଲାଙ୍କୁ ସେ ଭେଟିଛନ୍ତି। ଅଗଷ୍ଟ ୫ ରେ ଧାରା ୩୭୦ ରଦ୍ଦ ହେବା ପରେ ବାପା-ପୁଅ ଦୀର୍ଘ ୭ ମାସ ପରେ ଏକାଠି ହୋଇଛନ୍ତି। ଏହି ଭେଟଘାଟ ବେଳେ ଫାରୁକଙ୍କ ଝିଅ ସୋଫିଆ ଏବଂ ତାଙ୍କର ଦୁଇ ପୁଅ ମଧ୍ୟ ଥିଲେ।

ସୋଫିଆ ଅବଦୁଲ୍ଲା କହିଛନ୍ତି, ‘ହରି ନିବାସରେ ଓମାରଙ୍କୁ ଦେଖିବାକୁ ଆସିଥିଲେ। ବାପା ଫାରୁକ୍ ମୁକ୍ତ ହେବା ପରେ ପରିବାର ଲୋକେ ଖୁସି ହୋଇଛନ୍ତି। ଏବେ ଭାଇ ଓମାର ଅବଦୁଲ୍ଲାଙ୍କ ମୁକ୍ତିକୁ ଅପେକ୍ଷା ରହିଛି’।

ଜମ୍ମୁ କଶ୍ମୀର ସମେତ ସାରା ଦେଶରେ କରୋନା ଭାଇରସ ବ୍ୟାପିଛି। ନିକଟରେ ଫାରୁକଙ୍କର ମଧ୍ୟ ମୋତିଆ ବିନ୍ଦୁ ଅପରେସନ ହୋଇଥିଲା। ତେଣୁ ଫାରୁକଙ୍କ ସହ ଭେଟଘାଟ ପାଇଁ ଆସୁଥିବା ଲୋକଙ୍କ ସଂଖ୍ୟା ସୀମିତ ରଖାଯାଇଛି।

ଶୁକ୍ରବାର ଜମ୍ମୁ କଶ୍ମୀର ପ୍ରଶାସନ ଫାରୁକଙ୍କ ଉପରୁ ପିଏସଏ ପ୍ରତ୍ୟାହାର କରିଥିଲା। ଏହାପରେ ସେ ମୁକୁଳିଥିଲେ। ଫାରୁକ ଗୃହବନ୍ଦୀରୁ ମୁକ୍ତ ହେବା ପରେ ପ୍ରଥମେ ତାଙ୍କ ବାପା ଶେଖ ମହମ୍ମଦ ଅବଦୁଲ୍ଲାଙ୍କ କବର ନିକଟକୁ ଯାଇ ପ୍ରଣାମ କରିଥିଲେ। ତାଙ୍କ ସାନ ଭାଇ ମୁସ୍ତାଫା କମଲ, ବଡ଼ ଭଉଣୀ ଖାଲିଦା ଏବଂ ତାଙ୍କ ପୁଅ ମୁଜାଫର ଫାରୁକଙ୍କୁ ତାଙ୍କ ବାସ ଭବନରେ ଭେଟିଥିଲେ। ଧାରା ୩୭୦ ଉଚ୍ଛେଦ ପରେ ଅବଦୁଲ୍ଲା ଏବଂ ତାଙ୍କ ଭାଇ ଭଉଣୀଙ୍କର ପ୍ରଥମ ଭେଟଘାଟ ଥିଲା।

ଫାରୁକଙ୍କୁ ଆଜି ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ୍ ଭେଟିଛନ୍ତି। ଦୀର୍ଘ ୭ ମାସ ଧରି କଟକଣା ଭିତରେ ରହିବା ପରେ ଗୁଲାମ ନବୀ ଆଜାଦ ଓ ଫାରୁକ ଅବଦୁଲ୍ଲାଙ୍କ ମଧ୍ୟରେ ଏହା ପ୍ରଥମ ଭେଟଘାଟ ଥିଲା।

ଫାରୁକ ସଂସଦକୁ ନିର୍ବାଚିତ ହୋଇଥିବା ନେତା। ଜମ୍ମୁ କଶ୍ନୀରରେ ଧାରା ୩୭୦ ଉଚ୍ଛେଦ ପରେ ଗୃହବନ୍ଦୀ ବେଳେ କେଉଁ ପରିସ୍ଥିତିରେ ଥିଲେ, ଶାସକ ଦଳ ଯେଉଁ ନିଷ୍ପତ୍ତି ନେଇଛି ତାହା କେତେ ଯୁକ୍ତିଯୁକ୍ତ ତା’ ଉପରେ ଫାରୁକ ଆଗାମୀ ଦିନରେ ମତ ରଖିପାରନ୍ତି। ଅନ୍ୟପଟେ ପାକିସ୍ତାନ ଜମ୍ମୁ କଶ୍ମୀରକୁ ନେଇ ଅନେକ ମତ ରଖିଛି। ସେହି ମତ ଉପରେ ଫାରୁକଙ୍କ ମତ କ’ଣ ରହୁଛି ତାହା ମଧ୍ୟ ଏବେ ଯଥେଷ୍ଟ ଗୁରୁତ୍ୱ ବହନ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos