‘ସରକାରଙ୍କ ସହ ଆଲୋଚନା ପାଇଁ ଚାଷୀ ନେତା ରାଜି’

ନୂଆଦିଲ୍ଲୀ: ଉତ୍ତର ଭାରତରେ ଶୀତର ଲହରୀ ଜାରି ରହିଛି। ଅନ୍ୟପଟେ କେନ୍ଦ୍ର ସରକାରଙ୍କ ତିନି ନୂଆ କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ବସିଛନ୍ତି ୪୦ ଚାଷୀ ସଂଗଠନର ସଦସ୍ୟ। ଏହାରି ଭିତରେ ସ୍ୱରାଜ ଇଣ୍ଡିଆର ମୁଖ୍ୟ ତଥା ଚାଷୀ ଆନ୍ଦୋଳନର ମୁଖ୍ୟ ପୁରୋଧା ଯୋଗେନ୍ଦ୍ର ଯାଦବ କହିଛନ୍ତି ଯେ ଚାଷୀ ସରକାରଙ୍କ ସହ କଥା ହେବାକୁ ପ୍ରସ୍ତୁତ। ଏହାପୂର୍ବରୁ ବୁଧବାର ସକାଳେ ଚାଷୀମାନେ ଏକ ବୈଠକ କରିଥିଲେ। ଯେଉଁଥିରେ ଦୁଇ ପ୍ରକାରର ଆଭିମୁଖ୍ୟ ସାମ୍ନାକୁ […]

farmer strike

farmer strike

Subhransu Sekhar
  • Published: Wednesday, 23 December 2020
  • Updated: 23 December 2020, 10:32 PM IST

Sports

Latest News

ନୂଆଦିଲ୍ଲୀ: ଉତ୍ତର ଭାରତରେ ଶୀତର ଲହରୀ ଜାରି ରହିଛି। ଅନ୍ୟପଟେ କେନ୍ଦ୍ର ସରକାରଙ୍କ ତିନି ନୂଆ କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ବସିଛନ୍ତି ୪୦ ଚାଷୀ ସଂଗଠନର ସଦସ୍ୟ। ଏହାରି ଭିତରେ ସ୍ୱରାଜ ଇଣ୍ଡିଆର ମୁଖ୍ୟ ତଥା ଚାଷୀ ଆନ୍ଦୋଳନର ମୁଖ୍ୟ ପୁରୋଧା ଯୋଗେନ୍ଦ୍ର ଯାଦବ କହିଛନ୍ତି ଯେ ଚାଷୀ ସରକାରଙ୍କ ସହ କଥା ହେବାକୁ ପ୍ରସ୍ତୁତ। ଏହାପୂର୍ବରୁ ବୁଧବାର ସକାଳେ ଚାଷୀମାନେ ଏକ ବୈଠକ କରିଥିଲେ। ଯେଉଁଥିରେ ଦୁଇ ପ୍ରକାରର ଆଭିମୁଖ୍ୟ ସାମ୍ନାକୁ ଆସିଛି। କିଛି ନେତା କହିଥିଲେ ଯେ ଯଦି ସରକାର ସଂଶୋଧନ ସହ ଆଲୋଚନା କରିବାକୁ ପ୍ରସ୍ତାବ ଦେଉଛନ୍ତି ତେବେ ଆମେ ଆଗକୁ ବଢ଼ିବା ଉଚିତ୍। ହେଲେ ସରକାର ଚାଷୀ ଆନ୍ଦୋଳନକୁ ଅସମ୍ମାନ କରିପାରିବେ ନାହିଁ।

ତେବେ ଯୋଗେନ୍ଦ୍ର ଯାଦବ କେନ୍ଦ୍ରକୁ ସମ୍ବୋଧନ କରି କହିଛନ୍ତି ଯେ ଆମେ କେନ୍ଦ୍ରକୁ ନିଶ୍ଚିତ କରିବାକୁ ଚାହୁଁଛୁ ଯେ କୃଷକ ଓ ୟୁନିଅନର ବିରୋଧୀମାନେ ସରକାରଙ୍କ ସହ ଆଲୋଚନା ପାଇଁ ପ୍ରସ୍ତୁତ। ଖୋଲା ମନରେ ସ୍ପଷ୍ଟ ଉଦ୍ଦେଶ୍ୟରେ ଆଲୋଚନା କରିବା ପାଇଁ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଛୁ।

https://twitter.com/ANI/status/1341721014875508737?s=20

ହେଲେ ଯେଉଁ ଚାଷୀ ନେତାଙ୍କ ସହ ସରକାର ନିରନ୍ତର ଆଲୋଚନା କରୁଛନ୍ତି, ସେମାନେ ଆନ୍ଦୋଳନ ସହ ଜଡିତ ନୁହନ୍ତି। ଏଭଳି କରି ସରକାର ଆନ୍ଦୋଳନକୁ ଭାଙ୍ଗିବା ପାଇଁ ପ୍ରୟାସ କରୁଛନ୍ତ। ଚାଷୀଙ୍କ ପ୍ରତି ସରକାର ଯେଉଁଭଳି ବ୍ୟବହାର କରୁଛନ୍ତି ତାହା ସେମାନଙ୍କୁ ବିରୋଧ କରିବା ଭଳି ହୃଦବୋଧ ହେଉଛି ବୋଲି ସେ କହିଛନ୍ତି।

https://twitter.com/ANI/status/1341723040996986886?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos