ବୈଠକ ଛାଡ଼ି ଅଧାରୁ ଚାଲି ଯିବାକୁ ଧମକ ଦେଲେ ଚାଷୀ, ସରକାର ବୁଝାଇବାରୁ ରହିଲେ

ନୂଆଦିଲ୍ଲୀ: କେନ୍ଦ୍ର ଓ ଚାଷୀ ପ୍ରତିନିଧିମାନଙ୍କ ମଧ୍ୟରେ ଚାଲିଥିବା ବୈଠକ ବେଳେ ଅଭାବନୀୟ ଘଟଣା ଘଟିଛି। ବୈଠକ ବେଳେ ଚାଷୀମାନେ ସେମାନଙ୍କ ଦାବି ଉପସ୍ଥାପନ କରିଥିଲେ। ସେମାନଙ୍କ ଦାବିକୁ ସରକାର ନ ମାନିଲେ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ ଧମକ ବି ଦେଇଥିଲେ। ତଥାପି ସରକାର ପ୍ରାଥମିକ ଅବସ୍ଥାରେ ଚାଷୀଙ୍କ ଦାବିକୁ ଗ୍ରହଣ କରିବାକୁ ପଛ ଘୁଞ୍ଚା ଦେଇଥିଲେ। ସରକାରଙ୍କ ଏଭଳି ଆଭିମୁଖ୍ୟ ଦେଖି ଚାଷୀମାନେ ବୈଠକ ଅଧାରୁ ବାହାରକୁ ଆସିବାକୁ ଉଦ୍ୟମ କରିଥିଲେ। ଏପରି […]

dw

Hemant Lenka
  • Published: Saturday, 05 December 2020
  • , Updated: 05 December 2020, 07:01 PM IST

ନୂଆଦିଲ୍ଲୀ: କେନ୍ଦ୍ର ଓ ଚାଷୀ ପ୍ରତିନିଧିମାନଙ୍କ ମଧ୍ୟରେ ଚାଲିଥିବା ବୈଠକ ବେଳେ ଅଭାବନୀୟ ଘଟଣା ଘଟିଛି। ବୈଠକ ବେଳେ ଚାଷୀମାନେ ସେମାନଙ୍କ ଦାବି ଉପସ୍ଥାପନ କରିଥିଲେ। ସେମାନଙ୍କ ଦାବିକୁ ସରକାର ନ ମାନିଲେ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ ଧମକ ବି ଦେଇଥିଲେ। ତଥାପି ସରକାର ପ୍ରାଥମିକ ଅବସ୍ଥାରେ ଚାଷୀଙ୍କ ଦାବିକୁ ଗ୍ରହଣ କରିବାକୁ ପଛ ଘୁଞ୍ଚା ଦେଇଥିଲେ।

ସରକାରଙ୍କ ଏଭଳି ଆଭିମୁଖ୍ୟ ଦେଖି ଚାଷୀମାନେ ବୈଠକ ଅଧାରୁ ବାହାରକୁ ଆସିବାକୁ ଉଦ୍ୟମ କରିଥିଲେ। ଏପରି କି କିଛି ଚାଷୀ ପ୍ରତିନିଧି ସେମାନଙ୍କ ଆସନରୁ ଉଠି ଯାଇଥିଲେ। ଏହା ଦେଖି ସରକାରଙ୍କ ଅକଲ ଗୁଡ଼ୁମ ହୋଇଯାଇଥିଲା। ଶେଷରେ ଚାଷୀଙ୍କ ରାଗକୁ ପ୍ରଶମିତ କରିବାକୁ ସରକାର ନରମ ଆଭିମୁଖ୍ୟ ପୋଷଣ କରି ଆଲୋଚନାରେ ଯୋଗଦେବାକୁ ନିବେଦନ କରିଥିଲେ।

ଏହାପରେ ଚାଷୀମାନେ ପୁଣିଥରେ ବୈଠକରେ ଯୋଗଦେବାକୁ ରାଜି ହୋଇଥିଲେ। ପ୍ରାୟ ୧୫ରୁ ୨୦ ମିନିଟ୍‌ ଧରି ଏଭଳି ଚାଷୀ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଏଭଳି ଛକପଞ୍ଝା ଜାରି ରହିଥିଲା।

Related story