ଚାଷୀଙ୍କ ନିଆରା ପ୍ରଦର୍ଶନ, ବାଣ୍ଟିଲେ ସବୁଜ ଜିଲାପି

ନୂଆଦିଲ୍ଲୀ: ଚାଷୀ ବାଣ୍ଟିଲେ ସବୁଜ ଜିଲାପି । ଲୋକଙ୍କୁ ଜିଲାପି ବାଣ୍ଟି କଲେ ନିଆରା ପ୍ରଦର୍ଶନ । ଏଭଳି କିଛି ଦୃଶ୍ୟ ଆଜି ଦେଖିବାକୁ ମିଳିଛି ପଞ୍ଜାବର ମୋହାଲିରେ । କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ମାସେରୁ ଅଧିକ ଦିନ ହେବ ବିଭିନ୍ନ ରାଜ୍ୟର କୃଷକମାନେ ଆନ୍ଦୋଳନରେ ବସିଛନ୍ତି । ବହୁ ଅଲୋଚନା ପରେ ମଧ୍ୟ ସେମାନେ ନିଜ ଜିଦରେ ଅଟଳ ରହିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ପଞ୍ଜାବରେ ଚାଷୀମାନେ ନିଆରା ଢ଼ଙ୍ଗରେ […]

farmer-protest

farmer-protest

Madhupriya Mistry
  • Published: Wednesday, 30 December 2020
  • Updated: 30 December 2020, 11:35 AM IST

Sports

Latest News

ନୂଆଦିଲ୍ଲୀ: ଚାଷୀ ବାଣ୍ଟିଲେ ସବୁଜ ଜିଲାପି । ଲୋକଙ୍କୁ ଜିଲାପି ବାଣ୍ଟି କଲେ ନିଆରା ପ୍ରଦର୍ଶନ । ଏଭଳି କିଛି ଦୃଶ୍ୟ ଆଜି ଦେଖିବାକୁ ମିଳିଛି ପଞ୍ଜାବର ମୋହାଲିରେ । କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ମାସେରୁ ଅଧିକ ଦିନ ହେବ ବିଭିନ୍ନ ରାଜ୍ୟର କୃଷକମାନେ ଆନ୍ଦୋଳନରେ ବସିଛନ୍ତି । ବହୁ ଅଲୋଚନା ପରେ ମଧ୍ୟ ସେମାନେ ନିଜ ଜିଦରେ ଅଟଳ ରହିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ପଞ୍ଜାବରେ ଚାଷୀମାନେ ନିଆରା ଢ଼ଙ୍ଗରେ ପ୍ରଦର୍ଶନ କରିଛନ୍ତି । ସେମାନ ଲୋକଙ୍କୁ ସବୁଜ ରଙ୍ଗର ଜିଲାପି ବାଣ୍ଟିଛନ୍ତି । ଜିଲାପି ଖାଇବା ପାଇଁ  ଆନ୍ଦୋଳନ ସ୍ଥଳରେ ଲୋକଙ୍କ ଭିଡ ମଧ୍ୟ ଜମିଛି ।

ଆନ୍ଦୋଳନରତ ଚାଷୀଙ୍କ କହିବା ଅନୁଯାୟୀ, ସବୁଜ ରଙ୍ଗ ଚାଷୀ ଭାଇମାନଙ୍କ ଫସଲ ଏବଂ ଏହାସହ ଜଡିତ ସମୃଦ୍ଧିର ପ୍ରତୀକ। ଗତ କିଛିଦିନ ହେବ ଏଠାରେ ସବୁଜ ରଙ୍ଗର ଜିଲାପି ବଣ୍ଟା ଚାଲିଛି । ପ୍ରତିଦିନ ୫ କ୍ୱିଣ୍ଟାଲରୁ ଅଧିକ ଜିଲାପି ବଣ୍ଟା ଯାଉଛି । ଏହି ସବୁଜ ରଙ୍ଗ ହେଉଛି ସବୁଜ ବିପ୍ଳବ ସହ ଶାନ୍ତି ଏବଂ ସୌହାର୍ଦ୍ଦ୍ୟର ପ୍ରତୀକ ବୋଲି ଆନ୍ଦୋଳନରେ ବସିଥିବା କୃଷକମାନେ କହିଛନ୍ତି ।

ଅନ୍ୟପଟେ ହରିଆଣାର କରନାଲରେ ମଧ୍ୟ ଚାଷୀଙ୍କ ନିଆରା ପ୍ରଦର୍ଶନ ଦେଖିବାକୁ ମିଳିଛି । ସେଠାକାର କୃଷକମାନେ ଲୋକଙ୍କ ଧ୍ୟାନ ଆକର୍ଷିତ କରିବା ପାଇଁ ବରଯାତ୍ରୀ ବେଶରେ ସଜ୍ଜିତ ହୋଇ ଶୋଭାଯାତ୍ରା ବାହାର କରିଛନ୍ତି । ଆମର ଦାବିକୁ ସରକାରଙ୍କ ପାଖରେ ରଖିବା ପାଇଁ ଏହା ସବୁଠୁର ନିଆରା ଢ଼ଙ୍ଗ ବୋଲି ଜଣେ ୨୨ ବର୍ଷୀୟ ଆନ୍ଦୋଳନରତ କୃଷକ କହିଛନ୍ତି ।

ସୂଚନା ଯୋଗ୍ୟ ଯେ, କେନ୍ଦ୍ରର ନୂଆ କୃଷି ଆଇନକୁ ବିରୋଧ କରି ଗତ ୩୫ ଦିନ ହେବ ବିଭିନ୍ନ ରାଜ୍ୟରେ ଶାନ୍ତି ପୂର୍ଣ୍ଣ ପ୍ରଦର୍ଶନ ଜାରି ରଖିଛନ୍ତି ଚାଷୀ ।  ସେପଟେ ଆଜି କେନ୍ଦ୍ର ସରକାର କୃଷକଙ୍କ ସହ ଆଲୋଚନା କରିବେ । କୃଷକ ନେତାଙ୍କ ସହ କେନ୍ଦ୍ର ସରକାର ଆଜି କଥା ହେବେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos