ଚାଷୀଙ୍କ ବିଶାଳ ଟ୍ରାକ୍ଟର ରାଲିକୁ ମିଳିଲା ପୁଲିସର ଅନୁମତି

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ୩ କୃଷି ଆଇନକୁ ବିରୋଧ କରି ଚାଷୀମାନେ ଆୟୋଜନ କରିବାକୁ ଥିବା ବିଶାଳ ଟ୍ରାକ୍ଟର ରାଲିକୁ ଆଜି ପୁଲିସ୍‌ ଅନୁମତି ଦେଇଛି। ଆସନ୍ତା ୨୬ ତାରିଖରେ ଦିଲ୍ଲୀର ଆଉଟର ରିଙ୍ଗ ରୋଡ୍‌ରେ ହଜାର ହାଜର ଚାଷୀ ଟ୍ରାକ୍ଟର୍‌ରେ ତ୍ରିରଙ୍ଗା ବାନ୍ଧି କୃଷି ଆଇନକୁ ବିରୋଧ କରିବେ। ଏହି ଟ୍ରାକ୍ଟର ରାଲିରେ ପଞ୍ଜାବ, ହରିଆଣା ଓ ୱେଷ୍ଟର୍ଣ୍ଣ ଉତ୍ତର ପ୍ରଦେଶର ଚାଷୀମାନେ ସାମିଲ ହେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସ […]

fa

Hemant Lenka
  • Published: Saturday, 23 January 2021
  • , Updated: 23 January 2021, 07:19 PM IST

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ୩ କୃଷି ଆଇନକୁ ବିରୋଧ କରି ଚାଷୀମାନେ ଆୟୋଜନ କରିବାକୁ ଥିବା ବିଶାଳ ଟ୍ରାକ୍ଟର ରାଲିକୁ ଆଜି ପୁଲିସ୍‌ ଅନୁମତି ଦେଇଛି। ଆସନ୍ତା ୨୬ ତାରିଖରେ ଦିଲ୍ଲୀର ଆଉଟର ରିଙ୍ଗ ରୋଡ୍‌ରେ ହଜାର ହାଜର ଚାଷୀ ଟ୍ରାକ୍ଟର୍‌ରେ ତ୍ରିରଙ୍ଗା ବାନ୍ଧି କୃଷି ଆଇନକୁ ବିରୋଧ କରିବେ।

ଏହି ଟ୍ରାକ୍ଟର ରାଲିରେ ପଞ୍ଜାବ, ହରିଆଣା ଓ ୱେଷ୍ଟର୍ଣ୍ଣ ଉତ୍ତର ପ୍ରଦେଶର ଚାଷୀମାନେ ସାମିଲ ହେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ସେନାର ପରେଡ୍‌ରେ ଯୋଗଦେବେ। ଏହି ସମୟରେ ହିଁ ଚାଷୀମାନେ ଦିଲ୍ଲୀରେ ଟ୍ରାକ୍ଟର ରାଲି କରି କୃଷି ଆଇନ ବିରୋଧରେ ପରେଡ କରିବେ।

ଚାଷୀଙ୍କ ଟ୍ରାକ୍ଟର ରାଲି ବିରୋଧରେ କେନ୍ଦ୍ର ସରକାର ପ୍ରଥମେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହେଲେ ସୁପ୍ରିମକୋର୍ଟ ଟ୍ରାକ୍ଟର ରାଲିରେ ଦିଲ୍ଲୀ ପୁଲିସ୍‌ ନିଷ୍ପତ୍ତି ନେଉ ବୋଲି କହିଥିଲେ। ପ୍ରଥମେ ଦିଲ୍ଲୀ ପୁଲିସ୍‌ ଟ୍ରାକ୍ଟର ରାଲି ପାଇଁ ଅନୁମତି ଦେଇ ନଥିଲା।

ହେଲେ ଆଜି ଚାଷୀଙ୍କ ସହ ଆଲୋଚନା କରିବା ପରେ ପୁଲିସ୍‌ ରାଲିକୁ ସବୁଜ ସଙ୍କେତ ଦେଇଛି। ଏହି ରାଲି ସଂପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ରହିବ ଓ କେହି ବି ଉତ୍ତେଜନା ସୃଷ୍ଟି କରିବା ଭଳି ବୟାନ ଦେବେ ନାହିଁ ବୋଲି ଚାଷୀ ନେତାମାନେ କହିଛନ୍ତି।

ଗତକାଲି ଚାଷୀ ସଂଗଠନ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ୧୧ତମ ବୈଠକ ବସିଥିଲା। କେନ୍ଦ୍ର ସରକାର ୧୮ ମାସ ଯାଏ କୃଷି ଆଇନକୁ ସ୍ଥଗିତ ରଖିବାକୁ ରାଜିଥିବା ପ୍ରସ୍ତାବ ଦେଇଥିବା ବେଳେ ଚାଷୀମାନେ କିନ୍ତୁ ଏଥିରେ ରାଜି ହୋଇ ନଥିଲେ। ୩ଟି ଯାକ କୃଷି ଆଇନକୁ ଉଚ୍ଛେଦ କରିବାକୁ ଚାଷୀମାନେ ଜିଦ୍‌ ଧରିବାରୁ ବୈଠକରୁ କୌଣସି ନିଷ୍କର୍ସ ବାହାରି ପାରି ନଥିଲା।

Related story