କାଲି ଅନଶନ କରିବେ ଚାଷୀ

ନୂଆଦିଲ୍ଲୀ: କେନ୍ଦ୍ରର ନୂଆ କୃଷି ଆଇନ୍ ବିରୋଧରେ ଦିଲ୍ଲୀରେ ଚାଷୀଙ୍କ ପ୍ରଦର୍ଶନ ୨୫ତମ ଦିନରେ ପହଞ୍ଚିଛି। ଏହି କ୍ରମରେ ଚାଷୀ ସୋମବାର ଦିନ ସମସ୍ତ ପ୍ରଦର୍ଶନ ସ୍ଥଳରେ ଦିନକ ପାଇଁ ରିଲେ (ପର୍ଯ୍ୟାୟକ୍ରମେ) ଅନଶନ କରିବେ। ଅନ୍ୟପକ୍ଷରେ ଡିସେମ୍ବର ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ହରିୟାଣାରେ ସମସ୍ତ ରାଜପଥରେ ଟୋଲ୍ ନଦେବାକୁ ଚାଷୀମାନେ ଘୋଷଣା କରିଛନ୍ତି। ଗତ ଚାରି ସପ୍ତାହ ଧରି ଦିଲ୍ଲୀର ବିଭିନ୍ନ ସୀମାରେ ହଜାର ହଜାର ସଂଖ୍ୟକ ଚାଷୀମାନେ ପ୍ରଦର୍ଶନ କରିଆସୁଛନ୍ତି ଏବଂ ନୂଆ […]

farner

farner

Ranjit Kumar Jena
  • Published: Sunday, 20 December 2020
  • Updated: 20 December 2020, 09:14 PM IST

ନୂଆଦିଲ୍ଲୀ: କେନ୍ଦ୍ରର ନୂଆ କୃଷି ଆଇନ୍ ବିରୋଧରେ ଦିଲ୍ଲୀରେ ଚାଷୀଙ୍କ ପ୍ରଦର୍ଶନ ୨୫ତମ ଦିନରେ ପହଞ୍ଚିଛି। ଏହି କ୍ରମରେ ଚାଷୀ ସୋମବାର ଦିନ ସମସ୍ତ ପ୍ରଦର୍ଶନ ସ୍ଥଳରେ ଦିନକ ପାଇଁ ରିଲେ (ପର୍ଯ୍ୟାୟକ୍ରମେ) ଅନଶନ କରିବେ। ଅନ୍ୟପକ୍ଷରେ ଡିସେମ୍ବର ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ହରିୟାଣାରେ ସମସ୍ତ ରାଜପଥରେ ଟୋଲ୍ ନଦେବାକୁ ଚାଷୀମାନେ ଘୋଷଣା କରିଛନ୍ତି। ଗତ ଚାରି ସପ୍ତାହ ଧରି ଦିଲ୍ଲୀର ବିଭିନ୍ନ ସୀମାରେ ହଜାର ହଜାର ସଂଖ୍ୟକ ଚାଷୀମାନେ ପ୍ରଦର୍ଶନ କରିଆସୁଛନ୍ତି ଏବଂ ନୂଆ କୃଷି ଆଇନକୁ ରଦ୍ଦ କରିବା ପାଇଁ ମଧ୍ୟ ଦାବି କରୁଛନ୍ତି।

ସ୍ୱରାଜ ଇଣ୍ଡିଆର ମୁଖ୍ୟ ଯୋଗେନ୍ଦ୍ର ଯାଦବ ଆଜି ଚାଷୀଙ୍କ ସହ ସିନ୍ଧୁ ବର୍ଡରରେ ଯୋଗ ଦେଇଥିଲେ। ଏହି ଅବସରରେ ସେ କହିଛନ୍ତି, ସୋମବାର ସମସ୍ତ ପ୍ରଦର୍ଶନ ସ୍ଥଳୀରେ ଚାଷୀମାନେ ଦିନକ ପାଇଁ ଅନଶନ କରିବେ। ୧୧ଜଣିଆ ସଦସ୍ୟ ବିଶିଷ୍ଟ ଏକ ଦଳ ଏହାର ଶୁଭାରମ୍ଭ ପ୍ରଦର୍ଶନ ସ୍ଥଳୀରୁ କରିବେ।

ସେହିପରି ଚାଷୀ ନେତା ଜଗଜୀତ ସିଂହ ଡଲ୍ଲେବାଲା କହିଛନ୍ତି, ଡିସେମ୍ବର ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ହରିୟାଣାରେ ସବୁ ଜାତୀୟ ରାଜପଥରେ ଚାଷୀମାନେ ଟୋଲ୍ ଦେବେ ନାହିଁ। ଅନ୍ୟତମ ଚାଷୀ ନେତା ରାକେଶ ଟିକୈତ କହିଛନ୍ତି, କୂଆ କୃଷି ଆଇନକୁ ବିରୋଧ କରୁଥିବା ଚାଷୀ ଡିସେମ୍ବର ୨୩ ତାରିଖକୁ ଚାଷୀ ଦିବସ ଭାବେ ପାଳନ କରିବେ। ଏଥିପାଇଁ ଆମେ ଲୋକଙ୍କୁ ଅନୁରୋଧ କରୁଛୁ ଯେ ଏହିଦିନ ଚାଷୀ ଭାଇମାନେ ଦିନକ ପାଇଁ ଉପବାସ ରଖନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos